ରେଳଉପରେ କବିତା ଲିଖନ

ଅର୍ଜୁନୀ ଚରଣ ବେହେରା

ହଲି ହଲି ଚାଲି ବାଷ୍ପୀୟ ଶକଟ l
ବିଳାଶପୂରର ହୋଇଛି ନିକଟ ll
ଋଷିକେଶ ଠାରୁ ବିଳମ୍ୱେ ବହାରି l
ହୋଇଅଛି ଏବେ ଦଶଘଣ୍ଟା ଡେରି ll
ବୁଲି ବୁଲି ବୁଲି କେତେ ବାଟ ବୁଲି l
ଚାଲିଅଛି ଯାନ ଧୀରେ ଝୁଲି ଝୁଲି ll
ଯାନ ନାମ ଭାଇ କଳିଙ୍ଗ ଉତ୍କଳ l
ଯାତାୟତେ କେବେ ନହୁଏ ଚଞ୍ଚଳ ll
ଉତ୍କଳର ସାଥେ କେହେବ ସମର୍ଥ l
ଉତ୍କଳରେ ବିଜେ ଜଗତର ନାଥ ll
ଉତ୍କଳର ନେତା ସ୍ଵୟଂ ନାରାୟଣ l
ଚଳାଇ ଅଛନ୍ତି ଏ ବିଚିତ୍ର ଯାନ ll
ସେ ଯାନରେ ବସି ଗଲି ମୁହିଁ ଦିଲ୍ଲୀ l
ଦିଲ୍ଲୀଠାରୁ ପୁଣି କାଶମିରି ଗଲି ll
ଭୂସ୍ବର୍ଗ କାଶ୍ମୀରୀ ସ୍ଵର୍ଗ ଶ୍ରୀନଗର l
ଦେଖିଲି ପାହାଡ଼ ପର୍ବତ ତୁଷାର ll
ସଙ୍ଗେ ଥିଲା ମୋର ଲାଡଲି ନାତୁଣୀ l
ପତ୍ନୀ ମୋର ଅରୁନ୍ଧତୀ ମହାରାଣୀ ll
ପୁତ୍ର ପୂତ୍ରବଧୂ କନ୍ୟା ଓ ଜାମାତା l
ଖାଇଲୁ ଦହି ଓ କାଶ୍ମୀରୀ ପରଟା ll
ସମ୍ପତ୍ତି ଗୋଟିଏ ଆଣିଅଛି ଭାଇ l
କହ୍ଲାଣଙ୍କ ରାଜତରଙ୍ଗିଣୀ ବହି ll
ସେ ବହିରୁ ପଢ଼ି ତଥ୍ଯମାନ ସବୁ l
କାହାଣୀରେ ପାଠ୍ୟପଥ୍ୟ ପରଷିବୁ ll
ଧନ୍ୟ ପ୍ରଭୁ ମୋର ଜଗତ ଠାକୁର l
ମନୋବାଞ୍ଚ୍ଚା ପୂର୍ଣ୍ଣ କରାଇଲେ ମୋର ll
ଚରଣରେ ତାଙ୍କ କୋଟି ପ୍ରଣିପାତ l
ଏକାମ୍ରରେ କାଲି ହେବ ମଧ୍ୟରାତ୍ର ll
🙏🙏🙏
ଅର୍ଜୁନୀ
————–
ଅର୍ଜୁନୀ ଚରଣ ବେହେରା
ମୋ -୭୬୯୩୦୯୧୯୭୧

Comments are closed.