ଶିବସ୍ତୁତି

ଅର୍ଜୁନୀ ଚରଣ ବେହେରା

ଶିବସ୍ତୁତି
========
ଅଙ୍କେ ଯାହାଙ୍କର ହିମାଦ୍ରୀ ତନୟା ,
ମସ୍ତକେ ପାବନୀ ଗଙ୍ଗେ l
ଲଲାଟ ପଟଳେ ବାଳ ଇନ୍ଦୁ ଶୋଭା
କଣ୍ଠେ ଗରଳ ଭୁଜଙ୍ଗେ ll
ଭଷ୍ମ ବିଲେପିତ ସର୍ବାଙ୍କ ଶରୀର
ଦେବାଧି ଦେବ ସଂହାରୀ l
ଶଶିନିଭ ରୂପ ଆହେ ସର୍ବ ବ୍ୟାପ,
ରକ୍ଷା କର ହେ କାମାରି ll
ସର୍ଵ ଧର୍ମ ରୂପୀ ବୃକ୍ଷ ଆଦି ମୂଳ
ବିବେକ ଜ୍ଞାନ ସମୁଦ୍ର l
ସର୍ବ ଜୀବଙ୍କର ଆନନ୍ଦ ପ୍ରଦାୟୀ
ସୁଧାପୂର୍ଣ୍ଣ ପୂର୍ଣ୍ଣଚଂନ୍ଦ୍ର ll
ବଇରାଗରୂପୀ ବୈରାଗ୍ୟ ସ୍ୱରୁପୀ
ଯୋଗାରୁଢ଼ ମହାଯୋଗୀ l
ନମସ୍ତେ ନମସ୍ତେ ପ୍ରଭୁ ତ୍ରିଲୋଚନ
ଭ୍ରମେ ମୁଁ ଭବ ଅଟବି ll
ତ୍ରିତାପ ନାଶକ ପାପ ବିନାଶକ
କଳିମଳ ବିନାଶନ l
ଜୟ ହେ ପିନାକ ତ୍ରିଶୁଳ ଧାରକ
ଦକ୍ଷଯଜ୍ଞ ବିଧ୍ୱଂସନ ll
ନମଃ ଭୂତପତି ଅଗତିର ଗତି
ଅକର୍ମ କର୍ମ ଦାୟକ l
ପରମ ମଙ୍ଗଳ ମଙ୍ଗଳ ଦାୟକ
ସର୍ବ ଶାନ୍ତି ପ୍ରଦାୟକ ll
ନମ ଦେବ କାଶୀ ଶମଶାନବାସୀ
ନମଃ ହେ ପରମ ଜ୍ଞାନୀ l
ନମଃ ଦିଗମ୍ବର ମହେଶ ଈଶ୍ୱର
ନମାମି ଭବ ଭବାନୀ ll
ନମାମି ନମାମି ନମଃ ଶିବ ଶମ୍ଭୁ
ନମଃ ନମଃ ମହାଦେବ l
ନମାମି ନମାମି କଇଳାସ ପତି
ନମଃ ନମଃ ଉମାଧବ ll
🙏🙏🙏
ଅର୍ଜୁନୀ
—————
ଅର୍ଜୁନୀ ଚରଣ ବେହେରା
ମୋ -7693091971

Comments are closed.