Browsing Category

କବିତା

ବାଣୀ ବନ୍ଦନା

ନମସ୍ତେ ମାତ ବୀଣାପାଣି l ବୀଣା ଝଂକାରେ ବେଦ ଭଣି ll ନମସ୍ତେ ମାତ ନାରାୟଣୀ l ତୁ କାବ୍ୟକଳା ଠାକୁରାଣି ll ନମସ୍ତେ ଗାୟତ୍ରୀ ସାବିତ୍ରୀ l ଗାୟତ୍ରୀ ଛନ୍ଦେ ତୋର ସ୍ତୁତି ll ନମସ୍ତେ ନମଃ ଆଦିମାତେ l କବି ଜନନୀ ନମସ୍ତୁତେ ll ନମସ୍ତେ ମାତ ତୁ ଶାରଦା l ବର ପ୍ରଦାନୀ ତୁ ବରଦା ll…

ବନ୍ଦେ ପ୍ରଭୁ ହନୁମାନ

ବନ୍ଦେ ପ୍ରଭୁ ହନୁମାନ ଅଞ୍ଜନାର ବଳା l ମହା ବଳବନ୍ତ ପ୍ରଭୁ ସ୍ୱର୍ଣ୍ଣଲଙ୍କା ଜଳା ll ଜୟ ସଂକଟହରଣ ଜୟ ହେ ମାରୁତି l ପବନ ନନ୍ଦନ ତୁମ ବାୟୁବେଗ ଗତି ll ମହା ମେଘ ରୂପ ଧରି ସାଗର ଲଙ୍ଘିଲ l ଲଙ୍କାପୁର ଲଙ୍କିନିକୁ ଚାପୁଡ଼େ ମାରିଲ ll ଅଶୋକକାନନେ ପଶି ବନ ଉଜାଡ଼ିଲ l ସୀତା ଠାବକରି…

ରେଳଉପରେ କବିତା ଲିଖନ

ହଲି ହଲି ଚାଲି ବାଷ୍ପୀୟ ଶକଟ l ବିଳାଶପୂରର ହୋଇଛି ନିକଟ ll ଋଷିକେଶ ଠାରୁ ବିଳମ୍ୱେ ବହାରି l ହୋଇଅଛି ଏବେ ଦଶଘଣ୍ଟା ଡେରି ll ବୁଲି ବୁଲି ବୁଲି କେତେ ବାଟ ବୁଲି l ଚାଲିଅଛି ଯାନ ଧୀରେ ଝୁଲି ଝୁଲି ll ଯାନ ନାମ ଭାଇ କଳିଙ୍ଗ ଉତ୍କଳ l ଯାତାୟତେ କେବେ ନହୁଏ ଚଞ୍ଚଳ ll ଉତ୍କଳର ସାଥେ…

କମଳା କାନ୍ତ ହେ କମଳା କାନ୍ତ 

କମଳାକାନ୍ତ ହେ କମଳାକାନ୍ତ l କମଳା ବଲ୍ଲଭ କଳା ସାଆନ୍ତ ll ଦଳିତ ଅଞ୍ଜନ ଚିକ୍କଣ କଳା l ସୁନ୍ଦର ବଦନ ଶ୍ରୀଚକାଡୋଳା ll କଳପ ବଟର ମୁଳରେ ବସି l ଦାରୁବ୍ରହ୍ମ ଅଛ ଲୀଳା ପ୍ରକାଶି ll କରେ ଶଙ୍ଖ ଚକ୍ର ସୁଦରଶନ l କୌମଦକୀ ଗଦା କି ଶୋଭାବନ ll ସରବ ସୌନ୍ଦର୍ଯ୍ୟ ଉପମା…

ଜୟ କମଳ ଆରୁଢ଼େ

ଆସି ଅଛି ଆସି ଅଛି ପୁଣ୍ୟ ମାର୍ଗଶୀର l ଏ ପୁଣ୍ୟମାସ ଅଟଇ ମାଆ ଲକ୍ଷ୍ମୀଙ୍କର ll ମାର୍ଗଶୀର ମଧ୍ୟେ ଆଜ ପୁଣ୍ୟ ଗୁରୁବାର l ମାଣ ବସା ଓଷା ଆଜି ଜଗନ୍ମାତାଙ୍କର ll ଉତ୍କଳର ଘରେ ଘରେ ପଡ଼ିଅଛି ଝୋଟି l କୂଳବଧୁ ମାନେ ସର୍ବେ ପ୍ରଭାତରୁ ଉଠି ll ଲିପି, ପୋଛି, କରିଛନ୍ତି ଗୃହ ପରିଷ୍କାର l…

ପୁରୁଷୋତ୍ତମ ଜଗନ୍ନାଥ

ପୁରୁଷୋତ୍ତମ ଜଗନ୍ନାଥ l ସୃଷ୍ଟି ତୁ କରୁ ଆତଜାତ ll ହେ ପ୍ରଭୁ ଜଗତର ପତି l ଅଟୁ ତୁ ଜଗତର ଗତି ll ତୁ ଅଟୁ ପ୍ରଭୁ ସର୍ବେଶ୍ୱର l ଉତ୍ପତ୍ତି କାରଣ ବିଶ୍ୱର ll ହେ ପ୍ରଭୁ ପରମ ପୁରୁଷ l ପରମଧାମ ତୋର ବାସ ll ଶାଶ୍ୱତ ଦିବ୍ୟ ରୂପ ତୋର l ତୁ ଅଟୁ ଅଜନ୍ମା ଅମର ll ତୁ ଅଟୁ ପ୍ରଭୁ…

ପଢୁଆଁ ହେବେ ମହାପ୍ରଭୁ

ଉତ୍କଳୀୟ ପର୍ବ ଆଜି ପଢୁଆଁ ଅଷ୍ଟମୀ l ପଢୁଆଁହୋଇବେ ପ୍ରଭୁ ଜଗତର ସ୍ୱାମୀ ll ନିଆଳୀର ଦାଣ୍ଡେ ଆଜି ପଡ଼ିଅଛି ହୁରି l ନିଆଳିମାଧବ ମାମୁଁ ଯିବେ ଆଜ ପୁରୀ ll ଓଡ଼ିଆର ବଡ଼ ଭାଇ ନୀଳାଚଳ ଚାନ୍ଦ l ପଢୁଆଁ କରିବେ ମାମୁଁ ଶ୍ରୀମାଧବାନନ୍ଦ ll ସଜ ହୋଇଲାଣି ଭାର ପ୍ରସ୍ତୁତ ଭାରୁଆ l…

ଗୀତା ଆରତୀ

ଜୟଜୟ ଜୟ ଗୀତେ ସୁଗୀତେ ପରମେ l ନମଃ ନମଃ ଜ୍ଞାନମୟୀ ଶତ ବାର ନମେ ll ନମଃ ନମଃ ବେଦମୟୀ ସର୍ଵ ଶାସ୍ତ୍ର ସାର l ଶ୍ରୀ ମୁଖ ନିଶୃତ ବାଣୀ, ବକ୍ତା, ପରାତ୍ପର ll କୁରୁକ୍ଷେତ୍ର ଧର୍ମକ୍ଷେତ୍ରେ ନନ୍ଦିଘୋଷ ପରେ l ଫାଲ୍ଗୁନୀ ବସିଲେ ଶସ୍ତ୍ରତେଜି ସଂଶୟରେ ll ଜ୍ଞାନରୂପୀଗାଭୀ ଦୋଗ୍ଧା…

ସୀତା ବିବାହ

ଜନକପୁରୀରେ ବାଜେ ମଙ୍ଗଳ ମହୁରୀ l ଶ୍ରୀରାମଙ୍କୁ ବରିଛନ୍ତି ସୀତୟା ସୁନ୍ଦରୀ ll ଶ୍ରୁତକିର୍ତ୍ତି ମାଣ୍ଡବୀ ଉର୍ମିଳା ଭଗ୍ନୀମାନେ l ବରିଛନ୍ତି ଶତ୍ରୁଘ୍ନଙ୍କୁ ଭରତେ, ଲକ୍ଷ୍ମଣେ ll ବାଜଇ ଢୋଲ ଟମକ ଢ଼କ୍କା ଶଙ୍ଖ ତୂରୀ l ଆନନ୍ଦମୁଖର ସର୍ଵ ବିଦେହନଗରୀ ll ଶ୍ରୀରାମ ଭାଙ୍ଗିଲେ ପଣ ଧନୁ…

ନମଃ ନମଃ କାମପାଳ

ଜୟ ଜୟ ଜୟ ରାମ ଅଚ୍ୟୁତ ଅଗ୍ରଜ l ତ୍ରେତୟାଯୁଗରେ ପ୍ରଭୁ ଶ୍ରୀରାମ ଅନୁଜ ll ଦେବକୀଙ୍କ ଗର୍ଭୁ ଯାଇ କଂସକାରାଗାରୁ l ଜନମ ହୋଇଲ ପ୍ରଭୂ ରୋହିଣୀ ଉଦରୁ ll ନୀଳ ବସନ ତୁମ୍ଭର ପ୍ରଭୁ ନୀଳାମ୍ବର l ଦ୍ଵାପରେ ବଧିଲ ବ୍ରଜେ ଅନେକ ଅସୁର ll ବଳଦେବ ନାମ ବହ ଆହେ ହଳାୟୁଧ l ଦୂର୍ଯ୍ୟୋଧନେ…