ଶ୍ରୀରାମ ପଞ୍ଚରତ୍ନ ସ୍ତୋତ୍ର

ଅର୍ଜୁନୀ ଚରଣ ବେହେରା

ଶ୍ରୀରାମ ପଞ୍ଚରତ୍ନ ସ୍ତୋତ୍ର
==============
ଶ୍ରୀ ଶଙ୍କରାଚାର୍ଯ୍ୟ କୃତ ମୂଳ ସଂସ୍କୃତ
ଶ୍ଲୋକର ଭାବାନୁବାଦ :-
(1)
କଞ୍ଜାତପତ୍ର ପରାୟେ ଆୟତ୍ତ ଲୋଚନ l
କର୍ଣ୍ଣେ କୁଣ୍ଡଳ, ଉଜ୍ଜଳ ଅତି ଶୋଭାବନ ll
ସୂର୍ଯ୍ୟବଂଶେ ଜାତ ପ୍ରଭୁ କାରୁଣ୍ୟହରଣ l
କରୁଣାବତାର ନମେ ଶ୍ରୀ ରାମ ଲକ୍ଷ୍ମଣ ll
(2)
ବିଦ୍ୟୁତର କାନ୍ତି ଜିଣି ବିଗ୍ରହ ସୁନ୍ଦର l
ଗନ୍ଧର୍ବେ ସ୍ତୁତିକରନ୍ତି ସଦ୍ଗୁଣ ତାଙ୍କର ll
ବୀର ଅବତାର ପ୍ରଭୁ ବିରୋଧହରଣ l
ବିରାଧବଧକ ନମେ ଶ୍ରୀରାମଲକ୍ଷ୍ମଣ ll
(3)
ସଶକ୍ତ ଦିବ୍ୟ ଆୟୁଧ କାର୍ମୁକ ଧାରଣ l
ସିନ୍ଧୁରାଜ ଦର୍ପହର ରାଜୀବଲୋଚନ ll
ସୁଗ୍ରୀବଙ୍କ ମିତ୍ର ପ୍ରଭୁ ସୁରାରୀମାରଣ l
ସୁରେନ୍ଦ୍ରବନ୍ଦିତ ନମେ ଶ୍ରୀରାମଲକ୍ଷ୍ମଣ ll
(4)
କଟି ତଟେ ପିତାମ୍ବର ପିତାମହ ପୂଜ୍ୟ l
ଅମରେ ଅର୍ଚ୍ଚିତ ଆରାଧିତ ଦେବରାଜ ll
ପିତୃ ଭକ୍ତ ପିତୃ ସତ୍ୟ ପାଳି ଗଲ ବନ l
ଦଣ୍ଡକବିହାରୀ ନମେ ଶ୍ରୀରାମଲକ୍ଷ୍ମଣ ll
(5)
ଅଖିଳ ପୂଜିତ ପ୍ରଭୋ ନିଖିଳ ନିଦାନ l
ନୟନାଭିରାମ ପ୍ରଭୁ ଭକ୍ତନେତ୍ରାଞ୍ଚନ ll
ରଘୁକୂଳ ତିଳକଙ୍କ ପଦାବ୍ଜେ ବନ୍ଦନ l
ରଘୁବଂଶମଣି ନମେ ଶ୍ରୀରାମଲକ୍ଷ୍ମଣ ll
***
ତ୍ରିସନ୍ଧ୍ୟା କାଳେ ପଠନ ମନ୍ତ୍ର ପଞ୍ଚରତ୍ନ l
ସର୍ବପାପ କ୍ଷୟହୋଇ ବଇକୁଣ୍ଠେ ସ୍ଥାନ ll
ଜୟ ଶ୍ରୀରାମ
🙏🙏🙏🙏🙏
ଅର୍ଜୁନୀ
———–
ଅର୍ଜୁନୀ ଚରଣ ବେହେରା
ମୋ -7693091971

Comments are closed.