ନମସ୍ତେ ମାତା ମହାକାଳୀ

ଅର୍ଜୁନୀ ଚରଣ ବେହେରା

ନମସ୍ତେ ମାତା ମହାକାଳୀ
=============
ନମସ୍ତେ ମାତା ମହାକାଳୀ l
ତ୍ରିନେତ୍ରା ପ୍ରଚଣ୍ଡ ପ୍ରଜ୍ବଳି ll
ନମସ୍ତେ ନମସ୍ତେ ମା ଶ୍ୟାମା l
ଅଟୁ ମା ଶଙ୍କରଙ୍କ ବାମା ll
ନମସ୍ତେ ମାତା ଭୟଙ୍କରୀ l
ବୁଲୁ ମା ଯୋଗ୍ନିଗଣ ଧରି ll
ନମସ୍ତେ ଉନ୍ମୁକ୍ତା ଜଘନୀ l
ସନ୍ତାନ ବତ୍ସଳା ଜନନୀ ll
ନମସ୍ତେ କଠିନ କୁନ୍ତଳା l
ଗଳେ ତୋ ନରମୁଣ୍ଡ ମାଳା ll
ନମସ୍ତେ କୁଳିଶାଙ୍ଗୀ କଳା l
ରୂପ ତୋ ମାତା ଘନକଳା ll
ନମସ୍ତେ ମାତା ମୁକ୍ତକେଶୀ l
ଉନ୍ମୁକ୍ତ କୁନ୍ତେ ଚାରୁହାସୀ ll
ନମସ୍ତେ କାନ୍ତ୍ୟା କାତ୍ୟାୟନୀ l
କାମାକ୍ଷୀ ଶ୍ମଶାନ ବାସିନୀ ll
ନମସ୍ତେ ମାତା କୃଷୋଦରୀ l
କଙ୍କାଳୀ ଜଗତ ସଂହାରୀ ll
ନମସ୍ତେ କାଳି କରାଳିନୀ l
ଚଣ୍ଡିକା ମନ୍ଦାର ମାଳିନୀ ll
ନମସ୍ତେ ମାତା କାଳରାତ୍ରୀ l
ସଂହାରକର୍ତ୍ତ୍ରୀ ଜଗଦ୍ଧାତ୍ରୀ ll
ନମସ୍ତେ କରାଳ ଦଶନୀ l
ଭୈରବୀ ଅଭୟ ଦାୟିନୀ ll
ନମସ୍ତେ ମାତା ନାରାୟଣୀ l
ଭଦ୍ରକାଳିକେ ବରାନନି ll
ନମସ୍ତେ ମାତା ରକ୍ତଦନ୍ତୀ l
କୁବ୍ଜିକା କାଳିକା ଜୟନ୍ତୀ ll
ଅଶେଷ ନାମ ମାତା ତୋର l
ତୋ ପଦେ ମୋର ନମସ୍କାର ll
🙏🙏🙏
ଅର୍ଜୁନୀ
————
ଅର୍ଜୁନୀ ଚରଣ ବେହେରା

Comments are closed.