ସିନ୍ଧୁ ରାଜଜେମା

ଅର୍ଜୁନୀ ଚରଣ ବେହେରା

ସିନ୍ଧୁ ରାଜଜେମା
===========
ନମସ୍ତେ ନମସ୍ତେ ମାତା ସିନ୍ଧୁ ରାଜଜେମା l
ବର ବରିଥିଲୁ ମାଲୋ ନିଳାଦ୍ରୀ ଚନ୍ଦ୍ରମା ll
କେତେ ଦଉଲତ ଦେଲେ ପିତା ରତ୍ନାକର l
ଧନ ଆଣି ତୋଳାଇଲୁ ଦିବ୍ୟ ଶ୍ରୀମନ୍ଦିର ll
ଶ୍ରୀକ୍ଷେତ୍ରର ତୁହି ସିନା ଅଟୁ ମାଆ ଶିରି l
ତୋ ନାମେ ମନ୍ଦିର ବାସକରୁଛନ୍ତି ହରି ll
ଏଡ଼େ କପଟିଆ ପ୍ରଭୁ ଜଗତ ଠାକୁର l
ନଶୁଣିଲା କଥା କର୍ଣ୍ଣ ଶୁଣିଲା ମୋହର ll
ତୁହି ପରା ପଡ଼ି ଦାତ୍ରୀ ଜଗତର ମାଆ l
ଶ୍ରୀୟା ଚଣ୍ଡାଳୁଣୀ ଘରେ ହେଲୁଯାଇ ଠିଆ ll
ଏହାକି ହୋଇଲା ମାଆ ଏଡ଼େ ଅପରାଧ l
ଶ୍ରୀମନ୍ଦିରୁ ତଡ଼ିଦେଲେ ନରଖି ଉପ୍ରୋଧ ll
ଭଲହେଲା ଦୁଇଭାଇ ହୋଇଲେ ଭିକାରୀ l
ପେଟ ନପୁରିଲା ବାର ଦ୍ୱାରେ ଭିକ୍ଷାକରି ll
ଲକ୍ଷ୍ମୀ ପରା ଭାରିଯାକୁ ଉଳୁଗୁଣା ଦେବ l
ଧନ୍ୟରେ ଜଗା ବଳିଆ ଛାଡ଼ିଲା ଦଇବ ll
ଲକ୍ଷ୍ମୀ ବିନା ରୋଷଚୁଲି ଆଉ କି ଜଳିବ l
ଛପନ ପୋଉଟି ଖାଇ ହେଉଡ଼ି ମାରିବ ll
ରଫାଦଫା ହେଲା ମାତ ଆସିଲୁ ମନ୍ଦିରେ l
ବ୍ରାହ୍ମଣ ଚଣ୍ଡାଳେ ଖାନ୍ତି ଆନନ୍ଦବଜାରେ ll
ଧନ୍ୟ ଧନ୍ୟ ମାଆ ତୁହି ଜଗତ କଲ୍ୟାଣୀ l
ନମସ୍ତେ ନମସ୍ତେ ମାଆ ବିଶ୍ଵ ଠାକୁରାଣୀ ll
🙏🙏🙏
ଅର୍ଜୁନୀ
——————
ଅର୍ଜୁନୀ ଚରଣ ବେହେରା
ମୋ -୭୬୯୩୦୯୧୯୭୧

Comments are closed.