ସୁନ୍ଦର ପ୍ରଭାତ

ଅର୍ଜୁନୀ ଚରଣ ବେହେରା

ସୁନ୍ଦର ପ୍ରଭାତ
===========
ହୋଇଲା ସୁନ୍ଦର ପ୍ରଭାତ l
ଅରୁଣ ଆଭା ପ୍ରକଟିତ ll
ଲୁପ୍ତ ହୋଇଲେ ତାରାପନ୍ତିି l
ଅସ୍ତାଚଳରେ ତାରାପତି ll
ପୂରୁବ ଆକାଶ ଉଜ୍ଜ୍ବଳ l
ସୁଖରେ ରାବନ୍ତି କୋକିଳ ll
ବାୟସ କୁକ୍କୁଟଙ୍କ ଧ୍ୱନୀ l
ସଘନେ ଘନେ ଶୁଭିଲାଣି ll
ଗଗନେ ବକାଳି ମାଳିକା l
ସୁନ୍ଦର ଶୁଭ୍ର ଅଟ୍ଟାଳିକା ll
ଆଶ୍ରମେ ପୋଷା ଶୁଆ ଶାରି l
ଡାକନ୍ତି ରାମ କୃଷ୍ଣ ହରି ll
ମନ୍ଦିରେ ଶଙ୍ଖନାଦ ଘନ l
ଶୁଭଇ ପ୍ରଭାତୀ କୀର୍ତ୍ତନ ll
ଗଙ୍ଗ ଶିଉଳି ବନ ଛୁଇଁ l
ଧୀର ସମୀର ଆସେ ବହି ll
ପଦ୍ମିନୀ କାନ୍ତ ଆଗମନେ l
ପଦ୍ମ ଫୁଟିଲେ ପଦ୍ମବନେ ll
କମଳ ବାସିନୀ କମଳା l
ଶ୍ରୀକ୍ଷେତ୍ରେ ଆରମ୍ଭିଲେ ଲୀଳା ll
ନମସ୍ତେ ଶଙ୍କର ଗଉରୀ l
କୈଳାସ ଯାଉଛନ୍ତି ଫେରି ll
ମଙ୍ଗଳମୟୀ ମା’ ମଙ୍ଗଳା l
ଆଶ୍ରିଲେ ବିଶ୍ରାମର ଶିଳା ll
ନମସ୍ତେ ଜୟନ୍ତୀ କାଳିକା l
ଆଶ୍ରିତ ଜନେ ସାହା ଏକା ll
ନମସ୍ତେ ପ୍ରଭୁ ବିଦ୍ୟାପତି l
ଘେନ ମୋ ପ୍ରଭାତ ପ୍ରଣତି ll
ନମଃ ବାଗ୍ଦେବୀ ସରସ୍ଵତୀ l
ସୁବାକ୍ୟେ ଦିଅ ମା’ ଶକତି ll
ନମସ୍ତେ ନିଳାଦ୍ରୀ ନାୟକ l
ମଣିମା ଉଠ ଶୁଭେ ଡାକ ll
ନମସ୍ତେ ଦେବ ଦିବାକର l
ନାଶ ମୋ ଅଜ୍ଞାନ ତିମିର ll
🙏🙏🙏
ଅର୍ଜୁନୀ
————
ଅର୍ଜୁନୀ ଚରଣ ବେହେରା
ମୋ – ୭୬୯୩୦୯୧୯୭୧

Comments are closed.