ମଧ୍ୟାହ୍ନରେ ଲୋକସେବା ଭବନରେ ମୁଖ୍ୟମନ୍ତ୍ରୀଙ୍କ ବଡ଼ ବୈଠକ

0

ଭୁବନେଶ୍ୱର: ମଧ୍ୟାହ୍ନରେ ଲୋକସେବା ଭବନରେ ମୁଖ୍ୟମନ୍ତ୍ରୀଙ୍କ ଗୁରୁତ୍ୱପୂର୍ଣ୍ଣ ବୈଠକ।  ବରିଷ୍ଠ ପୁଲିସ ଅଧିକାରୀଙ୍କ ସହ ମୁଖ୍ୟମନ୍ତ୍ରୀ ଏହି ବୈଠକରେ ଆଲୋଚନା କରିବେ। ଏହାକୁ ନେଇ ପ୍ରଶାସନିକ ମହଲରେ ଚର୍ଚ୍ଚା ଜୋର ଧରିଛି।

ଏହି ବୈଠକରେ ପୁଲିସ ଡିଜି, ମୁଖ୍ୟ ଶାସନ ସଚିବଙ୍କ ସମେତ ଗୃହ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ଓ ଗୁଇନ୍ଦା ବିଭାଗର ନିର୍ଦ୍ଦେଶକ ଉପସ୍ଥିତ ରହିବେ। ଏଥିସହ ଟ୍ୱିନ୍‌ ସିଟି ପୁଲିସର କମିଶନର ମଧ୍ୟ ବୈଠକରେ ଯୋଗଦେବେ।ତେବେ ବୈଠକର ନିର୍ଦ୍ଦିଷ୍ଟ ଏଜେଣ୍ଡା ଓ ଆଲୋଚନାର ବିଷୟବସ୍ତୁ ସମ୍ପର୍କରେ ଆନୁଷ୍ଠାନିକ ସୂଚନା ମିଳିନାହିଁ।ବୈଠକରେ ରାଜ୍ୟର ଆଇନଶୃଙ୍ଖଳା ସ୍ଥିତି ଓ  ପ୍ରଶାସନ ସମ୍ପର୍କିତ ବିଭିନ୍ନ ପ୍ରସଙ୍ଗ ଉଠିବ କି ନାହିଁ, ତାହା ଉପରେ ନଜର ରହିଛି।

Leave A Reply

Your email address will not be published.