ପଞ୍ଜାବ କେଶରୀ

ଅର୍ଜୁନୀ ଚରଣ ବେହେରା

ପଞ୍ଜାବ କେଶରୀ
==========
ଆହେ ଭାରତର ଯୋଗ୍ୟତମ ସୂତ l
ପଞ୍ଜାବ କେଶରୀ ଲାଲା ଲଜପତ ll
ପଞ୍ଚ ନଦୀ ଦେଶେ ଜନମ ତୁମ୍ଭର l
ତୁମ୍ଭେ ଏ ଜାତିର ମହା କର୍ଣ୍ଣଧାର ll
କର୍ଣ୍ଣ ପ୍ରାୟ ତୁମ୍ଭ ବୀରତ୍ୱର ବାଣୀ l
ବୀରତ୍ୱ ବ୍ୟଞ୍ଜକ ମନ ନିଏ କିଣି ll
ଛାତି ପିଟି କହେ ପଞ୍ଜାବ କେଶରୀ l
ସ୍ୱାଧୀନତା ନେବି ବ୍ରିଟିଶ ବେପାରୀ ll
ବହୁ ଭୁଲାଇଛ ଅରଣ୍ୟ କାନନ l
ଆଉ କରିବିନି ଅରଣ୍ୟ ରୋଦନ ll
ଲାଲ ବାଲ ପାଲ ଆମ୍ଭେ ଅଟୁ ଭାଇ l
ସ୍ୱାଧୀନତା ନେବୁ ତୁମ୍ଭଠୁଁ ଛଡ଼ାଇ ll
ସ୍ୱାଧୀନତା ଆମ୍ଭ ଜନ୍ମ ଅଧିକାର l
ଶୀଘ୍ର ପଳା ଛାଡ଼ି ଠକାମୀ ବେପାର ll
ଆଉ ଚଳିବନି ଠକା ଠକି ଫନ୍ଦି l
ଗୋଡ଼ାଇ ପିଟିବୁ ମାରି କୁନ୍ଦି କୁନ୍ଦି ll
ପୁଣ୍ୟ ମାତୃଭୂମୀ ମାତୃ ଦେବାଳୟ l
ଉଦ୍ଧରିବା ପଣ ଅଟେ ମୋ ନିଶ୍ଚୟ ll
ବେତ୍ରର ପ୍ରହାରେ ମୁଣ୍ଡ ପଛେ ଫାଟୁ l
ସ୍ୱାଧୀନତା ନିଶ୍ଚେ ନେବି ମୁଁ ତୁମ୍ଭ ଠୁଁ ll
ଧନ୍ୟ ତୁମ୍ଭେ ବୀର ବୀରର ନିର୍ଘୋଷ l
ନିସ୍ଵାର୍ଥ ସାରଥୀ ଜାତି ନନ୍ଦିଘୋଷ ll
ଦେଶପ୍ରେମ ତବ କେ ହେବ ସମର୍ଥ l
ଏ ଜାତି ଜାହ୍ନବୀ ତୁମେ ଭଗୀରଥ ll
ତବ ନାମେ ହେଉ ଏ ଜାତି ଜାଗ୍ରତ l
କୋଟି ପ୍ରଣିପାତ ଆହେ ଦେଶଭକ୍ତ ll
🙏🙏🙏
ଅର୍ଜୁନୀ
———–
ଅର୍ଜୁନୀ ଚରଣ ବେହେରା
ମୋ -7693091971

Comments are closed.