ଗୀତା ଆରତୀ

ଅର୍ଜୁନୀ ଚରଣ ବେହେରା

ଜୟଜୟ ଜୟ ଗୀତେ ସୁଗୀତେ ପରମେ l
ନମଃ ନମଃ ଜ୍ଞାନମୟୀ ଶତ ବାର ନମେ ll
ନମଃ ନମଃ ବେଦମୟୀ ସର୍ଵ ଶାସ୍ତ୍ର ସାର l
ଶ୍ରୀ ମୁଖ ନିଶୃତ ବାଣୀ, ବକ୍ତା, ପରାତ୍ପର ll
କୁରୁକ୍ଷେତ୍ର ଧର୍ମକ୍ଷେତ୍ରେ ନନ୍ଦିଘୋଷ ପରେ l
ଫାଲ୍ଗୁନୀ ବସିଲେ ଶସ୍ତ୍ରତେଜି ସଂଶୟରେ ll
ଜ୍ଞାନରୂପୀଗାଭୀ ଦୋଗ୍ଧା ଗୋପାଳନନ୍ଦନ l
ଗୀତା ଦୁଗ୍ଧ ପାନ କଲେ, ବତ୍ସା ଅରଜୁନ ll
ପରମ ରହସ୍ୟ ମୟୀ ଗୀତା ବାକ୍ୟ ଶୁଣି l
ଗାଣ୍ଡୀଵଧଇଲେ ପୁଣି ଗାଣ୍ଡୀବି ଫାଲ୍ଗୁନୀ ll
ସୁଜନେ ପାନ କରିବେ ଗୀତା ସୁଧା ରସ l
ଶାସ୍ତ୍ରେ ପରଷିଲେ ପରାଶରସୂତ ବ୍ୟାସ ll
ସର୍ଵଶାସ୍ତ୍ର ଦୋହନରେ ଗୀତା ଜ୍ଞାନଦୀପ l
ଜଳାଇଲେ ତୈଳ ପୂର୍ଣ୍ଣ ଭାରତ ପ୍ରଦୀପ ll
ଗ୍ରଥିତ ହୋଇଛି, ସାରା ଜୀବନର ସତ୍ୟ l
ଗୀତାଜ୍ଞାନ ! ସର୍ବ ପ୍ରଶ୍ନ ଉତ୍ତରେ ସମର୍ଥ ll
ଫୁଲ୍ଲାରବିନ୍ଦ ଲୋଚନ ହେ ବିଶାଳବୁଦ୍ଧେ l
ପରାଶରାତ୍ମଜ, ଭଗବାନ ବ୍ୟାସ ବନ୍ଦେ ll
ସର୍ଵ ଶାସ୍ତ୍ର ମୟୀ ଗୀତା ଶାସ୍ତ୍ର ଏ ପରମ l
ଅଭ୍ୟାସରେ କଟିଯାଏ ଜୀବ ସର୍ଵ ଭ୍ରମ ll
ନମଃନମଃ ଜ୍ଞାନେଶ୍ୱରୀ ଭଗବତ ଗୀତେ l
ଜଗତ କଲ୍ୟାଣ ମୟୀ ନମସ୍ତେ ନମସ୍ତେ ll
🙏🙏🙏
ଅର୍ଜୁନୀ
————–
ଅର୍ଜୁନୀ ଚରଣ ବେହେରା
ମୋ -୭୬୯୩୦୯୧୯୭୧

Comments are closed.