ନମସ୍ତେ ଭୁବନ ଭାସ୍କର

ଅର୍ଜୁନୀ ଚରଣ ବେହେରା

ନମସ୍ତେ ଭୁବନ ଭାସ୍କର l
ସପ୍ତ ରଶ୍ମିରେ ତେଜସ୍କର ll
ନମସ୍ତେ ସୂର୍ଯ୍ୟନାରାୟଣ l
କଶ୍ୟପ ଋଷିଙ୍କ ନନ୍ଦନ ll
ନମସ୍ତେ ନମସ୍ତେ ଆଦିତ୍ୟ l
ଅଦିତି ମାତାଙ୍କର ସୂତ ll
ନମସ୍ତେ ଦେବ ଦିବାକର l
ରଶ୍ମି ତୋ ଅତୀବ ପ୍ରଖର ll
ନମସ୍ତେ ପ୍ରଭୁ ଦିନମଣି l
ଆଗମେ ଚଳାଚଳ ପ୍ରାଣୀ ll
ନମସ୍ତେ ପ୍ରଭୁ ଦିନକର l
ତୋତେ ବନ୍ଦିଲେ ଯୁଧିଷ୍ଟିର ll
ନମସ୍ତେ ପ୍ରଭୁ ଛାୟାକାନ୍ତ l
ତୋତେ ବନ୍ଦିଲେ ରଘୁନାଥ ll
ନମସ୍ତେ ଦେବ ବିବସ୍ୱାନ l
ଫଳ ମଣିଲେ ହନୁମାନ ll
ନମସ୍ତେ ଦେବ ଛାୟାପତି l
ତିନି ଭୁବନେ ତୀବ୍ର ଗତି ll
ନମସ୍ତେ ଦେବ ହରିଦାଶ୍ୱ l
ରଥ ତୋ ଅଟଇ ସପ୍ତାଶ୍ୱ ll
ନମସ୍ତେ ନମସ୍ତେ ତପନ l
ରଥେ ତୋ ସାରଥି ଅରୁଣ ll
ନମସ୍ତେ ନମସ୍ତେ ଆର୍ଯ୍ୟମା l
ଶ୍ଵଶୁର ତୋର ବିଶ୍ଵକର୍ମା ll
ଯମ ଓ ଯମୁନା, ତପତି l
ତୋହର ସନ୍ତାନ ସନ୍ତତି ll
ନମସ୍ତେ ଦେବ ବୈବସ୍ୱତ l
ବିଶ୍ଵ ଘୁରାଉ ଚକ୍ରବତ ll
ନମସ୍ତେ ରବି ପ୍ରଭାକର l
ସକଳ ଶକ୍ତିର ଆଧାର ll
ନମସ୍ତେ ନମଃ ବିଶ୍ଵପତି l
ଜଣାଏ ପ୍ରଭାତ ପ୍ରଣତି ll
🙏🙏🙏
ଅର୍ଜୁନୀ
——————
ଅର୍ଜୁନୀ ଚରଣ ବେହେରା
ମୋ -୭୬୯୩୦୯୧୯୭୧

Comments are closed.