ମହାବିଦ୍ୟା ବଗଳାମୁଖୀ
==============
ଜୟ ଭୟଙ୍କରୀ ମାଆ ମାହେଶ୍ୱରୀ
ଜୟ ମା ବଗଳାମୁଖୀ l
ସୁଖ ପ୍ରଦାୟିନୀ ବିଶ୍ଵ ବିନୋଦିନୀ
ମୁହିଁ ମା ଜନମ ଦୁଃଖୀ ll
ସୁଧାମୟ ପୁର ଦ୍ୱିଧା ଥାଇ ଦୂର
ବାସ ତୋ ସୁଧା ସାଗର l
ମଣିମୟ ରତ୍ନ ପଲ୍ୟଙ୍କ ଉପରେ
ଘେନ ମାଆ ନମସ୍କାର ll
ଜୟ ମା ବଗଳା ସନ୍ତାନ ବତ୍ସଳା
ମହାବିଦ୍ୟା ମହାଗୌରୀ l
ତୋତେ ଧ୍ୟାନକରି ମାତ ଶୁଭଙ୍କରୀ
ପାପୀମାନେ ଯାନ୍ତି ତରି ll
ଜୟ ପୀତବର୍ଣ୍ଣି ମାଆ ବରାନନୀ
ପୀତ ବସ୍ତ୍ରେ ବିଭୂଷିତା l
ଦୈତ୍ୟରାଜ ଜିହ୍ୱା ଉତ୍ପାଟି ଧରିଛୁ
ଜୟ ମା ଅପରାଜିତା ll
ଜୟ ମା ସଙ୍କଟା ତୁହି ମହୋତ୍କଟା
ଜୟ ମାଆ ବିଶ୍ୱେଶ୍ୱରୀ l
ଜୟ ମାଆ ଉମା ବିଶ୍ଵ ମନୋରମା
ଜୟ ମା ଗିରି କିଶୋରୀ ll
ଜୟ ମା ଯୋଗିନୀ ଦୁଷ୍ଟ ବିନାସିନୀ
ଜୟ ମା କଲ୍ୟାଣମୟୀ l
ଶ୍ମଶାନ ବାସିନୀ ନୃମୁଣ୍ଡ ମାଳୀନୀ
ଯୋଗମାୟା ମହାମାୟୀ ll
ଜୟ ମା ଭବାନୀ ଶଙ୍କର ଘରଣୀ
ସିଦ୍ଧି ବିଦ୍ୟା ପ୍ରଦାୟିନୀ l
ଭକ୍ତିଭରେ ମାତ ତୋ ପଦେ ନମଇଁ
ନମସ୍ତୁତେ ନାରାୟଣୀ ll
🙏🙏🙏
ଅର୍ଜୁନୀ
————
ଅର୍ଜୁନୀ ଚରଣ ବେହେରା
ମୋ -7693091971
Sign in
Sign in
Recover your password.
A password will be e-mailed to you.
Prev Post
Next Post