ପାରାଦୀପ ବନ୍ଦର ଡେପୁଟି ଟ୍ରାଫିକ ମ୍ୟାନେଜରଙ୍କ ଘରେ ସିବିଆଇ ଚଢ଼ାଉ

0

ପାରାଦ୍ଵୀପ: ପାରାଦ୍ଵୀପ ବନ୍ଦରର ଡେପୁଟି ଟ୍ରାଫିକ ମ୍ୟାନେଜର ଶ୍ରୀମନ ନାରାୟଣ ମିଶ୍ର ଙ୍କ ଘରେ ସିବିଆଇର ଚଢାଉ। ଆୟ ବର୍ହିଭୂତ ସମ୍ପତ୍ତି ଅଭିଯୋଗ ରେ ଏହି ଚଢାଉ କରାଯାଉଥିବା ସୂଚନା ମିଳିଛି। ଶ୍ରୀମନ ନାରାୟଣ ମିଶ୍ର ଙ୍କ ପାରାଦ୍ଵୀପ ସ୍ଥିତ ବନ୍ଦର କ୍ୱାଟର,ତାଙ୍କ ଦ୍ବାରା ପରିଚାଳିତ କାନମାସ ର ଅଫିସ ଗୃହରେ ମଧ୍ୟ ଚାଲିଛି ଚଢ଼ାଉ। ସିବିଆଇର ଦୁଇଟି ଟିମ୍ ପାରାଦ୍ୱୀପ ରେ ଚଢାଉ କରୁଥିବା ବେଳେ, ଭୁବନେଶ୍ୱର ର ରଘୁନାଥପୁର ରେ ଥିବା ଶ୍ରୀମନ ଙ୍କ ଘରେ ମଧ୍ୟ ଏକ ଟିମ୍ ଚଢାଉ କରୁଛି। ଏଥିସହିତ କୁଜଙ୍ଗ ଓ ଏରସମା ତହସିଲ ଅଧିନରେ ଥିବା ତାଙ୍କର ଥିବା ସମ୍ପତ୍ତି ର ମଧ୍ୟ ଯାଞ୍ଚ୍ କରାଯାଉଛି। ତେବେ ମିଳିଥିବା ସୂଚନା ଅନୁସାରେ ଶ୍ରୀମନ ନାରାୟଣ ମିଶ୍ରଙ୍କ ବିରୋଧରେ ଇଡି ଓ ଲୋକାୟୁକ୍ତଙ୍କ ନିକଟରେ ତାଙ୍କର ଆୟ ବର୍ହିଭୂତ ସମ୍ପତ୍ତି ସମ୍ପର୍କରେ ଅଭିଯୋଗ କରାଯାଇଥିଲା।ଉଭୟ ବିଭାଗର ନିର୍ଦ୍ଦେଶ ରେ ସିବିଆଇ ଆଜି ଏକକାଳୀନ ଶ୍ରୀମନଙ୍କ ବିଭିନ୍ନ ସ୍ଥାନରେ ଚଢାଉ ଜାରି ରଖିଛି। ଏହି ଚଢ଼ାଉରେ ବହୁ ଗୁରୁତ୍ବପୂର୍ଣ୍ଣ କାଗଜପତ୍ର ସିବିଆଇ କୁ ମିଳିଥିବା ଜଣାପଡିଛି।

Leave A Reply

Your email address will not be published.