ଭେଣ୍ଟିଲେଟରରେ ବେଙ୍ଗଲର ବିଜେପି ବିଧାୟକ: ଡାକ୍ତରୀ ରିପୋର୍ଟରେ ମିଳିଲା ବିଷ

0

ନୂଆଦିଲ୍ଲୀ: ପଶ୍ଚିମବଙ୍ଗର ଉତ୍ତର ୨୪ ପରଗନା ଜିଲ୍ଲାର ହିଙ୍ଗଲଗଞ୍ଜ ନିର୍ବାଚନମଣ୍ଡଳୀର ବିଜେପି ବିଧାୟକ ରେଖା ପାତ୍ରଙ୍କ ସ୍ୱାସ୍ଥ୍ୟାବସ୍ଥା ଗୁରୁତର ହେବାରୁ ତାଙ୍କୁ କୋଲକାତାର ମୁକୁନ୍ଦପୁରର ଆରଏନ ଟାଗୋର ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଡାକ୍ତରଙ୍କ ଅନୁସାରେ, ତାଙ୍କ ଅବସ୍ଥା ସଙ୍କଟାପନ୍ନ ରହିଛି ଏବଂ ତାଙ୍କୁ ଭେଣ୍ଟିଲେଟରରେ ରଖାଯାଇଛି।

ଆରଏନ ଟାଗୋର ହସ୍ପିଟାଲର ମେଡିକୋ-ଲିଗାଲ ରିପୋର୍ଟ ଅନୁଯାୟୀ, ରେଖା ପାତ୍ରଙ୍କୁ ଅର୍ଗାନୋଫସଫର୍ସ ଆଧାରିତ କୀଟନାଶକ ଦ୍ୱାରା ବିଷ ଦିଆଯାଇଥିବା ଜଣାପଡିଛି। ଘଟଣା ଜାଣିବା ପରେ ରାଜ୍ୟ ସ୍ୱାସ୍ଥ୍ୟମନ୍ତ୍ରୀ ଶରଦ୍ଵତ ମୁଖୋପାଧ୍ୟାୟ ରେଖା ପାତ୍ରଙ୍କ ସ୍ୱାସ୍ଥ୍ୟାବସ୍ଥା ବୁଝିବା ପାଇଁ ହସ୍ପିଟାଲକୁ ଯାଇଥିଲେ।

ଗତକାଲି ବିଜେପି ବିଧାୟକ ହଠାତ୍ ତାଙ୍କ ବାସଭବନରେ ଅସୁସ୍ଥ ହୋଇପଡ଼ିଲେ। ତାଙ୍କୁ ତୁରନ୍ତ ସ୍ଥାନୀୟ ହସ୍ପିଟାଲକୁ ନିଆଯାଇଥିଲା, ଯେଉଁଠାରେ ପ୍ରାଥମିକ ଚିକିତ୍ସା ପରେ ତାଙ୍କୁ ବସିରହାଟ ସୁପର ସ୍ପେଶାଲିଟି ହସ୍ପିଟାଲକୁ ରେଫର କରାଯାଇଥିଲା। କିନ୍ତୁ ତାଙ୍କର ସ୍ୱାସ୍ଥ୍ୟ ଆହୁରି ବିଗିଡିବାରୁ ଡାକ୍ତରମାନେ ତାଙ୍କୁ ଉନ୍ନତ ଚିକିତ୍ସା ପାଇଁ କୋଲକାତାର ଏକ ଘରୋଇ ସୁପର ସ୍ପେଶାଲିଟି ହସ୍ପିଟାଲକୁ ସ୍ଥାନାନ୍ତର କରିବାକୁ ନିଷ୍ପତ୍ତି ନେଇଥିଲେ।

 

Leave A Reply

Your email address will not be published.