ନମାମି ନମାମି ପ୍ରଭୁ

ଅର୍ଜୁନୀ ଚରଣ ବେହେରା

ନମାମି ନମାମି ପ୍ରଭୁ
===========
ଜୟ ଜୟ ଜଗନ୍ନାଥ ସିନ୍ଧୁ ସୂତା ପତି l
ନୀଳାଚଳଧାମେ ପ୍ରଭୁ କରିଲ ବସତି ll
ଦିବ୍ୟ ଦାରୁକଳେବର ଲୀଳାମୟ ହରି l
ସୁନ୍ଦରମୂରତି ଭାଇ ଭଗ୍ନୀ ସଙ୍ଗେ ଧରି ll
ପାଶେ ତବ ବିଜେ ଚକ୍ରରାଜ ସୁଦର୍ଶନ l
ଶଙ୍ଖଚକ୍ର ଗଦାପଦ୍ମ ହସ୍ତ ଶୋଭାବନ ll
ସୁନ୍ଦର ଦେଉଳ ପ୍ରଭୋ ନୀଳସିନ୍ଧୁତଟ l
ପାଶେ ବିଜେ କଳ୍ପଜୀବିଦ୍ରୁମ କଳ୍ପବଟ ll
ସର୍ବ ତୀର୍ଥମୟୀ ତବ ଧାମ, ନୀଳାଚଳ l
ସର୍ବତୀର୍ଥ ଦେବଦେବୀ ଯହିଁଛନ୍ତି ଠୁଳ ll
ମୁକ୍ତି ମଣ୍ଡପରେ ତୋର ବିସିଛନ୍ତି ବିପ୍ରେ l
ସ୍ପର୍ଶମାତ୍ରେ ଦୁରିତ ପଳାଇଯାଏ କ୍ଷିପ୍ରେ ll
ବାଇଶି ପାବଚ୍ଛ ତବ, ପାବନ ସୁଶ୍ରେଣୀ l
ସରଗକୁ ବାଟ ସ୍ଵର୍ଗଦ୍ୱାର ତୋ ମଶାଣି ll
ଉତ୍କଳ ସମ୍ରାଟ, ବିଶ୍ଵ ରାଟ, ରମାକାନ୍ତ l
ପତିତ ପାବନ ନାମ ନୀଳଚକ୍ର ନେତ ll
ଆନନ୍ଦ ବଜାରେ ତବ ବିକା ହୁଏ ଭାତ l
ପ୍ରାପ୍ତମାତ୍ରେଭକ୍ଷ ଯାହା ସାକ୍ଷାତଅମୃତ ll
ରଥ ଯାତରା ତୁମ୍ଭର ମନ ଲୋଭା ଅତି l
ଲୋକାରଣ୍ୟ ବଡ଼ଦାଣ୍ଡ ଭିଡ଼ ଭକ୍ତପନ୍ତି ll
ପରମପାବନ କ୍ଷେତ୍ର କୈବଲ୍ୟଦାୟକ l
ନମାମି ନମାମି ପ୍ରଭୁ ଶ୍ରୀକ୍ଷେତ୍ରନାୟକ ll
🙏🙏🙏
ଅର୍ଜୁନୀ
———–
ଅର୍ଜୁନୀ ଚରଣ ବେହେରା
ମୋ -୭୬୯୩୦୯୧୯୭୧

Comments are closed.