Browsing Category

କବିତା

କଳିଙ୍ଗ ଦେଶର ସାଧବ ପୁଅ ମୁଁ

ଅଙ୍ଗ ଦେଶ ଚୁଡ଼ି ବଙ୍ଗ ଦେଶ ଶାଢ଼ୀ ମୁଣ୍ଡରେ ଭିଡ଼ି ପଗଡ଼ି l କଳିଙ୍ଗ ଦେଶର ସାଧବ ପୁଅ ମୁଁ ବୋଇତ ଦେଇଛି ଭିଡ଼ି ll ନାନା ଜାତି ଭରି ବଣିଜ ପସରା ଯାଉଅଛି ମୁହିଁ ବାଲି l ଜାଭା, ବୋରନିଓ,ସିଂହଳ ଦ୍ବୀପରୁ ଆଣିବି ମାଣିକ୍ୟ ଖାଲି ll ବାଟେ ଅଛି ପୁଣି ବୋମ୍ବାଟିଆ ଝଡ଼ ସାଗର ବତାସି ବାଆ…

ଜୟ ମା’ ମଙ୍ଗଳା

ଜୟ ମା' ମଙ୍ଗଳା ମଙ୍ଗଳମୟୀ ଲୋ ବିଜେ କଲୁ ପ୍ରାଚୀ ତଟେ l ପାତକ ହାରିଣୀ ଦେବୀ ମହାମାୟୀ ବାସ ତୋର ସର୍ଵ ଘଟେ ll ଜଗତ ବନ୍ଦିନୀ ପର୍ବତ ନନ୍ଦିନୀ ମାଆ ବିଘ୍ନ ବିନାଶିନୀ l ତୋତେ ସୁମରିଲେ ଦୂରେ ଯାଏ ଦୁଃଖ ଦୟାମୟୀ ପଦ୍ମାସନୀ ll ତ୍ରିତାପ ହାରିଣୀ ଜଗତ ଜନନୀ ଜୟ ଜୟ ମାଆ ଚଣ୍ଡୀ l…

ଆଜି ମାଣବସା ମାଆଙ୍କର

ମାର୍ଗଶୀର ମାସ ଆଜି ଶୁଭ ଗୁରୁବାର l ପୁଣ୍ୟ ପରବ ପଡ଼ିଲା ପଡ଼ିଦାତ୍ରୀଙ୍କର ll ଶଙ୍ଖ ନାଦେ କୂଳ ବଧୁଙ୍କର ହୁଳ ହୁଳି l କୋଳାହଳ ପୂରପଲ୍ଲୀ ପଡ଼ୁଛି ଉଛୁଳି ll କୂଳ ବଧୂ ସର୍ବେ ଆଜ ପ୍ରଭାତରୁ ଉଠି l ପକାଇଅଛନ୍ତି ଲକ୍ଷ୍ମୀପାଦ ଚିତାଝୋଟି ll ଧାନକେଣ୍ଡା ମେଣ୍ଟାକରି ଖଟୁଲି ସଜାଇ l ମାଆ…

କଟକର ଚିନ୍ତା ବାଇମୁଣ୍ଡିକି

କଟକ ନଗର ଧବଳ ଟଗର ଉଠୁଛି ପଡୁ଼ଛି ଖାଲି l ହଜାର ବରଷ ନଗର ବାଉନ ବଜାର ତେପନ ଗଳି ll ଆଗେ ପଢ଼ କ ପଛେ ପଢ଼ କ ଓଡ଼ିଶା ରାଇଜ ନାକ l ଜ୍ଞାନୀ ବିଜ୍ଞାନୀଙ୍କ ଅଡ୍ଡାସ୍ଥଳୀ ଭାଇ ରେଭେନ୍ଶା କଲେଜ ଛକ ll ଲୋକାରଣ୍ୟ କାଠଯୋଡ଼ି ପଠା ବାଲି ଚାଲିଛି ବାଲି ଯାତରା l କଳିଙ୍ଗ ସାଧବେ ବାଲି…

ଦଶ ଦଫା ଦାବିରେ ଆଶା କର୍ମୀଙ୍କ ବିକ୍ଷୋଭ ପ୍ରଦର୍ଶନ

ଭବାନୀପାଟଣା : ଦଶ ଦଫା ଦାବିରେ ଆଜି ବିଜୁ ଶ୍ରମିକ ସାମୁଖ୍ୟ ଅନୁବନ୍ଧିତ ଆଶାକର୍ମୀ ସଂଘ ସଦସ୍ୟ ମାନେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଆଗରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ଆଶାକର୍ମୀଙ୍କୁ ସରକାରୀ କର୍ମଚାରୀ ମାନ୍ୟତା ସହିତ ସମାନ କାମକୁ ସମାନ ଦରମା, ମାସିକ ୧୮ ହଜାର, ଅବସର ବୟସ ସୀମା ୬୫କୁ…

ନମସ୍ତେ ଭୁବନ ଭାସ୍କର

ନମସ୍ତେ ଭୁବନ ଭାସ୍କର l ସପ୍ତ ରଶ୍ମିରେ ତେଜସ୍କର ll ନମସ୍ତେ ସୂର୍ଯ୍ୟନାରାୟଣ l କଶ୍ୟପ ଋଷିଙ୍କ ନନ୍ଦନ ll ନମସ୍ତେ ନମସ୍ତେ ଆଦିତ୍ୟ l ଅଦିତି ମାତାଙ୍କର ସୂତ ll ନମସ୍ତେ ଦେବ ଦିବାକର l ରଶ୍ମି ତୋ ଅତୀବ ପ୍ରଖର ll ନମସ୍ତେ ପ୍ରଭୁ ଦିନମଣି l ଆଗମେ ଚଳାଚଳ ପ୍ରାଣୀ ll ନମସ୍ତେ…

ବ୍ରହ୍ମାଣ୍ଡ ଠାକୁର

ଜୟ ଜୟ ଜଗନ୍ନାଥ କମଳାର ବର l ନୀଳସିନ୍ଧୁତଟେ ତୁମ୍ଭ ସୁନ୍ଦର ମନ୍ଦିର ll ନୀଳ ଚକ୍ରେ ଉଡ଼ାଇଛ ପତିତପାବନ l ଭକତବତ୍ସଳ ପ୍ରଭୋ ପତିତ ତାରଣ ll ଶଙ୍ଖଚକ୍ର ଗଦା ପଦ୍ମ ଆଣ୍ଟେ ଧରିଅଛ l ସୁନ୍ଦର ବଦନ ପ୍ରଭୁ ଜଗତ ମୋହୁଛ ll କ୍ଷୀରସିନ୍ଧୁବାସ ପ୍ରଭୁ ଲୀଳାମୟ ହରି l ଦୁଃସହଦୁର୍ଗତି ନାମେ…

ଶ୍ରୀରାମାୟଣ ବନ୍ଦନା

ବନ୍ଦେ ଶ୍ରୀରଘୁନାୟକ ବନ୍ଦେ ରାମାୟଣ l ବନ୍ଦେ ଜାନକୀ ପାର୍ଥିବୀ ବନ୍ଦଇ ଲକ୍ଷ୍ମଣ ll ବନ୍ଦେ ଭରତ, ଶତ୍ରୁଘ୍ନ ଭ୍ରାତୃ ଭକ୍ତ ବେନି l ବନ୍ଦେ ଋଷ୍ୟଶୃଙ୍ଗ ଯଜ୍ଞକାରୀ ମହାମୁନି ll ବନ୍ଦେ ଦଶରଥ ବନ୍ଦେ ବିଦେହ ରାଜନ l ବନ୍ଦେ ରାଜା ଦଶରଥ ରାଣୀ ତିନିଜଣ ll ବନ୍ଦେ ଶ୍ରୀସରଯୁତୀର୍ଥ…

ମାଆ ମୋର ବୁଲିଯିବେ

ଆସି ଗଲା ଆସିଗଲା ପୁଣ୍ୟ ମାର୍ଗଶୀର l ମାଆ ମୋର ବୁଲିଯିବେ ଭକ୍ତଙ୍କ ମନ୍ଦିର ll ସର୍ଷପକୁସୁମ ଶୋଭା କେଦାରରେ ଫୁଟି l ମୃଗଶିରାତାରା ଶୋଭା ଗଗନରେ ଉଠି ll ପକ୍ବଶାଳୀକ୍ଷେତ ମାଆ ପଦ୍ମାଙ୍କ ଆଗମେ l ପଦ୍ମିନୀ ଗଣ ଲୁଚିଲେ ଅତିପାତେ ହିମେ ll ଗୋମୟରେ ଲିପି ପୋଛି ପୂତକର ବାସ l ଲକ୍ଷ୍ମୀ…

କନ୍ୟାରତ୍ନ

କନ୍ୟା ରତ୍ନ ଅଟେ ମହାଧନ ସାଧୁ ଶୁଣ l କନ୍ୟାକୁ ସଜ୍ଜନ କର ନାହିଁ ହୀନିମାନ ll ଦୁଇକୁଳ ହିତା ଯେଣୁ ନାମ ତା ଦୁହିତା l ଅବଳା ଦୁର୍ବଳା ନୁହେଁ ସୁବର୍ଣ୍ଣ ସଳିତା ll ତିନିରୂପେ ତାର ଅଟେ ମାତୃରୂପୀ କାୟା l ଜନନୀ,ଭଗୀନୀ ପୁଣି ସେହିଅଟେ ଜାୟା ll…