ଜୟ ବାବା ଆଖଣ୍ଡଳମଣି

ଅର୍ଜୁନୀ ଚରଣ ବେହେରା

ଜୟ ବାବା ଆଖଣ୍ଡଳମଣି
==============
ଜୟ ଜୟ ଜୟ ବାବା ଆଖଣ୍ଡଳମଣି l
ନମସ୍ତେ ମହା ମହିମ ପ୍ରଭୁ ଶୂଳପାଣି ll
ନମସ୍ତେ ନମସ୍ତେ ପ୍ରଭୁ କଇଳାଶ ପତି l
ଉତ୍କଳରେ ଆସି ପ୍ରଭୁ ଥାପିଲ ବସତି ll
ନମସ୍ତେ ନମସ୍ତେ ପ୍ରଭୁ ହିମବନ୍ତୀ ବର l
ଆରଡ଼ିଗ୍ରାମରେ ବିଜେ ସୁନ୍ଦର ମନ୍ଦିର ll
ଉତ୍କଳରଗଙ୍ଗା ପୂତ ବୈତରଣୀ କୁଳେ l
ସମର ସିଂହ ଅପୁର୍ବ କୀର୍ତ୍ତି ରଖିଗଲେ ll
ମଣିକ୍ଷେତ୍ରରେ ତୁମ୍ଭର ଗାରଡ଼ି ନ ଥାଏ l
ଦୁଃସହ ଦୁର୍ଗତିମାନ ନାମେ ଉଡ଼ିଯାଏ ll
ନମସ୍ତେ ନମସ୍ତେ ନମଃ ପ୍ରଭୂ ପଞ୍ଚାନନ l
ସାକ୍ଷାତେ ଅମୃତ ଅଟେ ତବ ଘରଷଣ ll
ଅନ୍ଧେ ଲଭନ୍ତି ନୟନ, ଅପୁତ୍ରିକେ ବଳା l
ନମସ୍ତେ ନମସ୍ତେ ଦେବ ପଞ୍ଚଶରଜଳା ll
ନମସ୍ତେ ନମସ୍ତେ ପ୍ରଭୁ ନମସ୍ତେ ପିନାକି l
ଅକର୍ମ କର୍ମ ଦାୟକ ! ଡାକି ଗଲି ଥକି ll
ନମସ୍ତେ ଅହି ଭୂଷଣେ ଶମଶାନ ବାସୀ l
ହର ହର ମହାଦେବ ନାମ ହୁଏ ଘୋଷି ll
ନମୋନମ ଆଶୁତୋଷ ନମସ୍ତେ ଶଙ୍କର l
ମଙ୍ଗଳମୟ ଦେବଙ୍କୁ କୋଟି ନମସ୍କାର ll
🙏🙏🙏
ଅର୍ଜୁନୀ
———–
ଅର୍ଜୁନୀ ଚରଣ ବେହେରା
ମୋ -7693091971

Comments are closed.