ପୁରୀ:ଶପଥ ଗ୍ରହଣ ପୂର୍ବରୁ ଶ୍ରୀକ୍ଷେତ୍ର ପୁରୀରେ ପହଞ୍ଚି ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଦର୍ଶନ କରିଛନ୍ତି ଓଡ଼ିଶାର ନବନିଯୁକ୍ତ ରାଜ୍ୟପାଳ ବ୍ରଜମୋହନ ରାମ। ମାଆ ଓ ପତ୍ନୀଙ୍କ ସହ ଶ୍ରୀମନ୍ଦିରରେ ଶ୍ରୀଜିଉଙ୍କ ଦର୍ଶନ କରି ସେ ଭାବବିହ୍ୱଳ ହୋଇପଡ଼ିଥିଲେ। ମହାପ୍ରଭୁଙ୍କ ଦର୍ଶନ ପରେ ନିଜ ଅନୁଭୂତି ବ୍ୟକ୍ତ କରିବା ସହ ଓଡ଼ିଶାବାସୀଙ୍କ ସେବା ପାଇଁ କାର୍ଯ୍ୟ କରିବାର ସଂକଳ୍ପ ନେଇଛନ୍ତି ନବନିଯୁକ୍ତ ରାଜ୍ୟପାଳ।
ଦର୍ଶନ ପରେ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ ବ୍ରଜମୋହନ ରାମ କହିଛନ୍ତି ଯେ, ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଭୂମିରେ ସେବା କରିବାର ସୁଯୋଗ ମିଳିଥିବାରୁ ସେ ନିଜକୁ କୃତଜ୍ଞ ମନେ କରୁଛନ୍ତି। ଶପଥ ଗ୍ରହଣ ପୂର୍ବରୁ ମହାପ୍ରଭୁଙ୍କ ଦର୍ଶନ କରିବାକୁ ତାଙ୍କର ବିଶେଷ ଇଚ୍ଛା ଥିଲା ବୋଲି ସେ କହିଛନ୍ତି।ଶ୍ରୀଜିଉଙ୍କ ଆଶୀର୍ବାଦ ନେବା ପରେ ଆଗାମୀ ଦିନରେ ଓଡ଼ିଶାବାସୀଙ୍କ ଉନ୍ନତି ଓ ରାଜ୍ୟର ବିକାଶ ପାଇଁ କାର୍ଯ୍ୟ କରିବେ ବୋଲି ମଧ୍ୟ ସେ ମତବ୍ୟକ୍ତ କରିଛନ୍ତି।ଶପଥ ଗ୍ରହଣ ପୂର୍ବରୁ ମହାପ୍ରଭୁଙ୍କ ଦର୍ଶନ କରି ରାଜ୍ୟର ସେବା ଓ ବିକାଶ ପାଇଁ ନିଜର ଆଭିମୁଖ୍ୟ ସ୍ପଷ୍ଟ କରିଛନ୍ତି ବ୍ରଜମୋହନ ରାମ।