ମାଆ ରଣପୁରେଶ୍ୱରୀ

ଅର୍ଜୁନୀ ଚରଣ ବେହେ

ମାଆ ରଣପୁରେଶ୍ୱରୀ
=============
ରଣପୁର ରାଜ୍ୟ ଉତ୍କଳ ପ୍ରଦେଶେ l
ଶୋଭାର ଭଣ୍ଡାର ଖ୍ୟାତ ଇତିହାସେ ll
ସବୁଜ ବନାନୀ, ଝର, ନିର୍ଝରିଣୀ l
ବକ୍ଷଶୋଭା ପୁଣି କେତେ ଗିରିଶ୍ରେଣୀ ll
ସେ ପର୍ବତ ମଧ୍ୟେ ମଇନାକଗିରି l
ଶିରେ ଯା’ ବସନ୍ତି ରଣପୁରେଶ୍ୱରୀ ll
ମାଆ ମଣିନାଗ ଖ୍ୟାତ ଜଗତରେ l
ବିରାଜି ଅଛନ୍ତି ଚକା ଶିଳା ପରେ ll
ନାଗ ସପ୍ତଫଣୀ ମସ୍ତକେ ଶୋଭଇ l
ଆଶିଷଦାୟିନୀ ମା’ କରୁଣାମୟୀ ll
ଇତିହାସେ ମାଆ ଅଛନ୍ତି କୁଖ୍ୟାତ l
ପିଉଥିଲେ କାଳେ ତାଜା ନରରକ୍ତ ll
ସନ୍ତାନ ରୁଧିର ମାଆ କି ପିଇବ l
ଭିଆଣ ସିନା ଏ ଅଜ୍ଞାନ ମାନବ ll
ଅନ୍ଧବିଶ୍ୱାସ ଏ କାଳେ ନାଶଗଲା l
ଦୟାମୟୀ ମାଆ ସନ୍ତାନବତ୍ସଳା ll
ମାଆ ମଣିନାଗେ କୋଟି ଦଣ୍ଡବତ l
ଜଗତ ରଖି ଥା ଘୋଡ଼ାଇଣ ଘଣ୍ଟ ll
🙏🙏🙏
ଅର୍ଜୁନୀ
—————
ଅର୍ଜୁନୀ ଚରଣ ବେହେରା
ମୋ – 7693091971

Comments are closed.