ଡିସେମ୍ବର ୫ରୁ ଖୋଲିବ ଧାନ ମଣ୍ଡି: ପ୍ରଥମ ପର୍ଯ୍ୟାୟରେ ୩ ଜିଲ୍ଲା ସାମିଲ

0

ଭୁବନେଶ୍ୱର: ଚଳିତ ଖରିଫ୍ ଋତୁରେ ରାଜ୍ୟର ଚାଷୀଙ୍କ ପାଇଁ ଆସିଛି ବଡ଼ ଖବର। ପ୍ରଥମ ପର୍ଯ୍ୟାୟରେ ରାଜ୍ୟର ୩ଟି ଜିଲ୍ଲାରେ ଧାନ ମଣ୍ଡି ଖୋଲିବା ତାରିଖ ଧାର୍ଯ୍ୟ ହୋଇଥିବା ନେଇ ସମବାୟ ମନ୍ତ୍ରୀ ପ୍ରଦୀପ ବଳସାମନ୍ତ ସୂଚନା ଦେଇଛନ୍ତି। ମନ୍ତ୍ରୀଙ୍କ ସୂଚନା ଅନୁଯାୟୀ, ଆସନ୍ତା ଡିସେମ୍ବର ୫ ତାରିଖରୁ କଳାହାଣ୍ଡି ଜିଲ୍ଲାରେ ଧାନ ମଣ୍ଡି ଖୋଲିବ। ସେହିପରି ଡିସେମ୍ବର ୧୧ ତାରିଖରୁ ସୁବର୍ଣ୍ଣପୁର ଏବଂ ଡିସେମ୍ବର ୧୪ ତାରିଖରୁ ବଲାଙ୍ଗୀର ଜିଲ୍ଲାରେ ଧାନ ସଂଗ୍ରହ ପ୍ରକ୍ରିୟା ଆରମ୍ଭ ହେବ। ଚଳିତ ବର୍ଷ ଲଗାତାର ବର୍ଷା ଏବଂ ଖରାର ପରିମାଣ କମ୍ ରହିବା ଯୋଗୁଁ ଧାନ ଠିକ୍ ସମୟରେ ପାଚି ପାରିନାହିଁ, ଫଳରେ ଅମଳରେ ସାମାନ୍ୟ ବିଳମ୍ବ ହୋଇଛି। ଧାନ ସମ୍ପୂର୍ଣ୍ଣ ପାଚିବା ପରେ ହିଁ ଅମଳ କରାଯାଇପାରିବ ବୋଲି ମନ୍ତ୍ରୀ କହିଛନ୍ତି। ଗତବର୍ଷ ଡିସେମ୍ବର ୧୫ ସୁଦ୍ଧା ମଣ୍ଡି ଖୋଲିଥିବା ବେଳେ ଚଳିତ ବର୍ଷ ୧୦ ଦିନ ପୂର୍ବରୁ ଅର୍ଥାତ୍ ଡିସେମ୍ବର ୫ରୁ ମଣ୍ଡି ଖୋଲିବାକୁ ଯାଉଛି। ଧାନ ସଂଗ୍ରହ ପାଇଁ ପୂର୍ବରୁ ଥିବା ବ୍ୟବସ୍ଥା ହିଁ ବଳବତ୍ତର ରହିବ ଏବଂ ଏନେଇ ଜିଲ୍ଲାସ୍ତରୀୟ ଧାନ ସଂଗ୍ରହ କମିଟି ବୈଠକରେ ନିଷ୍ପତ୍ତି ନିଆଯାଇଥିବା ଜଣାପଡ଼ିଛି।

Leave A Reply

Your email address will not be published.