ନମଃ ନମଃ ମହାଦେବୀ ବିଷ୍ଣୁଙ୍କର ବାମା

ଅର୍ଜୁନୀ ଚରଣ ବେହେରା

ନମଃ ନମଃ ମହାଦେବୀ ବିଷ୍ଣୁଙ୍କର ବାମା
=================
ନମସ୍ତେ ନମସ୍ତେ ମାତ ଐଶ୍ୱର୍ଯ୍ୟଦାୟିନୀ l
ନମସ୍ତେ ନମସ୍ତେ ହରିପ୍ରୀୟେ କମଳିନୀ ll
ନମସ୍ତେ ନମସ୍ତେ ମାତେ ସାଗର ତନୁଜା l
ପ୍ରସାଦରେ ମାତା ରଙ୍କ ହୁଏ ମହାରାଜା ll
ନମସ୍ତେ କରୁଣାମୟୀ କରୁଣା ତୋ ଉଣା l
ପ୍ରାଣୀଙ୍କି ନମିଳେ ମାତ ବସ୍ତ୍ର ଦାନାକନା ll
ଭିକ୍ଷା ନମିଳଇ ବାରଦ୍ୱାରେ ଭିକ୍ଷା କଲେ l
ବଳରାମ ଜଗନ୍ନାଥ ଯାହା ଭୋଗିଥିଲେ ll
ମାନି ଦୂର୍ଯ୍ୟୋଧନ ସ୍କନ୍ଧେ ମାଆ ବସିଥିଲୁ l
ଅବଜ୍ଞାକରିଲା ମାତ ତାକୁ ତେଜ୍ୟାକଲୁ ll
ଚଞ୍ଚଳଗତି ତୋ ମାତ ଅଟୁଲୋ ଚଞ୍ଚଳା l
ବେଗି ଵେଗି ଆସୁ ପୁଣି ଵେଗି ବେଗି ପଳା ll
ବାସ ତୋର ଶୁଦ୍ଧ ପୂତ ନୀତି ନିଷ୍ଠା ସ୍ଥାନ l
କ୍ଷୀରସିନ୍ଧୁ ସୂତା କ୍ଷୀରାବ୍ଧି ତୋର ଶୟନ ll
ତୋ ସୁଦୟା ବଳେ ମାଆ ଜଗତ ଜନନୀ l
ଐଶ୍ୱର୍ଯ୍ୟ ଲଭିଲା ଛାର ଶ୍ରୀୟା ଚଣ୍ଡାଳୁଣୀ ll
ଅଷ୍ଟଲକ୍ଷ୍ମୀ ରୂପେ ଅଷ୍ଟ ଐଶ୍ୱର୍ଯ୍ୟ ପ୍ରଦାୟୀ l
ଶ୍ରୀପୀଠେ ସୂରପୂଜିତା ନମଃ ମହାମାୟୀ ll
ମାଣବସା ପୂଜା ମାଆ ପୁଣ୍ୟ ମାର୍ଗଶୀରେ l
ଉତ୍କଳ ଘରଣୀ ହୁଳହୁଳି ଘରେ ଘରେ ll
ମହାଲକ୍ଷ୍ମୀ ପୁରାଣେ ଶ୍ରୀବଳରାମ ଦାସ l
ମହିମା କିଞ୍ଚିତେ ତୋର କରିଲେ ପ୍ରକାଶ ll
କେ ବର୍ଣ୍ଣିପାରିବ ମାଆ ତୋହର ମହିମା l
ନମଃ ନମଃ ମହାଦେବୀ ବିଷ୍ଣୁଙ୍କର ବାମା ll
🙏🙏🙏
ଅର୍ଜୁନୀ
————–
ଅର୍ଜୁନୀ ଚରଣ ବେହେରା
ମୋ -୭୬୯୩୦୯୧୯୭୧

Comments are closed.