ବାରହା ଆକ୍ରମଣରେ ଯୁବକ ଗୁରୁତର
ପଟ୍ଟାମୁଣ୍ଡାଇ ୩୦/୧୦: ଆଜି ମଧ୍ୟାହ୍ନରେ ଫସଲ ନଷ୍ଟ କରୁଥିବା ବାରହାପଲ୍ଲକୁ ଘଉଡାଇଵା ବେଳେ ଜଣେ ଯୁବକ ଆକ୍ରମଣର ଶିକାର ହୋଇଛନ୍ତି। ଗୁରୁତର ଆହତ ଯୁବକଙ୍କୁ କଟକ ବଡ଼ ମେଡ଼ିକାଲକୁ ସ୍ଥାନାନ୍ତର କରାଯାଇଛି।ଖଵରରୁ ପ୍ରକାଶ ଯେ,ଅଠରଵାଟିଆ ଗ୍ରାମର ଗୋବରୀ ନଦୀ କୂଳରେ ଥିବା ପାଳ ଜମିରେ ଫସଲ ନଷ୍ଟ କରୁଥିବା ଏକ ବାରହା ପଲ୍ଲକୁ ସେହି ଗ୍ରାମର ୩୦ରୁ ଅଧିକ ଲୋକ ଘଉଡାଇ ଥିଲେ ।ଏହି ସମୟରେ ଵାସୁଳାଇ ଠାକୁରାଣୀଙ୍କ ନିକଟରେ ଗାଈ ଜଗିଥିବା ଅଠରଵାଟିଆ ଗ୍ରାମର ବିକ୍ରମ ସେଠୀଙ୍କ ପୁଅ ନିହାର(୧୮)ଙ୍କୁ ଏକ ଵାରହା ଅତର୍କିତ କରିବା ସହ ଲହୁଲୁହାଣ କରି ପକାଇଥିଲା। ବାରହା ଆକ୍ରମଣରେ ନିହାରଙ୍କ ପାଦ, ହାତପାପୁଲି,ଜଙ୍ଘ ଓ ମଣ୍ଡା କ୍ଷତଵିକ୍ଷତ ହୋଇଛି।ବାରହା ତାଙ୍କ ଜଙ୍ଘକୁ ମାଂସ କାମୁଡ଼ି ଛିଣ୍ଡାଇ ଦେଇଛି ।ନିହାରଙ୍କୁ ଗୁରୁତର ଅବସ୍ତାରେ ଗ୍ରାମବାସୀ ଉଦ୍ଧାର କରି ପଟ୍ଟାମୁଣ୍ଡାଇ ଉପଖଣ୍ଡ ସ୍ତରୀୟ ହସ୍ପିଟାଲ ଭର୍ତ୍ତି କରିଥିଲେ ହେଁ ଅବସ୍ଥା ଗୁରୁତର ଥିବାରୁ ଓ ପ୍ଲାଷ୍ଟିକ ସର୍ଜରୀ ଆବଶ୍ୟକତା ଥିବାରୁ ତାଙ୍କୁ କଟକ ବଡ଼ ଡ଼ାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି।