ନମସ୍ତେ ଦେବ ଛାୟାପତି

ଅର୍ଜୁନୀ ଚରଣ ବେହେରା

ନମସ୍ତେ ଦେବ ଛାୟାପତି
========
ନମସ୍ତେ ଦେବ ଛାୟାପତି l
ତୋ ତହୁଁ ବିଶ୍ୱ ଉତପତି ll
ନମସ୍ତେ ଦେବ ଦିବାକର l
ସକଳ ଶକ୍ତିର ଆଧାର ll
ନମସ୍ତେ ସପ୍ତାଶ୍ୱ ବାହନ l
ତୋହର ସାରଥୀ ଅରୁଣ ll
ନମସ୍ତେ ଦେବ ମାରତଣ୍ଡ l
ତୋ ରଶ୍ମି ଅତୀବ ପ୍ରଚଣ୍ଡ ll
ନମସ୍ତେ ଦେବ ତେଜସ୍କର l
ସପ୍ତ ରଶ୍ମିରେ ତୁ ଭାସ୍କର ll
ନମସ୍ତେ ଦେବ ଗ୍ରହରାଜ l
ୠତୁଆବର୍ତ୍ତ ତୋର କାର୍ଯ୍ୟ ll
ନମସ୍ତେ ଦେବ କାଶ୍ୟପେୟ l
କଶ୍ୟପ ଋଷିଙ୍କ ତନୟ ll
ତୋହର ଦୁହିତା ତପତି l
ବରିଲେ ସମ୍ବର ନୃପତି ll
ନମସ୍ତେ ଦେବ ବିଶ୍ୱନେତ୍ର l
ପୂଜା ତୋହର ଅର୍କକ୍ଷେତ୍ର ll
ଶାପରେ ହୋଇ ସନ୍ତାପିତ l
ତୋତେ ପୂଜିଲେ କୃଷ୍ଣପୁତ୍ର ll
ନାଶିଲୁ ଦୁରାରୋଗ୍ୟ ବ୍ୟାଧି l
ଶାମ୍ବ ଦଶମୀ ଯା ପ୍ରସିଦ୍ଧି ll
ନମସ୍ତେ ହେ ଦେବ ତପନ l
ତୋ ବଂଶେ ହୋଇ ଉତପନ ll
ପ୍ରଭୁ ଶ୍ରୀରାମ ଧନୁର୍ଦ୍ଧାରୀ l
ବନେ ହୋଇଲେ ବନଚାରୀ ll
ରାବଣ ବଧି ରାବଣାରୀ l
ତାରିଲେ ଗଉତମ ନାରୀ ll
ତୋ କୂଳେ ଜନ୍ମି ଦିନନାଥ l
ଗଙ୍ଗା ଆଣିଲେ ଭଗୀରଥ ll
ଅସଂଖ୍ୟ ଅଟେ ତୋର ନାମ l
କେ କରି ପାରେ ତା ବର୍ଣ୍ଣନ ll
ତୋହର ଦୟାରୁ କିଞ୍ଚିତେ l
ବର୍ଣ୍ଣିଲି ଦେବ ଶକ୍ତିମତେ ll
ନମସ୍ତେ ହେ ଦେବ ଭାସ୍କର l
ଘେନ ମୋହର ନମସ୍କାର ll
ଜଣାଏ ପ୍ରଭାତ ପ୍ରଣତି l
ହର ମୋ ସକଳ ଦୁର୍ଗତି ll
🙏🙏🙏
ଅର୍ଜୁନୀ
————
ଅର୍ଜୁନୀ ଚରଣ ବେହେରା
ମୋ -7693091971

Comments are closed.