ମାଧ୍ୟମିକ ଶିକ୍ଷା ପରିଷଦର ନୂଆ ସଭାପତି ନିଯୁକ୍ତ

ଭୁବନେଶ୍ବର: ମାଧ୍ୟମିକ ଶିକ୍ଷା ପରିଷଦର ନୂଆ ସଭାପତି ନିଯୁକ୍ତ ହୋଇଛନ୍ତି। ମାଟ୍ରିକ ପରୀକ୍ଷା ପୂର୍ବରୁ ଶ୍ରୀକାନ୍ତ ତରେଇଙ୍କୁ ବୋର୍ଡ଼ ସଭାପତି ଭାବେ ନିଯୁକ୍ତି ମିଳିଛି। ରବିବାର ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ଏ ସମ୍ପର୍କିତ ବିଜ୍ଞପ୍ତି ପ୍ରକାଶ ପାଇଛି। ଓଏଏସ ଅଧିକାରୀ ଶ୍ରୀକାନ୍ତ ତରେଇ ପୂର୍ବରୁ ରାଜସ୍ୱ ବିଭାଗର ସ୍ୱତନ୍ତ୍ର ସଚିବ ଥିଲେ।ସୂଚନାଯୋଗ୍ୟ, ଆସନ୍ତା ଫେବ୍ରୁଆରୀ ୨୦ରୁ ମାଟ୍ରିକ ପରୀକ୍ଷା ଆରମ୍ଭ ହେବ ଏବଂ ଏହା ମାର୍ଚ୍ଚ ୪ ତାରିଖ ପର୍ଯ୍ୟନ୍ତ ଚାଲିବ।

Comments are closed.