କେତେକ ଅସମ୍ଭବ କାମ ବି କରିବାକୁ ପଡ଼େ: ଧାରା ୩୭୦ ରାୟ ଶୁଣାଣି ପୂର୍ବରୁ କହିଲେ କପିଲ୍‌ ସିବଲ୍‌

ନୂଆଦିଲ୍ଲୀ: କିଛି ଅସମ୍ଭବ କାମ ବି କରିବାକୁ ପଡ଼େ ବୋଲି ଆଜି ଜମ୍ମୁ ଓ କଶ୍ମୀରରୁ ଧାରା ୩୭୦ ଉଚ୍ଛେଦ ମାମଲାରେ ସୁପ୍ରିମ୍‌ କୋର୍ଟ ରାୟ ଶୁଣାଇବା ଆଗରୁ ବରିଷ୍ଠ ଆଡ୍‌ଭୋକେଟ୍‌ କପିଳ ସିବଲ୍‌ କହିଛନ୍ତି। ସମ୍ବିଧାନର ଧାର ୩୭୦ ଉଚ୍ଛେଦ କରାଯିବାର ବୈଧତାକୁ ଚାଲେଞ୍ଜ୍‌ କରିଥିବା ପିଟିସନର୍‌ମାନଙ୍କର ପ୍ରତିନିଧିତ୍ବ କରୁଛନ୍ତି ସିବଲ୍‌। ସମ୍ବିଧାନର ଏହି ଧାରା ଜମ୍ମୁ ଓ କଶ୍ମୀରକୁ ସ୍ବତନ୍ତ୍ର ରାଜ୍ୟ ପାହ୍ୟା ପ୍ରଦାନ କରିଥିଲା। ଏହାକୁ ଉଚ୍ଛେଦ କରିବା ଲାଗି ୨୦୧୯ ଅଗଷ୍ଟ ୫ ତାରିଖ ଦିନ ରାଷ୍ଟ୍ରପତି ଦେଇଥିବା ଆଦେଶ ଆଇନଗତ ଓ ସାମ୍ବିଧାନିକ ଭାବେ ବୈଧ କି, ନୁହେଁ, ତାହା ଆଜି ସୁପ୍ରିମ୍‌ କୋର୍ଟ କହିବେ।

ଏକ୍ସ’ କରି ସିବଲ୍‌ କହିଛନ୍ତି, ପ୍ରତିଷ୍ଠାନିକ କାର୍ଯ୍ୟାନୁଷ୍ଠାନର ଠିକ୍‌ ଓ ଭୁଲ୍‌ ଉପରେ ବର୍ଷ ବର୍ଷ ଧରି ବିତର୍କ ଲାଗିବ। ଅଦାଲତରେ କିଛି ନିଷ୍ଫଳ ପ୍ରୟାସ ବି କରାଯିବାକୁ ପଡ଼େ। ଆଗାମୀ ପିଢ଼ିଙ୍କ ଅବଗତି ନିମନ୍ତେ ଇତିହାସ ଅସୁବିଧାର କାରଣ ସବୁ ଲିପିବଦ୍ଧ କରି ରଖିବ। ଏକା ଇତିହାସ ହିଁ ହେଉଛି ଐତିହାସିକ ନିଷ୍ପତ୍ତିଗୁଡ଼ିକର ନୈତିକ ଦିଗବାରେଣୀର ଚୂଡ଼ାନ୍ତ ବିଚାରକ।

ଭାରତର ପ୍ରଧାନ ବିଚାରପତି ଡି. ୱାଇ. ଚନ୍ଦ୍ରଚୂଡ଼ ଓ ବିଚାରପତି ସଞ୍ଜୟ କିଷନ୍‌ କୌଲ୍‌, ସଞ୍ଜୀବ ଖାନ୍ନା, ବି. ଆର୍. ଗୱାଇ ଓ ସୂର୍ଯ୍ୟକାନ୍ତଙ୍କୁ ନେଇ ଗଠିତ ସୁପ୍ରିମ୍‌ କୋର୍ଟର ସାମ୍ବିଧାନିକ ଖଣ୍ଡପୀଠ ଧାରା ୩୭୦ ଉଚ୍ଛେଦ କରାଯିବାର ବୈଧତା ଉପରେ ରାୟ ଶୁଣାଇବେ।

Comments are closed.