ଜୟ ମା’ ମଙ୍ଗଳା

ଅର୍ଜୁନୀ ଚରଣ ବେହେରା

ଜୟ ମା’ ମଙ୍ଗଳା ମଙ୍ଗଳମୟୀ ଲୋ
ବିଜେ କଲୁ ପ୍ରାଚୀ ତଟେ l
ପାତକ ହାରିଣୀ ଦେବୀ ମହାମାୟୀ
ବାସ ତୋର ସର୍ଵ ଘଟେ ll
ଜଗତ ବନ୍ଦିନୀ ପର୍ବତ ନନ୍ଦିନୀ ମାଆ
ବିଘ୍ନ ବିନାଶିନୀ l
ତୋତେ ସୁମରିଲେ ଦୂରେ ଯାଏ ଦୁଃଖ
ଦୟାମୟୀ ପଦ୍ମାସନୀ ll
ତ୍ରିତାପ ହାରିଣୀ ଜଗତ ଜନନୀ ଜୟ
ଜୟ ମାଆ ଚଣ୍ଡୀ l
ବିପଦେ ଆପଦେ ତୁହି ମାଆ ସାହା
ଜୟ ମା’ ସିନ୍ଦୁରମୁଣ୍ଡି ll
ଜୟ ଜୟ ଖଡ୍ଗ ଖର୍ପର ଧାରିଣୀ ଜୟ
ଦୁଷ୍ଟ ନିବାରିଣୀ l
କରୁଣାମୟୀ ଲୋ ଦୟାରେ ତୋହର
ମୁର୍ଖ ହୁଏ ପରା ଜ୍ଞାନୀ ll
ସୁନ୍ଦର ବଦନୀ ମାଆ ସିଂହାସନୀ
ମାଆଲୋ ଶୋକ ପଶୋରା l
ଜୟ ଜଗଦ୍ଧାତ୍ରୀ ମନ୍ଦାର ମାଳିନୀ
ଦୁବ ଦାରୁ କରୁ ପରା ll
ଶଙ୍କର ଘରଣୀ ସଙ୍କଟତାରିଣୀ ମାଆ
ଲୋ ସର୍ଵ ମଙ୍ଗଳା l
ଉଠ ଉଠ ମାଆ ମଙ୍ଗଳମୟୀ ମା ଏବେ
ନିଶି ନାଶ ଗଲା ll
ପ୍ରଭାତେ ପ୍ରଣତି କରେ ହୀନ ମତି
ଜୟ ମାଆ କାକଟେଇ l
ଶରଣ ପଶିଲି ଚରଣେ ତୋହର ଦୟା
କର ଦୟାମୟୀ ll
🙏🙏🙏
ଅର୍ଜୁନୀ
————
ଅର୍ଜୁନୀ ଚରଣ ବେହେରା
ମୋ -7693091971

Comments are closed.