ନମଃ ନମଃ ବିଦ୍ୟାପତି

ଅର୍ଜୁନୀ ଚରଣ ବେହେରା

ନମଃ ନମଃ ବିଦ୍ୟାପତି
==============
ନମସ୍ତେ ନମସ୍ତେ ପ୍ରଭୁ ମହା ବିନାୟଜ l
ସୁଖ ଶାନ୍ତି ବିଦ୍ୟା ବୁଦ୍ଧି ଜ୍ଞାନପ୍ରଦାୟକ ll
ନମସ୍ତେ ବିଘ୍ନେଶ ବିଘ୍ନହର୍ତ୍ତା ଲମ୍ବୋଦର l
ପୃଥୁଳ ଶରୀର ପ୍ରଭୋ ଅତୀବ ସୁନ୍ଦର ll
ନମସ୍ତେ ନମସ୍ତେ ଦେବ ନମଃ ଗଣପତି l
ସର୍ବ ପୁଜା ଆଗେ ସର୍ବେ ତୁମ୍ଭଙ୍କୁ ପୁଜନ୍ତି ll
ନମସ୍ତେ ନମସ୍ତେ ନମଃ ନମଃ ଅଗ୍ରପୂଜ୍ୟ l
ନମସ୍ତେ ନମସ୍ତେ ବିଘ୍ନେଶ୍ୱର ଦେବରାଜ ll
ନମସ୍ତେ ହେ ମାତୃଭକ୍ତ ଗୋଉରୀ ନନ୍ଦନ l
ନମଃ ପିତା ସଦାଶିବେ ନମଃ ଗଜାନନ ll
ହସ୍ତରେ ପାଶ, ଅଙ୍କୁଶ, ଲଲାଟେ ସିନ୍ଦୁର l
ମହାକାୟ ବଧ କଲ ଦୈତ୍ୟ, ଗଜାସୂର ll
ସୂର୍ଯ୍ୟ କୋଟି ସମ ପ୍ରଭ ବାହାନ ଇନ୍ଦୁର l
ସୂର ନର ବନ୍ଦ୍ୟ ପ୍ରଭୁ ନମଃ ଗଣେଶ୍ୱର ll
ନମଃ ନମଃ ଗଣାଧିପ ନମସ୍ତେ ଗଣେଶ l
ତୁମ୍ଭରେ ଶରଣଗଲେ ମୁନି ବେଦବ୍ୟାସ ll
ନମସ୍ତେ ମୋଦକ ପ୍ରିୟେ ବିଘ୍ନ ବିନାଶନ l
କ୍ଷୀପ୍ର ଗତିରେ ଲେଖିଲ ସମସ୍ତ ପୁରାଣ ll
ନମସ୍ତେ ନମସ୍ତେ ଆହେ ଦେବ ବକ୍ରତୁଣ୍ଡ l
ନମସ୍ତେ ଗଜ କର୍ଣ୍ଣକେ ନମଃ ଗଜମୁଣ୍ଡ ll
ନମସ୍ତେ ନମସ୍ତେ ଦେବ ବିଦ୍ୟାର ବାରିଧି l
ନମଃ ନମଃ ବିଦ୍ୟାପତି ଦିଅ ବିଦ୍ୟାନିଧି ll
🙏🙏🙏
ଅର୍ଜୁନୀ
———-
ଅର୍ଜୁନୀ ଚରଣ ବେହେରା
ମୋ – ୭୬୯୩୦୯୧୯୭୧

Comments are closed.