ତେନ୍ତୁଳିଖୁଣ୍ଟି (ଶେଖର ଖୁରା): ଅର୍ଣ୍ଣବ ବାତ୍ୟାର ମୁକାବିଲା କରିବା ସହ ଜନସାଧାରଣଙ୍କ ଜୀବନ ଓ ସମ୍ପତ୍ତିର ସୁରକ୍ଷାକୁ ଗୁରୁତ୍ୱ ଦେଇ ନବରଙ୍ଗପୁର ଜିଲ୍ଲାର ବିଭିନ୍ନ ବ୍ଲକ ପ୍ରଶାସନ ପକ୍ଷରୁ ପ୍ରସ୍ତୁତି କରାଯାଇଥିଲା। ବିଶେଷକରି ଇନ୍ଦ୍ରାବତୀ ଜଳଭଣ୍ଡାର ନିକଟବର୍ତ୍ତୀ ତେନ୍ତୁଳିଖୁଣ୍ଟି ବ୍ଲକରେ ବାତ୍ୟାର ମୁକାବିଲା ପାଇଁ ପ୍ରଶାସନ ପକ୍ଷରୁ ବ୍ୟାପକ ବ୍ୟବସ୍ଥା ହୋଇଥିଲା।
ବ୍ଲକ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଶ୍ରୀ ମନୋଜ କୁମାର ପାଣିଗ୍ରାହୀଙ୍କ ନେତୃତ୍ୱରେ ବାତ୍ୟା ପ୍ରଭାବିତ ଲୋକଙ୍କ ସୁରକ୍ଷା ଓ ସେବା ପାଇଁ ୧୦ଟି ଆଶ୍ରୟସ୍ଥଳୀ ଖୋଲାଯାଇଥିଲା। ସେଗୁଡ଼ିକ ହେଲା କୁକୁଡ଼ାବାଇ, କଂଗ୍ରା, ଅମଳାଭଟା, ତେନ୍ତୁଳିଖୁଣ୍ଟି, ପରଜା ବାରେଙ୍ଗପଦର, ଲମତାଗୁଡ଼ା, ପାତ୍ରପୁଟ, ଅଞ୍ଚଳଗୁମା. ବିରି ଗୁଡା ଓ କଣ୍ଟାଗାଁ ସମେତ ଅନ୍ୟ ଏକ ସ୍ଥାନରେ ଆଶ୍ରୟ ବ୍ୟବସ୍ଥା କରାଯାଇଥିଲା।

ଏଥିସହ ଲୋକଙ୍କ ସ୍ୱାସ୍ଥ୍ୟ ପରୀକ୍ଷା ଓ ଆବଶ୍ୟକ ଚିକିତ୍ସା ସେବା ଯୋଗାଇଦେବା ପାଇଁ ୯ଟି ସ୍ୱାସ୍ଥ୍ୟ ଶିବିର ଖୋଲାଯାଇଥିଲା। ଆଶ୍ରୟସ୍ଥଳୀଗୁଡ଼ିକରେ ମୋଟ ୨୮୦ ଜଣଙ୍କୁ ଆଶ୍ରୟ ଦିଆଯାଇଥିଲା। ସେଥିମଧ୍ୟରେ ୧୧୪ ଜଣ ପୁରୁଷ, ୧୧୮ ଜଣ ମହିଳା, ୪୨ ଜଣ ଶିଶୁ ଓ ୬ ଜଣ ଭିନ୍ନକ୍ଷମ ବ୍ୟକ୍ତି ରହିଥିଲେ।
ଆଶ୍ରୟ ନେଇଥିବା ଲୋକଙ୍କ ପାଇଁ ଖାଦ୍ୟ, ପାନୀୟ ଜଳ ଓ ସ୍ୱାସ୍ଥ୍ୟସେବାର ବ୍ୟବସ୍ଥା କରାଯାଇଥିଲା। ଏହି ସମସ୍ତ କାର୍ଯ୍ୟରେ ୮୩ ଜଣ ସ୍ୱେଚ୍ଛାସେବୀ ନିୟୋଜିତ ହୋଇଥିଲେ। ବ୍ଲକର ବିଭିନ୍ନ ପ୍ରଶାସନିକ ଅଧିକାରୀ ଓ କର୍ମଚାରୀମାନେ ମଧ୍ୟ ଦାୟିତ୍ୱର ସହ ନିଜ ନିଜ କାର୍ଯ୍ୟ ତୁଲାଇଥିଲେ।
ପ୍ରଶାସନ, ସ୍ୱାସ୍ଥ୍ୟ ବିଭାଗ ଓ ସ୍ୱେଚ୍ଛାସେବୀମାନଙ୍କ ସମନ୍ୱିତ ଉଦ୍ୟମ ଯୋଗୁଁ ବାତ୍ୟା ମୁକାବିଲା କାର୍ଯ୍ୟ ଶାନ୍ତିଶୃଙ୍ଖଳାର ସହ ସମ୍ପନ୍ନ ହୋଇଥିବାରୁ ଅଞ୍ଚଳର ବୁଦ୍ଧିଜୀବୀ ଓ ସାଧାରଣ ଲୋକେ ପ୍ରଶାସନର ଏହି ପଦକ୍ଷେପକୁ ପ୍ରଶଂସା କରିଛନ୍ତି।ପ୍ରକାଶ ପୂର୍ବରୁ ଦୁଇଟି ତଥ୍ୟ ନିଶ୍ଚିତ କରନ୍ତୁ: