ସମ୍ଭାବ୍ୟ ବାତ୍ୟା ପାଇଁ ୧୯, ୨୦ରେ ବନ୍ଦ ରହିବ ନନ୍ଦନ କାନନ

0

ଭୁବନେଶ୍ବର :ବଙ୍ଗୋପ ସାଗରରେ ସୃଷ୍ଟ ଘୂର୍ଣ୍ଣିଝଡ଼ ‘ଅକୱାନ’ ଅତିପ୍ରବଳ ବାତ୍ୟାର ରୂପ ନେଇ ଆନ୍ଧ୍ର ଓଡ଼ିଶା ଉପକୂଳକୁ ମାଡ଼ି ଆସୁଛି । ଏହାର ପ୍ରଭାବରେ ଆସନ୍ତା ୧୯ ଓ ୨୦ ତାରିଖ ଓଡ଼ିଶା ଉପକୂଳରେ ପ୍ରବଳରୁ ଅତିପ୍ରବଳ ବର୍ଷା ସମେତ ପବନ ବହିବା ନେଇ ପାଣିପାଗ ବିଭାଗ ପକ୍ଷରୁ ସତର୍କ କରାଇ ଦିଆଯାଇଛି । ଏହାକୁ ଦୃଷ୍ଟିରେ ରଖି ଆସନ୍ତା ନଭେମ୍ବର ୧୯ ଓ ୨୦, ୨ ଦିନ ପ୍ରାଣୀ ଉଦ୍ୟାନ ନନ୍ଦନ କାନନ ବନ୍ଦ ରହିବ ବୋଲି ନନ୍ଦନକାନନ କର୍ତ୍ତୃପକ୍ଷ ଜଣାଇଛନ୍ତି । ଏହି ୨ ଦିନ ପ୍ରାଣୀ ଉଦ୍ୟାନ ସମେତ ଉଦ୍ଭିଦ ଉଦ୍ୟାନ ମଧ୍ୟ ବନ୍ଦ ରହିବ ବୋଲି ନନ୍ଦନ କାନନ କର୍ତ୍ତୃପକ୍ଷଙ୍କ ପକ୍ଷରୁ ଜାରି ଏକ ପ୍ରେସବିବୃତ୍ତିରେ କୁହାଯାଇଛି

Leave A Reply

Your email address will not be published.