ପୁରୁଷୋତ୍ତମ ଜଗନ୍ନାଥ

ଅର୍ଜୁନୀ ଚରଣ ବେହେରା

ପୁରୁଷୋତ୍ତମ ଜଗନ୍ନାଥ l
ସୃଷ୍ଟି ତୁ କରୁ ଆତଜାତ ll
ହେ ପ୍ରଭୁ ଜଗତର ପତି l
ଅଟୁ ତୁ ଜଗତର ଗତି ll
ତୁ ଅଟୁ ପ୍ରଭୁ ସର୍ବେଶ୍ୱର l
ଉତ୍ପତ୍ତି କାରଣ ବିଶ୍ୱର ll
ହେ ପ୍ରଭୁ ପରମ ପୁରୁଷ l
ପରମଧାମ ତୋର ବାସ ll
ଶାଶ୍ୱତ ଦିବ୍ୟ ରୂପ ତୋର l
ତୁ ଅଟୁ ଅଜନ୍ମା ଅମର ll
ତୁ ଅଟୁ ପ୍ରଭୁ ଆଦିଦେବ l
ଅନାଦି ପୁରୁଷ ମାଧବ ll
ତୁ ଅଟୁ ପ୍ରଭୁ ସର୍ବ ବ୍ୟାପୀ l
ସଂସାରେ ରହିଅଛୁ ବ୍ୟାପୀ ll
ତୁ ସର୍ବ ଋଷିଙ୍କୁ ପ୍ରକାଶିି l
ଦେବର୍ଷି ନାରଦ ମହର୍ଷି ll
ଅସିତ,ଦେବଳ ଓ ବ୍ୟାସ l
କରନ୍ତି ତୋର ଜୟ ଘୋଷ ll
ହେ ପ୍ରଭୋ ସ୍ୱରୂପ ତୋହର l
ଦେବ ଦାନବେ ଅଗୋଚର ll
ତୁ ଅଟୁ ପ୍ରଭୁ ସର୍ବେଶ୍ୱର l
ଉତ୍ପତ୍ତି କାରଣ ବିଶ୍ୱର ll
କେ ଜାଣିପାରେ ତୋର କାୟା l
ତୁ ଜାଣୁ ଏକା ତୋର ମାୟା ll
କେ ଗଣିପାରେ ସଂଖ୍ୟା କରି l
ବିଭୁତି ତୋହର ମୁରାରୀ ll
ଯାହାକୁ ସଂସାରେ ପ୍ରକଟି l
ରହିଛୁ ପ୍ରଭୁ ବିଶ୍ୱେ ଘୋଟି ll
କୁହନ୍ତୁ ଦୟାମୟ ମୋତେ l
ମୁଁ ଛାର ଜାଣିବି କେମନ୍ତେ ll
କେମନ୍ତେ କରିବି ତୋ ଧ୍ୟାନ l
ମୁଁ ଦୀନହୀନ ଅକିଞ୍ଚନ ll
ବିଭୁତି ମହିମା ତୋହର l
ତୃପ୍ତ ନହୁଏ ଆତ୍ମା ମୋର ll
ଯେତେ ଶୁଣିଲେ ତୋର କଥା l
ମୋହର ବଢ଼ଇ ଉତ୍କଣ୍ଠା ll
ଧ୍ୟାନ କରିଲି ଭଗଵାନ l
ତୋ ଠାରେ ଲାଗି ରହୁ ମନ ll
ହେ ପ୍ରଭୁ ପୁରୁଷ ଉତ୍ତମ l
ତୋ ଧ୍ୟାନେ କଟୁ ମୋର ମମ ll
ହେ ପ୍ରଭୁ ଜଗତ ଠାକୁର l
ତୋ ପଦେ ମୋର ନମସ୍କାର ll
!!! ଜୟ ଜଗନ୍ନାଥ !!!
🙏🙏🙏
ଅର୍ଜୁନୀ
————-
ଅର୍ଜୁନୀ ଚରଣ ବେହେରା
ମୋ -7693091971

Comments are closed.