ପ୍ରତିବର୍ଷ ରିନ୍ୟୁ ଚିନ୍ତା ଗଲା, ଏଣିକି ୩ ବର୍ଷରେ ଥରେ…

0

ନୂଆଦିଲ୍ଲୀ: ପଲ୍ୟୁସନ ଅଣ୍ଡର କଣ୍ଟ୍ରୋଲ(ପିୟୁସିସି) ସାର୍ଟିଫିକେଟର ବୈଧତା ନିୟମକୁ ସଂଶୋଧନ କଲେ କେନ୍ଦ୍ର ସରକାର। ଏଥିରେ ନୂଆ ବିଏସ-ଭିଆଇ ଅନୁପାଳନକାରୀ ଗାଡ଼ିଗୁଡ଼ିକର ପିୟୁସିସି ରିନ୍ୟୁ କରିବାର ଅବଧିକୁ ବଢ଼ାଇ ଦିଆଯାଇଛି। ହେଲେ ପୁରୁଣା ଗାଡ଼ିଗୁଡ଼ିକ ଅବଧି କମାଯାଇଛି। ନୂତନ ନିୟମ ଅନୁଯାୟୀ, ଛଅ ବର୍ଷ ପର୍ଯ୍ୟନ୍ତ ପୁରୁଣା ବିଏସ-ଭିଆଇ ବ୍ୟକ୍ତିଗତ ଯାନଗୁଡ଼ିକ ପାଇଁ ଏବେ ପ୍ରତି ତିନି ବର୍ଷରେ ପିୟୁସିସି ପ୍ରମାଣପତ୍ର ରିନ୍ୟୁ ଆବଶ୍ୟକ ହେବ। ୬ ବର୍ଷ ପର୍ଯ୍ୟନ୍ତ ପୁରୁଣା ବିଏସ-ଭିଆଇ ପରିବହନ ଯାନଗୁଡ଼ିକ ପାଇଁ, ଏହି ଅବଧିକୁ ଦୁଇ ବର୍ଷକୁ ହ୍ରାସ କରାଯାଇଛି। ପ୍ରସ୍ତାବ ଅନୁଯାୟୀ, ୬ ବର୍ଷ ପର୍ଯ୍ୟନ୍ତ ପୁରୁଣା ବିଏସ୍‌ ଭି-I ଘରୋଇ ଯାନ ପାଇଁ ପିୟୁସିସି ପ୍ରମାଣପତ୍ର ତିନି ବର୍ଷ ପାଇଁ ବୈଧ ରହିବ। ସମାନ ବର୍ଗର ବାଣିଜ୍ୟିକ ଯାନ ପାଇଁ, ବୈଧତା ଅବଧି ଦୁଇ ବର୍ଷ କରିବାକୁ ପ୍ରସ୍ତାବ ଦିଆଯାଇଛି। କେନ୍ଦ୍ର ସରକାରଙ୍କ ପରିବହନ ମନ୍ତ୍ରଣାଳୟ ପକ୍ଷରୁ ୧୩ ନଭେମ୍ବର ୨୦୨୬ରେ ଏନେଇ ବିଜ୍ଞପ୍ତି ଜାରି କରାଯାଇଥିଲା । ନଭେମ୍ବର ୧୯ରେ ସରକାରୀ ଗେଜେଟ୍‌ରେ ପ୍ରକାଶ ପାଇବା ସହ ନୂଆ ନିୟମ ଲାଗୁ ହୋଇଛି ।

Leave A Reply

Your email address will not be published.