ଗୁରୁବାରୀ

ଅର୍ଜୁନୀ ଚରଣ ବେହେରା

ଗୁରୁବାରୀ
==========
ଗୁରୁବାରୀ ଲୋ ଗୁରୁବାରୀ l
କୁଆଡ଼େ ଯାଉ ମା ତୀର୍ଥକରି ll
ମାନିଲୁ ନାହିଁ ମା ଜାତି ଭେଦ l
ଅପବିତ୍ର କଲୁ ଚାରିବେଦ ll
ଘିରି ଘିରି ହୋଇ ବୁଲିଆସୁ l
ଅଶୋଉଚେ ଶ୍ରୀମନ୍ଦିରେ ପଶୁ ll
ଜାଣନ୍ତି ସୁଭଦ୍ରା ତୋ ଗୁମର l
ଜାଣିଲେଣିି ପୁଣି ଦେଢ଼ଶୁର ll
ଛାଡ଼ିବେନି ମାତା ତୋତେ ଜମା l
ଧ୍ୟାନଦିଅ ମାତ ସିନ୍ଧୁଜେମା ll
ରଚିଲେଣି ନାନା ପଟ କୁଟ l
କରିବେ ଜାତିରୁ ଆକଟ ll
ଶୁଣ ଶୁଣ ମୋର ଭକ୍ତ ଶ୍ରେଣୀ l
କହୁଛି ମୁଁ ବିଷ୍ଣୁ ପାଟରାଣୀ ll
ବାସ ତା’ ଅଟେ ଚାଣ୍ଡାଳ ସାହି l
ଘରେ ତାର ଚୁଲି ଜଳେନାହିଁ ll
ଆଚାରେ ବିଚାରେ ବଡ଼ ଶୁଚି l
ମୋ ଭକ୍ତ ତା ପରି କିଏ ଅଛି ll
ଚଣ୍ଡାଳୁଣୀ ସିଏ ନାମ ଶ୍ରୀୟା l
ଭକ୍ତ ମୋ ଜାଣନ୍ତି ଲକ୍ଷ୍ମୀନାହା ll
ଶ୍ରୀକ୍ଷେତ୍ର ସାମନ୍ତ ଜ୍ୟେଷ୍ଠ ଭାଇ l
ଜାଣନ୍ତି ବିମଳା ମହାଦେଇ ll
ଯେଠାରେ ଆଚାର ଶୁଦ୍ଧପୁତ l
ତହିଁ ସିନ୍ଧୁସୂତା ଗତାଗତ ll
ସୁଭଦ୍ରା ମୋ ନଣନ୍ଦ ରାଣୀ l
ଅଟଇ ଚତୁରି ଶିରୋମଣି ll
ଭାଉଜରେ ଟିକେ ସାଧି ବାଦ l
ସ୍ୱଭାବେ ରଟଇ ନାନା ଛନ୍ଦ ll
ସଭିଏଁ ମନୁଷ୍ୟ ଏକ ଜାତି l
କାହୁଁ ଅଇଲା ଏ ଛୁଆଁ ଛୁତି ll
ଜାତି ଭେଦ ମୁହିଁ ମାନେନାହିଁ l
ଆନନ୍ଦବଜାର ଯାଅ ଭାଇ ll
ଶ୍ରୀକ୍ଷେତ୍ରରେ ମୋର ପାକଚୁଲି l
ପ୍ରସାଦ ରାନ୍ଧଇ ଭଳି ଭଳି ll
ସରବେ ହୋଇବ ଏକମେଳ l
ପ୍ରସାଦ ଭକ୍ଷିବ ଆଚାଣ୍ଡାଳ ll
ଜୟ ଜୟ ବିଶ୍ଵ ଠାକୁରାଣୀ l
ଶ୍ରୀକ୍ଷେତ୍ରର ଶିରି ମଥାମଣି ll
ଶରଣ ତୋହର ପାଦଗତେ l
ନମସ୍ତୁତେ ମାଆ ନମସ୍ତୁତେ ll
🙏🙏🙏
ଅର୍ଜୁନୀ
———–
ଅର୍ଜୁନୀ ଚରଣ ବେହେରା
ମୋ -7693091971

Comments are closed.