Sign in
Sign in
Recover your password.
A password will be e-mailed to you.
Browsing Category
କବିତା
ବାଇ ଠାକୁରାଣୀ
ବାଇ ଠାକୁରାଣୀ
===========
ଜୟ ଜୟ ମହାଲକ୍ଷ୍ମୀ ଶ୍ରୀ ପୀଠରେ ରହୁ l
ବାଇଠାକୁରାଣୀ ତୁହି ଜଗତେ ବୋଲାଉ ll
ଘରେଘରେ ପୂଜ୍ୟା ମାଆ ଉତ୍କଳଭୂମିରେ l
ମାଣବସା ଓଷା ହୁଏ ପୁଣ୍ୟ ମାର୍ଗଶୀରେ ll
ଭକତ ଭାବରେ ବାଇ ମାତେ ପଦ୍ମାଳୟା l
ଲୋକ ଜନନୀ କମଳା ବିଷ୍ଣୁଙ୍କର ଜାୟା ll
ଚଣ୍ଡାଳ ଗୃହରେ…
ଭଗବାନଙ୍କ ଚବିଶ ଅବତାର
ଭଗବାନଙ୍କ ଚବିଶ ଅବତାର
=================
ଜୀବନିସ୍ତାରଣ ଅର୍ଥେ ଲୀଳାମୟ ହରି l
ଯୁଗେଯୁଗେ ଆସିଥାନ୍ତି ଅବତାର ଧରି ll
ଧର୍ମସଂସ୍ଥାପନ ଜୀବେ ଜ୍ଞାନର ପ୍ରକାଶ l
ଭାବରେ ଧରିଲେ ହରି ରୂପ ଚତୁର୍ବିଂଶ ll
ପ୍ରଥମାବତାରେ ଚାରି ସନତ କୁମାରେ l
ଜ୍ଞାନ ବିତରିଲେ ହରି ତିନି ଜଗତରେ ll…
ବାଣୀ ବନ୍ଦନା
ବାଣୀ ବନ୍ଦନା
=============
ନମସ୍ତେ ମାତ ବୀଣାପାଣି l
ବୀଣା ଝଂକାରେ ବେଦ ଭଣି ll
ନମସ୍ତେ ମାତ ନାରାୟଣୀ l
ତୁ କାବ୍ୟକଳା ଠାକୁରାଣି ll
ନମସ୍ତେ ଗାୟତ୍ରୀ ସାବିତ୍ରୀ l
ଗାୟତ୍ରୀ ଛନ୍ଦେ ତୋର ସ୍ତୁତି ll
ନମସ୍ତେ ନମଃ ଆଦିମାତେ l
କବି ଜନନୀ ନମସ୍ତୁତେ ll
ନମସ୍ତେ ମାତ ତୁ…
ପ୍ରଭାତୀ ତାରା
ପ୍ରଭାତୀ ତାରା
==========
ପାହିଲା ଅନ୍ଧାର ରଜନୀ ଉଷା
ହୋଇଲା ପରା l
ପ୍ରାଚୀ ନଭେ ଦେଖ ଉଦ୍ଭାସେ
ଏକ ବିଚିତ୍ର ତାରା ll
ଝଟ ଝଟ ଝଟ ଝଟକେ ଯଥା
ଝଟକ ମଣି l
ମଥାମଣି କିବା ସିନ୍ଥିରେ ଶୋଭା
ଉଷା ରମଣୀ ll
କରଟ, କୁମ୍ଭାଟ ରାବନ୍ତି ଡାକି
ବୁଲେ ଡାମରା l
ଦପ ଦପ ଜଳେ ନାମ ଟି ତାର…
ଥକାମନ ଚାଲ ଏଥର
ଥକାମନ ଚାଲ ଏଥର
============
ଥକାମନ ଚାଲ ଏଥର,
କାଳିଆର ଆଜି ପର୍ବ ମକର l
ଫେରି ଆସିଛନ୍ତି ଲକ୍ଷ୍ମୀ ବାପଘରୁ,
ସଙ୍ଗେ ଧରି ପୁଣି ମକର ଭାର ll
ଗରୁଡ଼ ଆସନେ ମୁରାରୀ,
ସଙ୍ଗେ ଭାଈ ଭଉଣୀ ଧରି l
ମହା ଐଶ୍ୱର୍ଯ୍ୟରେ ଶ୍ରୀକ୍ଷେତ୍ର ବିହାର,
ଶଶୁର ଯାହାର ରତନାକର ll
ଧନୁ ମାସେ ପହିଲି…
ବନ୍ଦଇ ଦେବ ଗଣନାଥ
ବନ୍ଦଇ ଦେବ ଗଣନାଥ
=============
ବନ୍ଦଇ ଦେବ ଗଣନାଥ l
ପର୍ବତ ନନ୍ଦିନୀଙ୍କ ସୂତ ll
ବନ୍ଦଇ ଦେବ ଗଣେଶ୍ୱର l
ତାତ ତୁମ୍ଭର ମହେଶ୍ୱର ll
ବନ୍ଦଇ ଦେବ ଗଣପତି l
ପୂଜା ତୋ କରନ୍ତି ବିଦ୍ୟାର୍ଥୀ ll
ବନ୍ଦଇ ଦେବ ଏକଦନ୍ତ l
ଦାନ୍ତ ଭାଙ୍ଗିଲେ ବୁଧ ତାତ ll
ବନ୍ଦଇ ଦେବ ବିଘ୍ନରାଜ l…
ଦଶ ମହାବିଦ୍ୟା ବନ୍ଦନା
ଦଶ ମହାବିଦ୍ୟା ବନ୍ଦନା
=============
ଅବିଦ୍ୟା ନାଶିନୀ ମାଗୋ ଦଶ ମହାବିଦ୍ୟା l
ଦଶ ରୂପେ ଶିବଙ୍କର ନାଶିଲୁ ଅବିଦ୍ୟା ll
ଶାରଦୀୟ ଏ ପାର୍ବଣେ ବନ୍ଦେ ଦଶ ରୂପ l
ଆଜ୍ଞାନ ପତିତ ହୋଇ ଅଛି ଅନ୍ଧ କୂପ ll
ପ୍ରଥମେ ବନ୍ଦିଲି ମହୋତ୍କଟା ମହାକାଳୀ l
କାଳିମା ଛଡା଼ଅ ମାଗୋ କରେ ନିଉଛାଳି ll…
ଆଜି ସୋମବାର
ଆଜି ସୋମବାର
==========
ଆଜି ସୋମବାର ସଜନୀ ଚାଲ ଶିବମନ୍ଦିର l
ଶ୍ରୀସଦାଶିବଙ୍କୁ ପୁଜିବା ଅର୍ପି କଦଳୀ କ୍ଷୀର ll
ପନ୍ନଗ ଭୂଷଣ ହରିବେ ସର୍ଵ ଦୋଷ, ଦୂଷଣ l
ସମୁଦ୍ରମନ୍ଥନେ କରିଲେ ପ୍ରଭୁ ବିଷଶୋଷଣ ll
ଦୁଦୁରା ଗୟସ କେତକୀ ଆଣ ମଲ୍ଲି ଟଗର l
ଅତି ଶରଧାରେ ପିନ୍ଧନ୍ତି ପ୍ରଭୁ…
ଚାଲ ବୁଲିଯିବା ଅଯୋଧ୍ୟା
ଚାଲ ବୁଲିଯିବା ଅଯୋଧ୍ୟା
==============
ଚାଲ ବୁଲିଯିବା ଅଯୋଧ୍ୟା ନଗର
ସୀତାଙ୍କର ଶାଶୁ ଘର l
ବିଦେହମଣ୍ଡଳେ ବୈଦେହୀ ବରିଲେ
ରାମଚନ୍ଦ୍ର ତାଙ୍କ ବର ll
ଅପୂର୍ବ ନଗରୀ ମନୁ ତୋଳାଇଲେ
ପୁଣ୍ୟ ସରଯୁର କୁଳେ l
ଅପୂର୍ବ ତା ଶୋଭା କି ବର୍ଣିବି ଅବା
ଅମରାବତୀକୁ ବଳେ ll
ଅଯୋଧ୍ୟା ନଗରୀ…
ବନ୍ଦନା କରେ ପ୍ରଭାତେ
ବନ୍ଦନା କରେ ପ୍ରଭାତେ
=============
ନମସ୍ତେ ନମସ୍ତେ ଦେବ ସୂର୍ଯ୍ୟ ନାରାୟଣ l
ସଉର୍ଯ୍ୟରେ ସଂଗତରେ କେହେବ ସମାନ ll
ନମସ୍ତେ ନମସ୍ତେ ଦେବ କଶ୍ୟପଙ୍କ ସୂତ l
ତଵ ଆଗମନେ ହୁଏ ବିଶ୍ୱ ଉଦ୍ଭାସିତ ll
ନମସ୍ତେ ନମସ୍ତେ ଦେବ ସପ୍ତାଶ୍ୱ ବାହନ l
ହରିଦାଶ୍ଵ ରଥେ ତବ ସାରଥୀ ଅରୁଣ ll…