Browsing Category

ବାଲେଶ୍ୱର

ଭୋଟ୍ ବଞ୍ଚାଅ, ଦେଶ ବଞ୍ଚାଅ’ ଅଭିଯାନ ପାଇଁ କଂଗ୍ରେସର ଆହ୍ୱାନ

ବାଲେଶ୍ୱର, ୨୬/୧୦ (କୃଷ୍ଣ କୁମାର ମହାନ୍ତି): ଭାରତର ମୁଖ୍ୟ ନିର୍ବାଚନ କମିଶନର ପଦରୁ ଜ୍ଞାନେଶ କୁମାର ଇସ୍ତଫା ନଦେବା ପର୍ଯ୍ୟନ୍ତ କଂଗ୍ରେସ ଓ ଇଣ୍ଡିଆ ମେଣ୍ଟର ଆନ୍ଦୋଳନ ଜାରି ରହିବ ବୋଲି ଅଖିଳ ଭାରତ କଂଗ୍ରେସ କମିଟି (ଏଆଇସିସି)ର ପର୍ଯ୍ୟବେକ୍ଷକ ରୋହତାସ ବଶୋୟା କହିଛନ୍ତି। ସୋମବାର…

ନଭେମ୍ବର ୨୦ରୁ ଆରମ୍ଭ ହେବ ବାଲେଶ୍ୱର ଜିଲ୍ଲା ବ୍ୟାଡ୍‌ମିଣ୍ଟନ ଲିଗ୍‌ର ତୃତୀୟ ସିଜିନ୍

ବାଲେଶ୍ୱର, ୨୬/୧୦ (କୃଷ୍ଣ କୁମାର ମହାନ୍ତି): ବାଲେଶ୍ୱର ଜିଲ୍ଲା ବ୍ୟାଡ୍‌ମିଣ୍ଟନ ଲିଗ୍‌ର ପ୍ରଥମ ଦୁଇଟି ସିଜିନ୍‌ର ସଫଳତା ପରେ ଜିଲ୍ଲା ବ୍ୟାଡ୍‌ମିଣ୍ଟନ ଆସୋସିଏସନ୍ ପକ୍ଷରୁ ତୃତୀୟ ସିଜିନ୍ ଆୟୋଜନ କରାଯିବ। ଆସନ୍ତା ନଭେମ୍ବର ୨୦ରୁ ୨୨ ତାରିଖ ପର୍ଯ୍ୟନ୍ତ ସ୍ଥାନୀୟ ବିଜୁ ପଟ୍ଟନାୟକ…

୨୧ ହଜାରରୁ ଅଧିକ ଗଛ ଲଗାଇ ସବୁଜିମାର ବାର୍ତ୍ତା ବାଣ୍ଟୁଛନ୍ତି ସୁମନ୍ତ ଜେନା

ବାଲେଶ୍ୱର, ଅକ୍ଟୋବର ୨୬ (କୃଷ୍ଣ କୁମାର ମହାନ୍ତି): ବ୍ୟାପକ ଗଛକଟା, ଜଳବାୟୁ ପରିବର୍ତ୍ତନ ଓ ବାୟୁ ପ୍ରଦୂଷଣ ଆଜି ସମଗ୍ର ବିଶ୍ୱ ପାଇଁ ଗମ୍ଭୀର ଆହ୍ୱାନ ସୃଷ୍ଟି କରିଛି। ଏଭଳି ସମୟରେ ପ୍ରକୃତିର ସୁରକ୍ଷା ସହ ଏକ ସବୁଜ ଓ ସୁନ୍ଦର ପୃଥିବୀ ଗଢ଼ିବାର ସଂକଳ୍ପ ନେଇ ନିରନ୍ତର କାର୍ଯ୍ୟ କରୁଛନ୍ତି…

ଡିସେମ୍ବର ୨୪ରୁ ବାଲେଶ୍ୱରରେ ଅନୁଷ୍ଠିତ ହେବ ଶ୍ରୀ ଶିରିଡ଼ିସାଇ ସତଚରିତ ସାପ୍ତାହିକ ପାରାୟଣ

ବାଲେଶ୍ୱର, ଅକ୍ଟୋବର ୨୫ (କୃଷ୍ଣ କୁମାର ମହାନ୍ତି): ସାଇଭକ୍ତଙ୍କ ଆଧ୍ୟାତ୍ମିକ ସମାଗମ ଓ ଭକ୍ତିମୟ ପରିବେଶ ମଧ୍ୟରେ ବାଲେଶ୍ୱରରେ ଆସନ୍ତା ଡିସେମ୍ବର ୨୪ରୁ ୩୧ ତାରିଖ ପର୍ଯ୍ୟନ୍ତ ଶ୍ରୀ ଶିରିଡ଼ିସାଇ ସତଚରିତ ସାପ୍ତାହିକ ପାରାୟଣ ଅନୁଷ୍ଠିତ ହେବ। ସାଇନିର୍ମାଲ୍ୟ ଓ ଶିରଡ଼ିସାଇ ସର୍ଭେଣ୍ଟସ…

କିଟୁମ୍ବା ଗ୍ରାମରେ ନାଲ୍‌ସା ଯୋଜନା ଅନ୍ତର୍ଗତ ଆଇନ ସଚେତନତା ସମେତ ଶ୍ରମିକ କାର୍ଡ ଓ କମ୍ବଳ ବଣ୍ଟନ ।

ଗଜପତି ( ମନୋଜ କୁମାର ପାଢୀଙ୍କ ରିପୋର୍ଟ):-ଜାତୀୟ ଆଇନ ସେବା ପ୍ରାଧିକରଣର ନିର୍ଦ୍ଦେଶକ୍ରମେ ଏବଂ ଓଡ଼ିଶା ରାଜ୍ୟ ଆଇନ ସେବା ପ୍ରାଧିକରଣ ମାର୍ଗଦର୍ଶନରେ ତଥା ଗଜପତି ଜିଲ୍ଲା ଓ ଦୌରା ଜଜ୍ ତଥା ଜିଲ୍ଲା ଆଇନ ସେବା ପ୍ରାଧିକରଣର ଅଧ୍ୟକ୍ଷ ଜଗଦୀଶ ପ୍ରସାଦ ମହାନ୍ତିଙ୍କ ପୃଷ୍ଠପୋଷକତାରେ ଏବଂ ସଚିବ…

ଜଳେଶ୍ୱର ନାବାଳିକା ଦୁଷ୍କର୍ମ ଓ ହତ୍ୟା ମାମଲା: କ୍ରାଇମବ୍ରାଞ୍ଚ ତଦନ୍ତ ଦାବି କଲା ବିଜେଡି

ବାଲେଶ୍ୱର, ୨୪ ଅକ୍ଟୋବର (କୃଷ୍ଣ କୁମାର ମହାନ୍ତି): ବାଲେଶ୍ୱର ଜିଲ୍ଲା ଜଳେଶ୍ୱର ଥାନା ଅନ୍ତର୍ଗତ ବାର୍ତ୍ତନା ଗ୍ରାମ ନିକଟରେ ଜଣେ ୧୪ ବର୍ଷୀୟା ନାବାଳିକାଙ୍କ ଦୁଷ୍କର୍ମ ଓ ହତ୍ୟା ଘଟଣାକୁ ନେଇ ଅଞ୍ଚଳରେ ତୀବ୍ର ଜନଅସନ୍ତୋଷ ପ୍ରକାଶ ପାଇଛି। ଏହି ମାମଲାରେ ପୋଲିସ ତିନି ଜଣଙ୍କୁ ଅଟକ ରଖିଛି।…

ବିଧାୟିକା ସୁବାସିନୀ ଜେନାଙ୍କ ହସ୍ତକ୍ଷେପ ପରେ ଆରମ୍ଭ ହେଲା ବସ୍ତା-ବାଲିଆପାଳ ମୁଖ୍ୟ ରାସ୍ତା ମରାମତି କାର୍ଯ୍ୟ 

ବାଲେଶ୍ୱର, ୨୪ ଅକ୍ଟୋବର (କୃଷ୍ଣ କୁମାର ମହାନ୍ତି): ଲଗାଣ ବର୍ଷା ଓ ବନ୍ୟା ଯୋଗୁଁ ଶୋଚନୀୟ ହୋଇପଡ଼ିଥିବା ବସ୍ତା-ବାଲିଆପାଳ ମୁଖ୍ୟ ରାସ୍ତାର ମରାମତି ଓ ପୁନରୁଦ୍ଧାର କାର୍ଯ୍ୟ ଶନିବାରଠାରୁ ଆରମ୍ଭ ହୋଇଛି। ବସ୍ତା ବିଧାୟିକା ସୁବାସିନୀ ଜେନାଙ୍କ ହସ୍ତକ୍ଷେପ ଓ ତ୍ୱରିତ ପଦକ୍ଷେପ ପରେ ବିଭାଗୀୟ…

ବାଲେଶ୍ଵରରେ ମ୍ୟୁଲ୍‌ ଆକାଉଣ୍ଟ ଜରିଆରେ ୨.୫ କୋଟିର ସାଇବର ଠକେଇ, ୩ ଗିରଫ

ବାଲେଶ୍ୱର, ୨୩ ଅକ୍ଟୋବର (କୃଷ୍ଣ କୁମାର ମହାନ୍ତି): ବ୍ୟାଙ୍କ ଆକାଉଣ୍ଟକୁ ମାଧ୍ୟମ କରି ପ୍ରାୟ ୨.୫ କୋଟି ଟଙ୍କାର ସାଇବର ଠକେଇ ମାମଲାରେ ବାଲେଶ୍ୱର ପୁଲିସକୁ ବଡ଼ ସଫଳତା ମିଳିଛି। ଏହି ଘଟଣାରେ ତାମିଲନାଡୁର ଜଣେ ବ୍ୟକ୍ତିଙ୍କ ସମେତ ଯାଜପୁର ଜିଲ୍ଲାର ଏକ ଦମ୍ପତିଙ୍କୁ ପୁଲିସ ଗିରଫ କରିଛି।…

ବାଲେଶ୍ଵରରେ ମା’ଙ୍କ ଭସାଣି ଉତ୍ସବ ପରେ ଅଳିଆମୟ ସହରର ରାସ୍ତାଘାଟ:ବାଲିଘାଟରେ ୫୧, ନୁଣିଆଯୋଡ଼ିରେ ୩୫ ମେଢ଼ ବିସର୍ଜନ

ବାଲେଶ୍ୱର, ୨୩/୧୦ (କୃଷ୍ଣ କୁମାର ମହାନ୍ତି): ବାଲେଶ୍ୱର ସହରରେ ଗୁରୁବାର ଦିନତମାମ ମା’ ଦୁର୍ଗାଙ୍କ ଭସାଣି ଉତ୍ସବ ସମ୍ପନ୍ନ ହୋଇଛି। ବାଲିଘାଟରେ ୫୧ଟି ଓ ନୁଣିଆଯୋଡ଼ିରେ ୩୫ଟି ମେଢ଼ ବିସର୍ଜନ ପାଇଁ ବ୍ୟବସ୍ଥା ହୋଇଥିବା ବେଳେ ଭସାଣି ଶୋଭାଯାତ୍ରାକୁ ଶାନ୍ତିଶୃଙ୍ଖଳାର ସହ ସମ୍ପନ୍ନ କରିବା…

ମହାନବମୀରେ ରେମୁଣାରେ ନବମାତୃକା ପୂଜା: ୯ ମହୀୟସୀ ମହିଳା ମାତୃଶକ୍ତିର ପ୍ରତୀକ ଭାବେ ହେଲେ ସମ୍ବର୍ଦ୍ଧିତ

ବାଲେଶ୍ୱର, ୨୦/୧୦ (କୃଷ୍ଣ କୁମାର ମହାନ୍ତି): ‘ମୋ ମାଆ ହିଁ ଦୁର୍ଗା ମାଆ’—ଏହି ମହତ୍ତ୍ୱପୂର୍ଣ୍ଣ ବାର୍ତ୍ତାକୁ ଆଧାର କରି ରେମୁଣା ନବମାତୃକା ପୂଜା କମିଟି ପକ୍ଷରୁ ଆୟୋଜିତ ଦ୍ୱାଦଶତମ ଅଭିନବ ନବମାତୃକା ପୂଜା ମହାନବମୀ ତିଥିରେ ସ୍ଥାନୀୟ ଗୌରୀଶଙ୍କର କଲ୍ୟାଣ ମଣ୍ଡପରେ ସମ୍ପନ୍ନ ହୋଇଯାଇଛି।…