ତିନି ରଙ୍ଗିଆରେ ତିନି ରଙ୍ଗିଆ

ଅର୍ଜୁନୀ ଚରଣ ବେହେରା

ତିନି ରଙ୍ଗିଆରେ ତିନି ରଙ୍ଗିଆ
================
ତିନି ରଙ୍ଗିଆରେ ତିନି ରଙ୍ଗିଆ l
ତିନିରଙ୍ଗ ତୋର ଚଙ୍ଗ ଚଙ୍ଗିଆ ll
ଭାରତର ତୁହି ଗାଥା ପ୍ରତୀକ l
ମଝିରେ ସୋଉର୍ଯ୍ୟ ଅଶୋକ ଚକ୍ର ll
ଚବିଶ ଅରର ଚବିଶ ଗାଥା l
ଭାରତର ତୁହି ଏକଇ ଆସ୍ଥା ll
ଏ ଜାତିର ତୁହି ଗର୍ବ ଗୌରବ l
ଅନେକରେ ଏକ ଜାତି ସରବ ll
ସଦ୍ଭାବନା ସୂତ୍ରେ ସଭିଙ୍କୁ ଗୁନ୍ଥି l
ଦୃଢ଼େ ପକାଇଛୁ ଏ ଜାତି ଗଣ୍ଠି ll
ସତ୍ୟ ଶାନ୍ତି ଦୟା ଆମ ମନ୍ତର l
କ୍ଷମାଶୀଳ ଆମ ଗଣ ତନ୍ତର ll
ବିଶ୍ଵ ସମୁଦାୟ ଆମ୍ଭେ କୁଟୁମ୍ବ l
ଏ ମହା ଜାତିର ମହାନ ଦମ୍ଭ ll
ଏ ମହା ମନ୍ତ୍ରକୁ ବିଶ୍ୱେ ଚେତାଇ l
ଫର ଫର ଉଡୁ ଡେଣା ହଲାଇ ll
ଆମ ପୁଣ୍ୟ ଗ୍ରନ୍ଥ ବେଦ ପୁରାଣ l
ଶ୍ରୀମହାଭାରତ ଶ୍ରୀରାମାୟଣ ll
ଆମ କବି ବାଲ୍ମୀକି ବେଦବ୍ୟାସ l
ମାଘ, ଭାରବି, ଦଣ୍ଡି, କାଳିଦାସ ll
ଆମ ପ୍ରଜାତନ୍ତ୍ର ପ୍ରଜା ଶାସନ l
ସୀତା ବିସର୍ଜିଲେ ପ୍ରଭୁ ଶ୍ରୀରାମ ll
ଆମ ପୁଣ୍ୟ ତୀର୍ଥ ମଥୁରା କାଶୀ l
ଚୈତନ୍ୟ ଗୌତମ ଆମ ସନ୍ନ୍ୟାସୀ ll
ଭାରତର ସଙ୍ଗେ କେ ହେବ ସମ l
ଦେବତା ଇଚ୍ଛନ୍ତି ଏଠି ଜନମ ll
ଏ ଦେଶରେ ବହେ ଗଙ୍ଗା ଯମୁନା l
ତ୍ରିରଙ୍ଗା କର ମୋ ପ୍ରଣତି ଘେନା ll
🙏🙏🙏
ଅର୍ଜୁନୀ
————
ଅର୍ଜୁନୀ ଚରଣ ବେହେରା
ମୋ – 7693091971

Comments are closed.