ମାଆ ହାତଖିଆ ପରମ ତୃପ୍ତି

ଅର୍ଜୁନୀ ଚରଣ ବେହେରା

ମାଆ ହାତଖିଆ ପରମ ତୃପ୍ତି
==============
ଲକ୍ଷ୍ମୀ ଯାଇଛନ୍ତି ବରୁଣ ପୁର l
ପଉଷ ମାସରେ ବାପର ଘର ll
ଶ୍ରୀକ୍ଷେତ୍ରରେ ଆଉ ଜଳୁନି ଚୁଲି l
କାଳିଆର ରଙ୍ଗ ଯାଇଛି ଛାଡ଼ି ll
କେମିତି ପୁରିବ କାଳିଆ ପେଟ l
ନିତି ଖାଏ ଯେ ଷାଠିଏ ପଉଟ ll
ମାଆ ଯଶୋମତି ଶୁଣିଲେ କଥା l
ମନରେ ହୋଇଲା ଦାରୁଣବ୍ୟଥା ll
ଆସି ପହଞ୍ଚିଲେ ଶ୍ରୀକ୍ଷେତ୍ରେ ପୁଣି l
ହସ୍ତେ ଭୁଞ୍ଜାଇବେ ସର ଲବଣୀ ll
ଦ୍ୱାପରର ଲୀଳା ସ୍ମରିଲେ ପ୍ରଭୁ l
ସ୍ନେହମୟୀ ମୋ ଜନନୀ ଆସିବୁ ll
କୋଳେଧରି ମୋତେ ଦେବୁ ଖୁଆଇ l
କେତେ ନାନାବାୟା ଗୀତକୁ ଗାଇ ll
ଶ୍ରୀକ୍ଷେତ୍ରେ ଚାଲିଛି ଅପୂର୍ବ ଲୀଳା l
ଦାରୁଦେବତାର ଶୈଶବ ଖେଳା ll
ମାଆ ଯଶୋମତି ସକାଳୁ ଉଠି l
କାଳିଆକୁ କୋଳେ ଧରି ଖୁଆନ୍ତି ll
ମାଆ ହାତ ଖିଆ ପରମ ତୃପ୍ତି l
ଯୁଗେଯୁଗେ ମାଆ ମୋ ଯଶୋମତି ll
ବାପ ଘରେ ଲକ୍ଷ୍ମୀ ଯାଆ ତୁ ରହି l
ନିତି ମାଆ ମୋତେ ଦିଅନ୍ତୁ ଖୋଇ l
ଯୁଗ ଯୁଗ ପାଇଁ ରହୁ ଏ କଥା ll
ବାତ୍ସଲ୍ୟମୟୀ ମୋ ଯଶୋଦା ମାତା ll
🙏🙏🙏
ଅର୍ଜୁନୀ
—————
ଅର୍ଜୁନୀ ଚରଣ ବେହେରା
ମୋ – 7693091971

Comments are closed.