Sign in
Sign in
Recover your password.
A password will be e-mailed to you.
Browsing Category
କବିତା
ମୁକ୍ତିର ଆନନ୍ଦ
==========
କାରା ବାସୁ ମୁକ୍ତି ଲଭି ଯୁଦ୍ଧ ବନ୍ଦୀ ଜଣେ l
ଫେରିଯାଉଥିଲେ ଘରେ ହରଷିତ ମନେ ll
ମନରେ ସୁଖସ୍ବପନ ଆସି କେତେ କେତେ l
ଅବିରତେ ଆନନ୍ଦର ଅଶ୍ରୁ ବହେ ନେତ୍ରେ ll
ଘରେ ପତ୍ନୀ ରହିଛନ୍ତି କେତେ ଦିନୁ ଚାହିଁ l
ପୁଅ, ଝିଅ,ସାଥି,ବନ୍ଧୁ, ସହୋଦର ଭାଇ…
ସାରେ ଯହାଁ ସେ ଅଚ୍ଛା
=============
ବିଧାତା ସୃଜିଲେ ଏ ଧରଣୀ ବକ୍ଷେ
ଯେତୋଟି ମନୁଷ୍ୟ ବାସ l
ସବୁଠୁ ସୁନ୍ଦର ତା ମଧ୍ୟେ ମୋହର
ଦେଶ ଏ ଭାରତ ବର୍ଷ ll
ଦେବତା ଇଚ୍ଛନ୍ତି ଜନମ ନେବାକୁ
ପୂତ ଭୂମି ଏ ଭାରତେ l
ଶୁଭ୍ର ଶୈଳଶ୍ରେଣୀ ହିମାଳୟ ଯାର
ଶିରେ ମୁକୁଟ ପ୍ରକଟେ ll…
ନମସ୍ତେ ପଦ୍ମିନୀ ମାଆ
==============
ନମସ୍ତେ ନମସ୍ତେ ମାଆ ସାଗର ଦୁଲଣୀ l
ନମସ୍ତେ ନମସ୍ତେ ମାତ ବିଶ୍ଵଠାକୁରାଣୀ ll
ନମସ୍ତେ ନମସ୍ତେ ମାତ ବୈକୁଣ୍ଠବିଳାସୀ l
ବିଷ୍ଣୁବାମା ବିଷ୍ଣୁଅଙ୍ଗେ ବିଷ୍ଣୁଙ୍କ ପ୍ରେୟସୀ ll
ନମସ୍ତେ ପଦ୍ମିନୀ ମାଆ ଶ୍ୱେତପଦ୍ମାସନୀ l
ଶଙ୍ଖ ଚକ୍ର ହସ୍ତେ…
ବୁଢ଼ାମାନଙ୍କ ପାଇଁ ଗୀତ
==============
ଛୋଟ ଦିନେ ଗଳ୍ପଟିଏ ପଢ଼ି ଥିଲି ମୁଁହିଁ l
ଶୁଣ ଶୁଣ ବରିଷ୍ଠ ମୋ ନାଗରିକ ଭାଇ ll
ଏକଦେଶେ ଥିଲେ ଏକ ବହୁବଡ଼ ରାଜା l
ମନ୍ତ୍ରୀଟି ତାଙ୍କର ପାଳବିଣ୍ଡା ବୁଦ୍ଧି ଗୋଜା ll
ରାଜାଙ୍କର ଚାଲି ଥାଏ ଦିନେ ଦରବାର l
ମୁଣ୍ଡେ ତାଙ୍କର ପଶିଲା ଗୋଟିଏ…
ନାଗ ପଞ୍ଚମୀ
==========
କଂସର ଘରଣୀ ଦିନେ ପଦ୍ମାବତୀ ରାଣୀ l
କହ୍ନାଇକୁ ବାର୍ତ୍ତା ଦେଲା ଫୁଲ ଦିଅ ଆଣି ll
ଲକ୍ଷେଭାର ପଦ୍ମେ ନ ଥିବ ପାଖୁଡ଼ା ମିଶା l
ସେଥିରେ ପୂଜା ହୋଇବ ଧନିତିରି ଓଷା ll
ପଦ୍ମ ତୋଳି ବନମାଳୀ କାଳିନ୍ଦୀକୁ ଗଲେ l
କଠଉ ଚିହ୍ନ କାଳୀୟ ଶିରରେ ଆଙ୍କିଲେ…
ପ୍ରଭାତୀ ତାରା
==========
ପାହିଲା ଅନ୍ଧାର ରଜନୀ ଉଷା
ହୋଇଲା ପରା l
ପ୍ରାଚୀ ନଭେ ଦେଖ ଉଦ୍ଭାସେ
ଏକ ବିଚିତ୍ର ତାରା ll
ଝଟ ଝଟ ଝଟ ଝଟକେ ଯଥା
ଝଟକ ମଣି l
ମଥାମଣି କିବା ସିନ୍ଥିରେ ଶୋଭା
ଉଷା ରମଣୀ ll
କରଟ, କୁମ୍ଭାଟ ରାବନ୍ତି ଡାକି
ବୁଲେ ଡାମରା l
ଦପ…
ନମଃ ଆଞ୍ଜନେୟ
===========
ନମସ୍ତେ ଅଞ୍ଜନାସୂତ ନମଃ ଆଞ୍ଜନେୟ l
ତବ ସ୍ମରଣରେ କଟେ ପୀଡ଼ା କାଳଭୟ ll
ନମଃ ନମଃ ବାୟୁପୁତ୍ର ନମସ୍ତେ, ମାରୁତି l
ଅଦ୍ଭୁତ ତୁମର ଅଟେ ବାୟୁ ବେଗେ ଗତି ll
ଭାରତ ଯୁଦ୍ଧରେ ବିଜେ କପୀଧ୍ୱଜ ରଥେ l
ଶ୍ରୀକୃଷ୍ଣ ସାରଥି ଥିଲେ ଜିତାଇଲ ପାର୍ଥେ ll…
ରାଧାରମଣ
ରାଧାରମଣ ହେ ମୁରଲୀ ପାଣି l
ରାଧାରାଣୀ ନେତ୍ରୁ ବୁହଇ ପାଣି ll
ମଣି ବିମାନେ ଶ୍ରୀରାଧାଗୋବିନ୍ଦ l
ଢ଼ଳି ଢ଼ଳି ଚାଲି ଭକ୍ତେ ଆନନ୍ଦ ll
ଭକ୍ତ ଗଣ ସଙ୍ଗେ ଆନନ୍ଦେ ବୁଲି l
ଚାଚେରୀ ଚାଖନ୍ତି ଖେଳନ୍ତି ହୋଲି ll
ବନ ଫୁଲେ ଶୋଭା ଶ୍ରୀବନମାଳି l
ଶିରେ ବନ୍ଧା ଜାମୁ କଦମ୍ବ ଡାଳି ll
ହସ୍ତେ…
ମାତୃଭାଷା ଦିବସ ଅନୁଚିନ୍ତା
ଉତ୍କର୍ଷ କଳାର ଉତ୍କଳ ଦେଶ ଏବେ ଓଡ଼ିଶା l
ଓଡ଼ିଆ ଆମର ବଢ଼ିଆ ଶାସ୍ତ୍ରୀୟ ମାତୃଭାଷା ll
ଆମ ପୁଣ୍ୟଭୂମି ଉତ୍କଳ ନେତା ଶ୍ରୀଜଗନ୍ନାଥ l
ନୀଳଚକ୍ର ନେତ ଗରବେ ଗାଏ ଆମରି ଗୀତ ll
ଆମ ଭାଷା ଅତି ମହାନ ଆଜି ବିଶ୍ବେ ବଖାଣ l
ଜଗତ ଉଦ୍ଧର ପଛେ ମୋ ନର୍କେ ପଡୁ଼ ଜୀବନ ll
ଆମ ଭାଷା ପୁଣି ଅଟଇ…
ପ୍ରେମମୟ ହରି
ବରଜ ବଧୂ ସରବେ ଧରି ଅର୍ଘ୍ୟ ଥାଳି l
ଆନନ୍ଦେ ବନ୍ଦାଅ ବନ୍ଧୁ ରାଧାବନମାଳୀ ll
ଗଳେ ଦିଅ ବନମାଳା କେତକୀ ନିଆଳି l
ଶିରରେ ତୁଳସୀ କଣ୍ଠେ ଗୁଞ୍ଜରୁଞ୍ଜ ମାଳି ll
ବରଜ ବନ୍ଧୁଙ୍କୁ ବନ ବେଶେ କରି ସାଜ l
ହୁଳ ହୁଳି ଦିଅ ସର୍ବେ ନାଗରୀ ସମାଜ ll
ପ୍ରେମାନନ୍ଦେ ବୋଳିହୁଅ ବ୍ରଜଦାଣ୍ଡ ଧୂଳି l…