ଶୁଭ ନବବର୍ଷେ ବନ୍ଦନା

ଅର୍ଜୁନୀ ଚରଣ ବେହେରା

ଶୁଭ ନବବର୍ଷେ ବନ୍ଦନା
===========
ଜୟ ଜୟ ଜଗନ୍ନାଥ ହେ
ପ୍ରଭୁ ଜଗଦୀଶ୍ୱର l
ଇଙ୍ଗିତେ ଚାଲଇ ତୁମ୍ଭର
ପ୍ରଭୁ ଏହି ସଂସାର ll
ବହିଯାଏ କାଳକରାଳ ପ୍ରଭୁ
ତବ ନିର୍ଦ୍ଦେଶେ l
ବର୍ଷ, ମାସ, ଦଣ୍ଡ, ଦିବସ
ରହିଛନ୍ତି ନିର୍ଦ୍ଦେଶେ ll
ଶୀତ ବର୍ଷା ଖରା କାକର
ପ୍ରଭୁ ତବ ସର୍ଜନା l
ପତ୍ର ନହଲଇ ପ୍ରଭୂ ହେ ତବ
ନିର୍ଦ୍ଦେଶ ବିନା ll
ନିର୍ଦ୍ଦେଶେ ତୁମ୍ଭରି କରାଳ ସିନ୍ଧୁ
କୂଳ ଲଙ୍ଘେନା l
ଋତୁ ଏକ ଏକ ପରକୁ କାର୍ଯ୍ୟ
ସାଧନ୍ତି ସିନା ll
ମାଳମାଳ ହୋଇ ବ୍ରହ୍ମାଣ୍ଡ ତବ
ଶରୀରେ ଛନ୍ତି l
ରବି ଚନ୍ଦ୍ର ଗ୍ରହ ନକ୍ଷତ୍ର ପରା
ଶୂନ୍ୟେ ଝୁଲନ୍ତି ll
ଚଉଦ ବ୍ରହ୍ମାଣ୍ତ କରତା ଆହେ
ନିଳାଦ୍ରୀ ନାଥ l
କି ବର୍ଣ୍ଣିବି ତବ ମହିମା ଆହେ
ବିଶ୍ଵ ସମ୍ରାଟ ll
ବର୍ଷଗୋଟା ଚାଲିଯାଇଛି ଆଜ
ନବ ବରଷ l
ଚିନ୍ତନ ଚେତନ କରିବେ ମୋର
ପ୍ରଭୁ ସରସ ll
ଦୋଷ ଅପରାଧ କ୍ଷମିବ ପ୍ରଭୁ
କ୍ଷମା ସାଗର l
ଶୁଭ ନବ ବର୍ଷେ ବନ୍ଦନା ତବ
ପଦ୍ମ ପୟର ll
🙏🙏🙏
ଅର୍ଜୁନୀ
————
ଅର୍ଜୁନୀ ଚରଣ ବେହେରା
ମୋ – ୭୬୯୩୦୯୧୯୭୧

Comments are closed.