ପାହିଲାଣି ରାତି

ଅର୍ଜୁନୀ ଚରଣ ବେହେରା

ପାହିଲାଣି ରାତି
============
ପାହିଲାଣି ରାତି ଉଠ କ୍ଷୀତିପତି
ପ୍ରଭୁ ନିଳାଦ୍ରୀ ଚନ୍ଦ୍ରମା l
ଖୁଣ୍ଟିଆ ଡାକନ୍ତି ଉଠ ଲକ୍ଷ୍ମୀପତି
ପହୁଡ଼ିବେ ସିନ୍ଧୁଜେମା ll
ସର୍ଵ ଦେବାଦେବୀ ଠୁଳ ହୋଇଛନ୍ତି
ଉଭା ସର୍ଵ ତୀର୍ଥାବଳୀ l
ମାଆ ପଦ୍ମାଳୟା କମଳ ଆଳୟା
ଧରି ଉଭା ଅର୍ଘ୍ୟଥାଳି ll
ମହୋଦଧି ଚିରି ଉଦେ ହୋଇଲେଣି
ଦିନକର ଦିନମଣୀ l
ବିଶ୍ଵପର୍ଯ୍ୟଟନ ସାରି ଫେରିଲେଣୀ
କାକଟେଇ ଠାକୁରାଣୀ ll
ପୀକ ଶୁକ ଶାରୀ ସଘନେ ଡାକନ୍ତି
ରାବିଲେଣି ଚକ୍ରବାକ l
କଜଳ ପାତିଆ ନିକ୍ୱଣ ନିଶ୍ୱନେ
କାଆ ଡାକ ଡାକେ କାକ ll
ଉଠ କଳାମୁଖ ପଖାଳ ଶ୍ରୀମୁଖ
ସଜ ସ୍ୱର୍ଣ୍ଣ ସମାର୍ଜନୀ l
ଜାଇ ଯୁଇ ମଲ୍ଲୀ କେତକୀ ସୁବଲ୍ଲି
ସୁଗନ୍ଧ ଚନ୍ଦନ ପାଣି ll
ଭକ୍ତଗଣ ତୋର ଠୁଳ ହୋଇଲେଣି
ଦରଶନ ଆଶେ ଆସିି l
ଉଠ ଦୟାମୟ ନିଳାଦ୍ରୀ ନାୟକ
ମହାପ୍ରଭୁ ବ୍ରହ୍ମରାଶି ll
ଶଯ୍ୟା ତେଜ୍ୟାକରି ରତ୍ନସିଂହାସନେ
ବିଜେ ଶ୍ରୀନିଳାଦ୍ରୀ ନାଥ l
ଫର ଫର ଉଡ଼େ ଶ୍ରୀମନ୍ଦିର ଚୁଡ଼େ
ପତି ତପାବନ ନେତ ll
ଭୁବନ ଭାସ୍କର ଦେବ ଦିବାକର
ଘେନ ପ୍ରଭାତ ପ୍ରଣତି l
ଶୁଭେ ଦିନ ଯାଉ ହେ ଚକାନୟନ
ପ୍ରଭୁ ମୋ ନେତ୍ର ସମ୍ପତ୍ତି ll
🙏🙏🙏
ଅର୍ଜୁନୀ
—————
ଅର୍ଜୁନୀ ଚରଣ ବେହେରା
ମୋ -୭୬୯୩୦୯୧୯୭୧

Comments are closed.