ବନ୍ଦେ ମୁହିଁ ହନୁମାନ

ଅର୍ଜୁନୀ ଚରଣ ବେହେରା

ବନ୍ଦେ ମୁହିଁ ହନୁମାନ
============
ଜୟ ଜୟ ପ୍ରଭୁ ଅଞ୍ଜନା ନନ୍ଦନ
ଜୟ ଜୟ ବାୟୁସୂତ l
ବାୟୁବେଗ ତୁମ୍ଭ ଅତୀବ ପ୍ରଖର
ଜୟ ଜୟ ବେଗବନ୍ତ ll
ଜନମ ଲଭିଲ ଅଞ୍ଜନା ମାତାଙ୍କ
କୋଳେ ପ୍ରଭୁ ଶୋଇଥିଲ l
ଫଳଟିଏ ମଣି ଉଦିତ ଭାସ୍କରେ
ଅତି ବେଗେ ଉଡ଼ିଗଲ ll
ସୂର୍ଯ୍ୟଙ୍କୁ ଗିଳିବ ସୃଷ୍ଟି ନାଶ ଯିବ
ଇନ୍ଦ୍ର କଲେ ବଜ୍ର ମାଡ଼ l
ହନୁମାନ ନାମ ବହିଛ ହେ ପ୍ରଭୁ
ଭାଙ୍ଗିଗଲା ହନୁହାଡ଼ ll
ଶ୍ରୀରାମଙ୍କୁ ନେଇ ସୁଗ୍ରୀବେ ମିଳାଇ
ସାକ୍ଷୀକଲ ବୈଶ୍ୱାନର l
ନଳ ନୀଳ ସଙ୍ଗେ ସାଗର ବାନ୍ଧିଲ
ସେତୁବନ୍ଧ ରାମେଶ୍ବର l
ରାମ ନାମେ ପ୍ରଭୁ ସାଗର ଲଙ୍ଘିଲ
ସୀତା ଠାବ କଲ ଏକା l
ଲଙ୍କାପୋଡ଼ା ହନୁ ନାମକୁ ବହିଲ
ପୋଡ଼ିଦେଇ ସ୍ୱର୍ଣ୍ଣଲଙ୍କା ll
ଦାସ୍ୟ ଭକ୍ତି ତବ ତୁଳନା ଅଛି କି
ଜୟ ଶ୍ରୀରାମ ସେବକ l
ଗନ୍ଧ ମାରଦନ ଉପାଡ଼ି ଘେନିଲ
ସଂଜୀବନୀ ଆନୟକ ll
ଲଙ୍କାପୂରେ ଯେତେ ରାକ୍ଷସ ମାରିଲ
ସର୍ବେ ପର୍ବତ ଆକାର l
ନିକୁମ୍ଭୀଲା ନାମେ ଯଜ୍ଞ ଭଗ୍ନ କଲ
ଜୟ ଜୟ ମହାବୀର ll
ମହିମା ତୁମ୍ଭର କେ ବର୍ଣ୍ଣି ପାରିବ
ଆହେ ସଙ୍କଟ ମୋଚନ l
ତୁମ୍ଭ ନାମେ କଟେ ସର୍ଵ ପୀଡ଼ାମାନ
ଦୁଃଖ ଦୂରିତ କଷଣ ll
ଧନୁ ସଙ୍କରାନ୍ତି ଆଜ ହନୁବାରେ
ବନ୍ଦେ ମୁହିଁ ହନୁମାନ l
ଜୟ ଜୟ କପି ପଦେ ମୁଁ ସମର୍ପି
କପୀଶ୍ୱର ଭଗଵାନ ll
🙏🙏🙏
ଅର୍ଜୁନୀ
———–
ଅର୍ଜୁନୀ ଚରଣ ବେହେରା
ମୋ -୭୬୯୪୦୯୧୯୭୧

Comments are closed.