ଗଣକବି ବୈଷ୍ଣବ ପାଣି
=============
ଧନ୍ୟ ଗଣକବି ବଇଷ୍ଣବ ପାଣି l
ଉତ୍କଳ ସାହିତ୍ୟ ସୁଦକ୍ଷ ବିନ୍ଧାଣି ll
ରଚି ଯାଇଅଛ ସୁଆଙ୍ଗ ନାଟକ l
ଗୀତିନାଟ ଚିତ୍ତ ହୁଅଇ ଅଟକ ll
ଢ଼ିଙ୍କିଶାଳ ଠାରୁ ଢେଙ୍କାନାଳ ବୁଲି l
ନାଟକ କରିଲ ପଲ୍ଲୀ ଠାରୁ ଦିଲ୍ଲୀ ll
ଛାଡ଼ ମାଡ଼ଖିଆ ବୁଦ୍ଧି ଜଗନ୍ନାଥ l
କହି ଗଲ କବି ପୋଖତ ଭକତ ll
ଟିକଟ କାଟିଲ କଲିକତା ଗଲ l
ହାବୁଡ଼ା ପୋଲକୁ ହାବୁଡ଼ି ପଡ଼ିଲ ll
ଛିଇ ଛିଇ ମଦ ପିଇବି ମୁଁ ନାହିଁ l
କଳାପାଣି ପରି ଦିଶୁ ଅଛି ସେହି ll
କର୍ଣ୍ଣବଧ ଗୀତିନାଟ ମନେଅଛି l
କ୍ଷତ୍ରି ନୀତି କର୍ଣ୍ଣ ପାର୍ଥକୁ କହୁଛି ll
ମନାମାନ ତୁହି ଶୁଣରେ ଅର୍ଜୁନ l
ଉଠୁ ରଥ ମୋର କରିବୁ ତୁ ରଣ ll
ଅଞ୍ଜନୀ କେଶବ ରଥରେ ଅର୍ଜୁନ l
କ୍ଷତ୍ରିୟର ରୀତି ନ କର ବର୍ଜନ ll
ଅଭିନବ ତୁମ୍ଭ ସଂଳାପ ଚାତୁରୀ l
ଅଭିନୟ ରୁମ ଉଠିବ ଟାଙ୍କୁରୀ ll
ହସାଇ କନ୍ଦାଇ ପାହିଯାଏ ରାତି l
ହର୍ଷିତ ଦର୍ଶକ ଘରକୁ ଫେରନ୍ତି ll
ପତ୍ନୀ ବରି ବଈ ରଜକିନୀ ହର l
ମାହାଙ୍ଗା ଭୂମିରୁ ଉଠିଲା ହୁଙ୍କାର ll
ମହଙ୍ଗା ପଡ଼ିଲା ବଇଷ୍ଣବ ଜାତି l
ବଇଷ୍ଣବର କି ଅଛି ଜାତି ପତି ll
ଶୁଣିଅଛ ସବୁ ବାରଜାତି ଗୋଲା l
ବଇଷ୍ଣବ ହେଲେ ସବୁ ଚାଲିଗଲା ll
ବଇ ଉତ୍କଳର ବରିଷ୍ଠ ନାଟୁଆ l
ଝଙ୍କଡ଼ ଘଣ୍ଟୁଆ ଅଳପ ପାଠୁଆ ll
ଶରଣ ରକ୍ଷଣ ପ୍ରଭୁ ଚକ୍ରଧର l
ଭକ୍ତି କରି ବଇ ବନ୍ଦିଲା ପୟର ll
ବୈଷ୍ଣବଲଭିଲା ବଇକୁଣ୍ଠ ବାସ l
ଏହି ଅଟେ ମମ ସୁଦୃଢ଼ ବିଶ୍ୱାସ ll
ଆଉ କିବା ମୁହିଁ କହିବଇଁ ଗୁଣି l
ବିସ୍ମୟ ପ୍ରତିଭା ବଇଷ୍ଣବ ପାଣି ll
ଗଣ ଗୁଞ୍ଜରିତ ଭାରତୀ ବଇର l
ଯଥାର୍ଥରେ ଗଣକବି ଉତ୍କଳର ll
ଶରଦ ପୂର୍ଣ୍ଣିମା ତାଙ୍କ ଜନ୍ମଦିନେ l
ଉତ୍କଳବାସୀଙ୍କ ପଡୁଛନ୍ତି ମନେ ll
🙏🙏🙏
ଅର୍ଜୁନୀ
————-
ଅର୍ଜୁନୀ ଚରଣ ବେହେରା
ମୋ -୭୬୯୩୦୯୧୯୭୧
Sign in
Sign in
Recover your password.
A password will be e-mailed to you.
Prev Post
Comments are closed.