ମୁଖ୍ୟମନ୍ତ୍ରୀଙ୍କୁ ବଉଳ ଚାରା ଓ କ୍ଷୀରଚୋରା ଗୋପୀନାଥଙ୍କ ଫଟୋ ଉପହାର ଦେଇ ପରିବେଶ ସୁରକ୍ଷାର ବାର୍ତ୍ତା ଦେଲେ ସୁମନ୍ତ ଜେନା

0
ବାଲେଶ୍ୱର, ୧୦/୧୧ (କୃଷ୍ଣ କୁମାର ମହାନ୍ତି): ପରିବେଶ ସୁରକ୍ଷା ସହ ଓଡ଼ିଶାର ଆଧ୍ୟାତ୍ମିକ ଓ ସାଂସ୍କୃତିକ ପରମ୍ପରାର ପ୍ରଚାର ପ୍ରସାର ଉଦ୍ଦେଶ୍ୟରେ ଏକ ଅଭିନବ ପ୍ରୟାସ କରିଛନ୍ତି ବାଲେଶ୍ୱରର ଜଣାଶୁଣା ସାମାଜିକ କର୍ମୀ ତଥା ପରିବେଶବିତ୍ ସୁମନ୍ତ କୁମାର ଜେନା। ସେ ମୁଖ୍ୟମନ୍ତ୍ରୀଙ୍କୁ ଏକ ବଉଳ ଚାରା ସହିତ ରେମୁଣାର ପ୍ରସିଦ୍ଧ କ୍ଷୀରଚୋରା ଗୋପୀନାଥ ମହାପ୍ରଭୁଙ୍କ ଫଟୋଚିତ୍ର ପ୍ରଦାନ କରି ପ୍ରକୃତି ସଂରକ୍ଷଣର ମହତ୍ତ୍ୱପୂର୍ଣ୍ଣ ବାର୍ତ୍ତା ଦେଇଛନ୍ତି।
ଏହି ଅବସରରେ ଶ୍ରୀ ଜେନା ପରିବେଶ ସୁରକ୍ଷା, ବୃକ୍ଷରୋପଣ ଓ ପ୍ରକୃତିର ସନ୍ତୁଳନ ରକ୍ଷା ଦିଗରେ ସମସ୍ତଙ୍କ ସକ୍ରିୟ ଭାଗୀଦାରିର ଆବଶ୍ୟକତା ଉପରେ ଗୁରୁତ୍ୱାରୋପ କରିଥିଲେ। ବଉଳ ଚାରା ପ୍ରଦାନ ମାଧ୍ୟମରେ ସବୁଜ ପରିବେଶର ସୁରକ୍ଷା ଏବଂ କ୍ଷୀରଚୋରା ଗୋପୀନାଥଙ୍କ ଫଟୋଚିତ୍ର ମାଧ୍ୟମରେ ଓଡ଼ିଶାର ଧାର୍ମିକ ଓ ସାଂସ୍କୃତିକ ଐତିହ୍ୟ ପ୍ରତି ଶ୍ରଦ୍ଧା ଓ ସମ୍ମାନର ନିଦର୍ଶନ ଦେଇଥିଲେ।
ଏହି କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀଙ୍କ ସମେତ ରାଜ୍ୟର ମନ୍ତ୍ରୀବୃନ୍ଦ, ବିଧାୟକ, ସାଂସଦ, ଜିଲ୍ଲାପାଳ ଓ ବହୁ ବିଶିଷ୍ଟ ବ୍ୟକ୍ତି ଉପସ୍ଥିତ ଥିଲେ। ଶ୍ରୀ ଜେନାଙ୍କ ଏହି ନିଆରା ପ୍ରୟାସକୁ ଉପସ୍ଥିତ ବ୍ୟକ୍ତିମାନେ ପ୍ରଶଂସା କରିଥିଲେ।
ପ୍ରକୃତି ଓ ସଂସ୍କୃତିର ସମନ୍ୱୟ ମାଧ୍ୟମରେ ସମାଜରେ ପରିବେଶ ସଚେତନତା ସୃଷ୍ଟି କରିବାର ଏହି ପ୍ରୟାସ ଏକ ସକାରାତ୍ମକ ବାର୍ତ୍ତା ପ୍ରଦାନ କରିଛି।
Leave A Reply

Your email address will not be published.