କମଳା କାନ୍ତ ହେ କମଳା କାନ୍ତ 

ଅର୍ଜୁନୀ ଚରଣ ବେହେରା 

କମଳାକାନ୍ତ ହେ କମଳାକାନ୍ତ l

କମଳା ବଲ୍ଲଭ କଳା ସାଆନ୍ତ ll

ଦଳିତ ଅଞ୍ଜନ ଚିକ୍କଣ କଳା l

ସୁନ୍ଦର ବଦନ ଶ୍ରୀଚକାଡୋଳା ll

କଳପ ବଟର ମୁଳରେ ବସି l

ଦାରୁବ୍ରହ୍ମ ଅଛ ଲୀଳା ପ୍ରକାଶି ll

କରେ ଶଙ୍ଖ ଚକ୍ର ସୁଦରଶନ l

କୌମଦକୀ ଗଦା କି ଶୋଭାବନ ll

ସରବ ସୌନ୍ଦର୍ଯ୍ୟ ଉପମା ଖଣି l

ଗଢ଼ିଅଛି ତୋତେ କେଉଁ ବିନ୍ଧାଣି ll

ନେତ ଉଡ଼ାଇଛ ନୀଳ ଚକ୍ରରେ l

ପତିତପାବନ ପତିତ ତାରେ ll

ସତ୍ୟଯୁଗେ ବଟୁ ରୂପକୁ ଧରି l

ବଳିକୁ ଚାପିଲ ପାତାଳେ ହରି ll

ତ୍ରେତାରେ ଶ୍ରୀରାମ ରାବଣ ମାରି l

ପଥରେ ତାରିଲ ପଥର ନାରୀ ll

ଦ୍ଵାପରେ କାଳିଆ କୃଷ୍ଣ କହ୍ନାଇ l

କଂସାରୀ ଦଳିଲ କାଳୀୟ ଅହି ll

ପଞ୍ଚପ୍ରାଣ ଶୋଷି ପୁତନା ମାରି l

ଖଞ୍ଜା ସଳଖିଲ କୁବୁଜା ନାରୀ ll

କଳି ଯୁଗେ ପ୍ରଭୁ କଳା ଠାକୁର l

କଳ୍କୀରୂପେ ପରା ହେବ ବାହାର ll

ଧୂମକେତୁ ପ୍ରାୟ ହୋଇ କରାଳ l

ହସ୍ତେ କରବାଳ ଦୁଷ୍ଟ ସଂହାର ll

କାଠର ଦେବତା ଛତିଆ ଯିବ l

ବଡ଼ ଦେଉଳରେ କିଏ ରହିବ ll

କେ ବର୍ଣ୍ଣିବ ପ୍ରଭୁ ତୁମ୍ଭରି ଲୀଳା l

ଚାତୁରୀ ତୁମ୍ଭର ଚତୁର କଳା ll

ଜଣାଣ କରୁଛି କଳା ଗୋସାଇଁ l

କୃପା କଟାକ୍ଷରେ ଥିବ ଅନାଇଁ ll

ନେତ୍ରପଥେ ପ୍ରୂଭୁ ଥିବ ମୋହରି l

ଜୟ ଜଗଦୀଶ ହରେ ମୁରାରୀ ll

🙏🙏🙏

ଅର୍ଜୁନୀ

———–

ଅର୍ଜୁନୀ ଚରଣ ବେହେରା

Comments are closed.