।। ଶିକ୍ଷକ ।।

।। ଶିକ୍ଷକ ।।
ସୁଧାଂଶୁ ଶେଖର ଦ୍ବିବେଦୀ
ଗୁରୁଙ୍କ ମହିମା ଗାଇବା ବଡ଼ କଠିନ
ଶବ୍ଦରେ କିଛି ବି କହିବା ବଡ଼ କଠିନ।
ସଠିକ୍ ସମୟରେ ସଠିକ୍ ରାସ୍ତା
ଯିଏ ବତେଇ ଦିଅନ୍ତି
ସେ ହିଁ ପ୍ରକୃତ ଶିକ୍ଷକ।
ଜ୍ଞାନର ଜ୍ୟୋତି ଜାଳି ମନ ଅଗଣାକୁ
ଯିଏ ଆଲୋକିତ କରନ୍ତି
ସେ ହିଁ ପ୍ରକୃତ ଶିକ୍ଷକ।
ତାଙ୍କଠାରୁ କେବେ ଋଣ ମୁକ୍ତ ହେବା
କଳ୍ପନା କରିବା ବଡ଼ କଠିନ।
ଯାହାଙ୍କ ଅନୁକମ୍ପାରେ
ଦୁଷ୍ଟ ହୁଏ ଶିଷ୍ଟ
ଅଜ୍ଞାନୀ ହୁଏ ବିଦ୍ୱାନ
ଜଡ ହୁଏ ଚେତନ
ସେଭଳି ମହାନୁଭବଙ୍କୁ
ଶ୍ରଦ୍ଧା ବ୍ୟକ୍ତ କରିବା ବଡ଼ କଠିନ।
ଶିକ୍ଷକ ସଦା ଚାହାନ୍ତି
ତାଙ୍କ ଶିଷ୍ୟ ଆଗକୁ ବଢୁ
ଶିଖରରେ ପହଞ୍ଚୁ
ପ୍ରଗତି କରୁ
ସଫଳ ହେଉ
ଜୀବନର ପ୍ରତିଟି ବାଧା ଅପସରି ଯାଉ
ବୋଧହୁଏ ସେଭଳି ହୃଦୟବାନ ପାଇବା
ବଡ଼ କଠିନ।
“””””””””””””””””””””””””
ବିସି-୭୪,ସଲ୍ଟ ଲେକ୍,କଲକତା-୬୪
ମୋ-୯୬୮୧୩୭୩୫୧୨

Comments are closed.