ଚତୁର କାହ୍ନା

ଅର୍ଜୁନୀ ଚରଣ ବେହେରା

ଚତୁର କାହ୍ନା
=========
ଚତୁର ପଣରେ ଚାତୁରୀ ଦେଖାନ୍ତି
ତାଟକା ଯଶୋଦା ମାତ l
ମାଟିଖାଇ ପାଟି ମେଲି ଦେଖାଇଲେ
ଭିତରେ ସାରା ଜଗତ ll
ଅନେକ ଜନମ ତପ କରି ଥିଲା
ବାନ୍ଧିଲା ନନ୍ଦ ଘରଣୀ l
ତ୍ରିଗୁଣ ରଜ୍ଜୁରେ ବାନ୍ଧିଛି ଜଗତ
ମାତା ପାରିଛିକି ଜାଣି ll
ଶରତର ଅନ୍ତେ ହେମନ୍ତ ପ୍ରବେଶ
ଗୋପିକା ମନ ଉସତ l
କୃଷ୍ଣ ପତି ରୂପେ ପାଇବାକୁ ପୂଜା
କଲେ କାତ୍ୟାୟନୀ ମାତ ll
ଯମୁନା କୂଳରେ ବାଲୁକା ପୂଜିଲେ
ଯମୁନା ଜଳରେ ସ୍ନାନ l
ଉଲଗନ ହୋଇ ଜଳେ ପ୍ରବେଶିଲେ
ବ୍ୟତିକ୍ରମ ଏ ବିଧାନ ll
ଗୋପବାଳ ମେଳେ କଦମ୍ବର ମୂଳେ
ଉଭା ସେ କାଳିଆଟୋକା l
ବସ୍ତ୍ର ଚୋରି କରି କଦମ୍ବ ଡାଳରେ
ବାନ୍ଧିଲେ କେଳି ପତାକା ll
କୃଷ୍ଣ ସମର୍ପିତା ଗୋପ ଗୋପାଳୁଣୀ
ପାଇଲେ ବହୁତ ଲାଜ l
କି ବୁଦ୍ଧି କରିବୁ କହଲୋ ସଜନୀ
ମରଣୁ ବଳିଲା ଲାଜ ll
ଗୋପୀ ବସ୍ତ୍ର ଚୋର ସେ ନଟନାଗର
ଶିକ୍ଷା ଦେଲେ ଗୋପବାଳୀ l
କୋଟି ବସ୍ତ୍ର ଦେଇ ପାଞ୍ଚାଳୀର ଲଜ୍ଜା
ନିବାରିଲେ ବନମାଳୀ ll
ଗୋପିକା, ପାଞ୍ଚାଳୀ ଭାବେ ବନମାଳୀ
ଧ୍ୟାୟେ ତୋର ପଦ କଞ୍ଜ l
ପାରି କର କଳା କାହ୍ନୁ ଏ ସାଗରୁ
ମାଡ଼ି ଆସେ କାଳ ସଞ୍ଜ l
ମାଡ଼ିଆସେ କାଳସଞ୍ଜ ll
🙏🙏🙏
ଅର୍ଜୁନୀ
————
ଅର୍ଜୁନୀ ଚରଣ ବେହେରା
ମୋ – 7693091971

Comments are closed.