ବିଏମ୍‌ସିର ବଡ଼ ପଦକ୍ଷେପ: ଭୁବନେଶ୍ବରରେ ଟ୍ରାଫିକ୍‌ ସିଗନାଲ ନିକଟରେ ଭିକ ମାଗିଲେ ନେବ କାର୍ଯ୍ୟାନୁଷ୍ଠାନ

ଭୁବନେଶ୍ୱର: ଭୁବନେଶ୍ୱର ମହାନଗର ନିଗମ (ବିଏମ୍‌ସି) ଅଧୀନ ଟ୍ରାଫିକ୍‌ ପୋଷ୍ଟ ନିକଟରେ ଆଉ ଭିକାରୀମାନେ ଚଳପ୍ରଚଳ କରିପାରିବେ ନାହିଁ। ପେନ୍‌, କଣ୍ଢେଇ ହେଉ ବା ଅନ୍ୟ ଜିନିଷ ବିକ୍ରି କରିବା ବାହାନାରେ ଭିକାରୀମାନେ ଟ୍ରାଫିକ୍‌ ସିଗନାଲ୍‌ ନିକଟରେ ରହିପାରିବେ ନାହିଁ। ବିଏମ୍‌ସି ପକ୍ଷରୁ ଏନେଇ କଟକଣା ଜାରି କରାଯାଇଛି। ଯଦି କେହି ଭିକାରୀ କଟକଣାକୁ ନମାନି ଟ୍ରାଫିକ ସିଗନାଲ ନିକଟରେ ଭିକ ମାଗନ୍ତି ତାହେଲେ କାର୍ଯ୍ୟାନୁଷ୍ଠାନର ଶିକାର ହେବେ। ଏହି ଭିକାରୀମାନଙ୍କ ଉପରେ ବିଏମ୍‌ସିର ଏକ ଟିମ୍‌ ନଜର ରଖିଛି।

ଟ୍ରାଫିକ ସିଗନାଲ ନିକଟରେ ବେଲୁନ ହେଉ କି କଲମ କିମ୍ବା ବିଭିନ୍ନ ଜିନିଷ ବିକ୍ରି କରାଯାଉଥିବା ଅନେକ ସମୟରେ ଦେଖିବାକୁ ମିଳେ। ଲୋକମାନେ କୌଣସି କାମରେ ଯାଉଥିବା ବେଳେ ଜିନିଷ ବିକିବା ବାହାନାରେ ଭିକାରୀମାନେ ବାଇକ୍‌ ଓ କାର ଆରୋହୀମାନଙ୍କୁ ଜିନିଷ କିଣିବା ପାଇଁ ନିବେଦନ କରିଥାନ୍ତି। ଲୋକମାନେ ବ୍ୟସ୍ତ ଥିବା ବେଳେ ଭିକାରୀମାନଙ୍କର ଏଭଳି ଆଚରଣକୁ ଅନେକ ପସନ୍ଦ କରନ୍ତି ନାହିଁ।  ତେବେ ଲୋକଙ୍କ ଫିଡବ୍ୟାକ୍ ଆଧାରରେ ବିଏମସି ଏହି ପଦକ୍ଷେପ ନେଇଛି।

Comments are closed.