ମାଆ ମୋର ବୁଲିଯିବେ

ଅର୍ଜୁନୀ ଚରଣ ବେହେରା

ଆସି ଗଲା ଆସିଗଲା ପୁଣ୍ୟ ମାର୍ଗଶୀର l
ମାଆ ମୋର ବୁଲିଯିବେ ଭକ୍ତଙ୍କ ମନ୍ଦିର ll
ସର୍ଷପକୁସୁମ ଶୋଭା କେଦାରରେ ଫୁଟି l
ମୃଗଶିରାତାରା ଶୋଭା ଗଗନରେ ଉଠି ll
ପକ୍ବଶାଳୀକ୍ଷେତ ମାଆ ପଦ୍ମାଙ୍କ ଆଗମେ l
ପଦ୍ମିନୀ ଗଣ ଲୁଚିଲେ ଅତିପାତେ ହିମେ ll
ଗୋମୟରେ ଲିପି ପୋଛି ପୂତକର ବାସ l
ଲକ୍ଷ୍ମୀ ପୁରାଣ ଗାଇବେ, ବଳରାମ ଦାସ ll
ଲକ୍ଷ୍ମୀପାଦ କାଟି ମାଆ ପକା ଚିତାଝୋଟି l
ଧାନକେଣ୍ଡା ଆଣି ମାତ ପକା ମେଣ୍ଟାଗଣ୍ଠି ll
ଶୁକ୍ଳ ଧାନ୍ୟ ଭରି ମାତେ ମାଣ କର ସଜା l
ପ୍ରତି ଗୁରୁବାରେ ହେବ, ମାଣବସା ପୂଜା ll
ମନେ ପଡ଼ିଯାଏ,ଆଜ ଶ୍ରୀୟା ଚଣ୍ଡାଳୁଣୀ l
ଭକ୍ତି ଭରେ ପୁଜା କଲା ସାଗର ଦୁଲଣୀ ll
ମାଆ ହୋଇଲେ, ମନ୍ଦିରୁ ତହୁଁ ନିର୍ବାସିତ l
ଜଗା ବଳିଆଙ୍କୁ ଯାହା ନ ମିଳିଲା ଭାତ ll
ଏଣୁ କରି ଆସି ଗଲେ ମାସ, ମାର୍ଗଶୀର l
ଜଗା ବଳିଆଙ୍କୁ ଚାଲି ଆସେ କମ୍ପ ଜ୍ଵର ll
ବିଷ୍ଣୁଜାୟା, ହରିପ୍ରୀୟା ମାଆ ପଦ୍ମାଳୟା l
ଭକ୍ତଦ୍ୱାରେ ନିଶ୍ଚେଯିବୁ ସଜହୋଇଥାଆ ll
ନମସ୍ତେ ମା’ ବିଶ୍ଵପଡ଼ିଦାତ୍ରୀ ସିନ୍ଧୁଜେମା l
ଲୀଳାବଖାଣିଲି ମାତ ଦୋଷକର କ୍ଷମା ll
🙏🙏🙏
ଅର୍ଜୁନୀ
——————
ଅର୍ଜୁନୀ ଚରଣ ବେହେରା
ମୋ -୭୬୯୩୦୯୧୯୭୧

Comments are closed.