ଧରଣୀଧର ବିଶ୍ବବିଦ୍ୟାଳୟ‌ରେ ନିର୍ମାଣାଧୀନ ଉନ୍ନୟନ କାମ ଦେଢ଼ ମାସ ମଧ୍ୟରେ ଶେଷ ହେବ: ୫ଟି ଅଧ୍ୟକ୍ଷ

କେନ୍ଦୁଝର: ସ୍ଥାନୀୟ ଧରଣୀଧର ବିଶ୍ବବିଦ୍ୟାଳୟ‌ ପଡ଼ିଆରେ ନୂଆ-ଓ କାର୍ଯ୍ୟକ୍ରମରେ ୫ଟି ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନ ଯୋଗ ଦେଇଛନ୍ତି। ଛାତ୍ରଛାତ୍ରୀଙ୍କ ସହ ଆଲୋଚନା କରିବା ସହ ଜୀବନରେ ସଫଳତା ପାଇବାକୁ ହେଲେ କ’ଣ କରିବା ଦରକାର ସେ ନେଇ ଗୁରୁମନ୍ତ୍ର ଦେଇଛନ୍ତି। ଏହାସହ ୟୁନିଭର୍ସିଟିରେ ଚାଲିଥିବା ଉନ୍ନୟନ କାମ ଦେଢ଼ ମାସ ମଧ୍ୟରେ ଶେଷ ହେବା ନେଇ ପ୍ରତିଶ୍ରୁତି ଦେଇଛନ୍ତି। ପିଲାମାନଙ୍କ ସହ କଥା ହୋଇ ୫ଯି ଅଧ୍ୟକ୍ଷ କହିଥିଲେ, ‘ନିଜ ପ୍ରତିଭା ପରିପ୍ରକାଶ କରିବାର ଏକ ଭଲ ପ୍ଲାଟଫର୍ମ ହେଉଛି ନୂଆ-ଓ କାର୍ଯ୍ୟକ୍ରମ। କଲେଜ, ବ୍ଲକ ଓ ଜିଲ୍ଲା ସ୍ତରରେ ପ୍ରତିଯୋଗିତା ହେଉଛି। ଏହା ଆପଣମାନଙ୍କ ପାଇଁ ଗୁରୁତ୍ବପୂର୍ଣ୍ଣ। ଏଥିରେ ଅଂଶଗ୍ରହଣ କରିବା ଆପଣଙ୍କ ପାଇଁ ବହୁତ ଗୁରୁତ୍ବପୂର୍ଣ୍ଣ। ଜିତିବା ଯେତିକି ବଡ଼ କଥା ନୁହେଁ ଅଂଶ ଗ୍ରହଣ କରିବା ତା’ଠାରୁ ଅଧିକ ବଡ଼। କାରଣ, ଏହା ଆପଣଙ୍କ ପ୍ରତିଭାକୁ ଆହୁରି ଶାଣିତ କରିବ।’

ଆଗକୁ ସେ କହିଥିଲେ, ‘ନୂଆ-ଓ କାର୍ଯ୍ୟକ୍ରମ ମୁଖ୍ୟମନ୍ତ୍ରୀଙ୍କ ଏକ ବଡ଼ ପଦକ୍ଷେପ। ଏହା ଆପଣଙ୍କ ଭିତରେ ଥିବା ପ୍ରତିଭାକୁ ବିକଶିତ କରିବ। ଅଭିଷ୍ୟତରେ ଏହା ଆପଣଙ୍କୁ ଜଣେ ଜଣେ ଭଲ ମଣିଷ ହେବା ସହ ଜୀବନରେ ସଫଳତା ପାଇବାକୁ ବାଟ ଦେଖାଇବ। ଆଗକୁ ବଢ଼ିବାକୁ ହେଲେ ପାଠ ଯେତିକି ଆବଶ୍ୟକ, ପ୍ରତିଯୋଗିତାରେ ଅଂଶ ଗ୍ରହଣ କରିବା ବି ସେତିକି ଆବଶ୍ୟକ। ତେଣୁ ନୂଆ-ଓ କାର୍ଯ୍ୟକ୍ରମରେ ହେଉଥିବା ବିଭିନ୍ନ ପ୍ରତିଯୋଗିତାରେ ଅଂଶ ଗ୍ରହଣ କରି ନିଜ ପ୍ରତିବା ଦେଖାଇବାକୁ ମିଳୁଥିବା ଏହି ସୁଯୋଗକୁ ହାତଛଡ଼ା କରନ୍ତୁ ନାହିଁ।’

ରୂପାନ୍ତରଣପୁ ନେଇ ୫ଟି ଅଧ୍ୟକ୍ଷ କହିଥିଲେ, ‘ହାଇସ୍କୁଲ ଓ କଲେଜର ରୂପାନ୍ତରଣ କରାଯାଉଛି। ଏହା ଆପଣମାନଙ୍କୁ ପାଠ ପଢ଼ିବାକୁ ଏକ ଭଲ ପରିବେଶ ଦେବ, ଯାହାଦ୍ବାରା ଆପଣମାନଙ୍କ ପାଠ ପଢ଼ା ପ୍ରତି ଆଗ୍ରହ ବଢ଼ିବ। ନିଜ ଅଞ୍ଚଳରେ ଥିବା କଲେଜରେ ସହର ଭଳି ସ୍ମାର୍ଟ କ୍ଲାରୁମ୍, ଇ-ଲାଇବ୍ରେରୀ, ସାଇନ୍ସ ଲ୍ୟାବ ଭଳି ଅତ୍ୟାଧୁନିକ ସୁବିଧା ପାଇ ପାରିବେ। ଯାହା ଆପଣମାନଙ୍କୁ ଆଗକୁ ବଢ଼ିବାରେ ସହାୟକ ହେବ।’

ଉଜ୍ଜଳ ଭବିଷ୍ଯତ ଲାଗି ଛାତ୍ରଛାତ୍ରୀ କଠିନ ପରିଶ୍ରମ କରିବାକୁ ୫ଟି ଅଧ୍ୟକ୍ଷ କହିଥିଲେ। କଠିନ ପରିଶ୍ରମ ହି ସଫଳତାର ମୂଳମନ୍ତ୍ର । କଠିନ ପରିଶ୍ରମ ଲାଗି ଛାତ୍ରଛାତ୍ରୀଙ୍କୁ ଶରୀର ଓ ମନକୁ ସୁସ୍ଥ ରଖିବାକୁ ପଡ଼ିବ। ଏଥିଲାଗି ଛାତ୍ରଛାତ୍ରୀ ଦିନକୁ ୩୦ ମିନିଟ ଶାରିରୀକ ପରିଶ୍ରମ ସହ ମନର ସୁସ୍ଥତା ଲାଗି ୧୫ ମିନିଟ ଧ୍ୟାନ କରିବାକୁ କହିଛନ୍ତି । ସୋସିଆଲ ମିଡିଆର ଉପକାର ଓ ଅପକାରିତା ଉପରେ ମଧ୍ୟ ଛାତ୍ରଛାତ୍ରୀଙ୍କୁ ବୁଝାଇଥିଲେ ୫ଟି ଅଧ୍ୟକ୍ଷ। ସୋସିଆଲ ମିଡିଆରେ କମ ସମୟ ଅତିବାହିତ କରି ଛାତ୍ରଛାତ୍ରୀଙ୍କୁ ଦିନକୁ ୧୪ ଘଣ୍ଟା ପରିଶ୍ରମ କରିବାକୁ ପରାମର୍ଶ ଦେଇଛନ୍ତି। ଏହାସହ ବାପାମାଆ ଓ ଗୁରୁଜନଙ୍କ ସମ୍ମାନ ସହ କଥା ମାନି ନିଜ ଲକ୍ଷ୍ଯ ପଥରେ ଆଗକୁ ଯିବାକୁ କହିଛନ୍ତି।

ଆପଣଙ୍କ ଭବିଷ୍ୟତ ଆପଣଙ୍କ ହାତରେ ବୋଲି ଛାତ୍ରଛାତ୍ରୀଙ୍କୁ କହିଛନ୍ତି ୫ଟି ଅଧ୍ୟକ୍ଷ। ଏହି ଅବସରରେ କେନ୍ଦୁଝର ଜିଲ୍ଲାର କିଛି ସଫଳ ବ୍ୟକ୍ତିତ୍ବଙ୍କ ଉଦାହରଣ ଦେଇ ସେମାନେ ସରକାରୀ ହାଇସ୍କୁଲରେ ପାଠ ପଢି କିପରି ସଫଳତା ହାସଲ କରିଛନ୍ତି କହିଥିଲେ। ଏଠାକାର ହାଇସ୍କୁଲରୁ ପାଠ ପଢି ସୁରେଶ ମହାପାତ୍ର ଆଇଏସ ପାଇବା ସହ ରାଜ୍ୟ ମୁଖ୍ୟ ଶାସନ ସଚିବ ପଦ ସମ୍ଭାଳି ଥିଲେ। ଅଟଳ କ୍ରିଷ୍ଣା ଖଟୁଆ ମହାକାଶ ଗବେଷଣା ସଂସ୍ଥା ଇସ୍ରୋରେ ବୈଜ୍ଞାନିକ ହୋଇପାରିଛନ୍ତି। ସେହିଭଳି ସୁଭ୍ରାଂଶୁ ସେନାପତି ସଫଳ କ୍ରିକେଟର ଭାବେ ଆଇପିଏଲ ଖେଳି ଜିଲ୍ଲାର ନାଁ ଉଜ୍ଜଳ କରିଛନ୍ତି ବୋଲି କହିଥିଲେ।

Comments are closed.