Browsing Category

କବିତା

ପ୍ରେମମୟୀ ରାଧା

ନମଃ ବୃନ୍ଦାବନେଶ୍ୱରୀ ପ୍ରେମମୟୀ ରାଧା l ତୋର ପ୍ରେମବିନା ମାତ ଜୀବନଟା ଅଧା ll ତପ୍ତକାଞ୍ଚନ ଗୌରଙ୍ଗୀ ଶ୍ରୀମତୀ ରାଧିକା l ତଵ ନାମେ ବାଜେ ମଧୁବନ ବଂଶୀ ଏକା ll ରାଧାକୃଷ୍ଣ ଏକ ବିଜେ ଦୁଇ ଗୋଟି ଫାଳ l ରାଧା ବିନା କୃଷ୍ଣ କାହିଁ ଶ୍ରୀନନ୍ଦଗୋପାଳ ll କୃଷ୍ଣ ନ ମିଳନ୍ତି ଛାଡ଼ି ରାଧା…

ବାନ୍ଧିଦେ ମୋ ଶିରେ ମୟୁର ଚୂଳ

ବାନ୍ଧିଦେ ମୋ ଶିରେ ମୟୁର ଚୂଳ ମା' ବାନ୍ଧିଦେ ମୋ ଶିରେ ମୟୁର ଚୂଳ, ଅଳି କରୁଛନ୍ତି ବେଣୁ ଗୋପାଳ ll (ଘୋଷା ) ଯଶୋଦା ବୋଲନ୍ତି ଆରେ କହ୍ନାଇ, କଟାଳ କରୁଛୁ ତୁ କାହିଁ ପାଇଁ, ଦହିମୁହାଁ ସାରି ବେଶ କରିଦେବି ଭାଈ ବଳରାମେ ଯାଇ ତୁ ଖେଳ ll ଗୋବିନ୍ଦ ବୋଲନ୍ତି ଶୁଣ ଗୋ ମାତ, ଦ୍ୱାରେ…

ଜୟ ବିନାୟକ

ଜୟ ବିନାୟକ ହେ ଗଣନାୟକ ଜୟ ଗିରିଜା ନନ୍ଦନ l ଜୟ ବିଦ୍ୟାନିଧି ବିଦ୍ୟାର ବାରିଧି ଜୟ ଇନ୍ଦୁର ବାହନ ll କୋଟିସୂର୍ଯ୍ୟ ସମ ତେଜ ଅନୁପମ ବକ୍ର ତୁଣ୍ଡ ଏକଦନ୍ତ l ଜୟ ମହାକାୟ ହେ ବିଦ୍ୟାବିନୟ ପାଶାଙ୍କୁଶ ବେନି ହସ୍ତ ll ଜୟ ଅଗ୍ରପୂଜ୍ୟ ପ୍ରଭୋ ବିଘ୍ନରାଜ ଜୟ ପ୍ରଭୁ ଲମ୍ବୋଦର l…

ନମସ୍ତେ ମାତା ପଦ୍ମାଳୟା

ନମସ୍ତେ ମାତା ପଦ୍ମାଳୟା l ଜଗଜ୍ଜନନୀ ବିଷ୍ଣୁ ଜାୟା ll ପଦ୍ମିନୀ ପଦ୍ମା ପଦ୍ମଗନ୍ଧା l ଜଗତ ତୋର ପଦେ ଛନ୍ଦା ll ଚାରୁ ହାସିନୀ ଚନ୍ଦ୍ର ମୁଖୀ l ସ୍ମରଣେ ଦୁଃଖ ଯାଏ ସୁଖି ll ପିତା ତୋହର ରତ୍ନାକର l ତୁ ଅଟୁ ରତନ ଭଣ୍ଡାର ll ପଦ୍ମ ଆସନୀ ପଦ୍ମାନନୀ l ଶ୍ୱେତ ଅମ୍ବରୀ ନାରାୟଣୀ ll…

ଶୀର୍ଷକ :- {ନିର୍ମମ ସତ୍ୟ}

ନିର୍ଜନ ଏ ନିସ୍ତବ୍ଧ ରାତ୍ରିର କରାଳରେ କ୍ଷୁବ୍ଧ ପ୍ରାୟ ଏ ବିଦୀର୍ଣ୍ଣ ହୃଦୟ , ବିମୂଢ଼ ଏ ମନ ଲୁବ୍ଧ ପ୍ରାୟେ ଅତର୍କିତେ, ଧାଇଁଯାଏ ସର୍ବଦା ଅପ୍ରତ୍ୟାଶିତ ଭବିଷ୍ୟତ ନିମନ୍ତେ।। ସ୍ବପ୍ନ କହେ ............. ଭୟ କର ନା ମୁଁ ସତ୍ୟଭଳି ନିଷ୍ଠୁର ନୁହେଁ, ପାରିବି ଗଢି ତୁମ ଭାବନାର…

ସୂର୍ଯ୍ୟ ନମସ୍କାର

ନମଃ ନମଃ ଏକଚକ୍ର ରଥ ଯାହାଙ୍କର l ସପ୍ତାଶ୍ୱ ବାହନେ ବିଶ୍ୱ ଚକ୍ଷୁ ନମସ୍କାର ll ଅଦିତିଙ୍କ ସୂତ ପ୍ରଭୁ ହେ ଦେବ ଆଦିତ୍ୟ l ଉଦୟେ ତବ ପ୍ରକାଶେ ସୁନ୍ଦର ପ୍ରଭାତ ll ନମସ୍ତେ ନମସ୍ତେ ନମଃ ଦେବ ଦିବାକର l ନମଃ ପ୍ରଭାମୟ ନମଃ ନମଃ ପ୍ରଭାକର ll ନମଃ ନମଃ ଦିନମଣି ଭାସ୍କରାୟ ନମଃ l ଯମୁନା…

ନାମ ମୋହର ଧରମା

ବିଶ୍ଵକର୍ମା କୁଳେ ଜନମ ମୋହର ନାମ ମୋହର ଧରମା l ହାତେ ଧରି ଅଛି ନିହାଣ ମୁଗୁର ମୁଁ ଅଟେ ବିଚିତ୍ର କର୍ମା ll ଜନନୀ ଜଠରୁ ଜନମ ଲଭିଲି ବାପ ମୁଖ ଦେଖି ନାହିଁ l ଘରପୋଥି ପଢ଼ି ବିଦ୍ୟା ସାଧିଅଛି ବିଶ୍ଵ କରମାଙ୍କୁ ଧ୍ୟାୟୀ ll ଆହେ ଶିଳ୍ପୀକୁଳ ନହୁଅ ବିକଳ କିମ୍ପା ଯିବ ତୁମ ମଥା l…

ବରଷା ଆସିଲା

. ସନାତନ ମହାକୁଡ଼ ଗ୍ରୀଷମ ଗଲା ବରଷା ହେଲା ବହେ ଶୀତଳ ବାଆ ଧରଣୀ ରାଣୀ ହସି ଉଠିଲା ନଈରେ ଚାଲେ ନାଆ । କୋଇଲି ନାନୀ ତା’ ସ୍ଵର ଛାଡ଼ି କୁଆଡ଼େ ଲୁଚିଲାଣି ବଗବଗୁଲି ସାଗର ଛାଡ଼ି ଗହୀରେ ବସିଲେଣି । ବେଙ୍ଗ ବେଙ୍ଗୁଲୀ ଗାତରେ ଥାଇ ଡାକିଲେ କେଁ କଟର ଦି କୂଳ…

ରାଧା ବନମାଳୀ 

============ ବରଜ ବଧୂ ସରବେ ଧରି ଅର୍ଘ୍ୟ ଥାଳି l ଆନନ୍ଦେ ବନ୍ଦାଅ ବନ୍ଧୁ ରାଧାବନମାଳୀ ll ଗଳେ ଦିଅ ବନମାଳା କେତକୀ ନିଆଳି l ଶିରରେ ତୁଳସୀ କଣ୍ଠେ ଗୁଞ୍ଜରୁଞ୍ଜ ମାଳି ll ବରଜ ବନ୍ଧୁଙ୍କୁ ବନ ବେଶେ କରି ସାଜ l ହୁଳ ହୁଳି ଦିଅ ସର୍ବେ ନାଗରୀ ସମାଜ ll…

ପ୍ରଣମାମୀ ମହାଯୋଗୀ

============== ପ୍ରଣମାମୀ ସନ୍ଥ ଜ୍ଞାନେଶ୍ବର ମହାଯୋଗୀ l ପ୍ରଣମାମୀ ବିଶ୍ୱଗୁରୁ ବିଭୁ ନାମ ଭୋଗୀ ll ଈଶ୍ୱର ପ୍ରେରିତେ ଆବିର୍ଭୁତ ଅଭିପ୍ରେତ l ମାନବକଲ୍ୟାଣେ ତଵ ବାଣୀ ପ୍ରଚାରିତ ll ତୁମ୍ଭ ଦିଗ୍ଦର୍ଶନକୁ ସାଧି ଇତର ପରାଣୀ l ଅତି ମାନବ ସମ୍ଭବ ଏହା ତୁମ୍ଭ…