ନମଃ ନମଃ କାମପାଳ

ଅର୍ଜୁନୀ ଚରଣ ବେହେ

ଜୟ ଜୟ ଜୟ ରାମ ଅଚ୍ୟୁତ ଅଗ୍ରଜ l
ତ୍ରେତୟାଯୁଗରେ ପ୍ରଭୁ ଶ୍ରୀରାମ ଅନୁଜ ll
ଦେବକୀଙ୍କ ଗର୍ଭୁ ଯାଇ କଂସକାରାଗାରୁ l
ଜନମ ହୋଇଲ ପ୍ରଭୂ ରୋହିଣୀ ଉଦରୁ ll
ନୀଳ ବସନ ତୁମ୍ଭର ପ୍ରଭୁ ନୀଳାମ୍ବର l
ଦ୍ଵାପରେ ବଧିଲ ବ୍ରଜେ ଅନେକ ଅସୁର ll
ବଳଦେବ ନାମ ବହ ଆହେ ହଳାୟୁଧ l
ଦୂର୍ଯ୍ୟୋଧନେ ଶିଖାଇଲ ପ୍ରଭୁ ଗଦାଯୁଦ୍ଧ ll
ମହାବଳୀ ଆହେ ହଳୀ ପ୍ରଭୁ ପ୍ରଳମ୍ବାରୀ l
ପ୍ରଳମ୍ବାସୁର ବଧିଲ ପ୍ରଳମ୍ୱଘ୍ନୋ ହରି ll
ନମଃ ନମଃ ଶେଷଦେବ ପ୍ରଭୁ ତାଳଧ୍ଵଜ l
ତାଳବନେ ବଧ କଲ ଧେନୁକା ଦନୂଜ ll
କାଳିନ୍ଦୀ ଭେଦନ ବଳ ପ୍ରଭୁ ସଙ୍କର୍ଷଣ l
ଯମୁନା ବହଇ ବକ୍ରେ କଲ ଆକର୍ଷଣ ll
ନମଃ ରେବତୀରମଣ ରୋହିଣୀନନ୍ଦନ l
ହସ୍ତିନାକୁ ଲାଙ୍ଗଳୀ ହେ କଲ ଉତ୍ପାଟନ ll
ନମଃ ନମଃ କାମପାଳ ନମଃ ଶିରପାଣି l
ମସ୍ତକେ ଶୋଭଇ ତୁମ୍ଭ ବିଦାରିଣ ମଣି ll
ତୁଳସୀ ବିବାହ କଲ କନ୍ଦରାକୁ ମାରି l
ତୁଳସୀକ୍ଷେତ୍ର ଥାପିଲ ଦୟାମୟ ହରି ll
ଅନନ୍ତ ତୁମ୍ଭର ଲୀଳା କେ ବଖାଣି ପାରେ l
ନମଃ ନମଃ କାଦମ୍ବରୀପ୍ରିୟ ଦେବ ହରେ ll
🙏🙏🙏
ଅର୍ଜୁନୀ
————-
ଅର୍ଜୁନୀ ଚରଣ ବେହେରା
ମୋ -୭୬୯୩୦୯୧୯୭୧

Comments are closed.